Dharmendra Pradhan / ଯୁବପିଢିଙ୍କ ଟାଲେଣ୍ଟକୁ ଆଗକୁ ନେବାକୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ

Key Points
ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ତ ରିସର୍ଚ୍ଚର ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୭ଟି IISER ଅନୁଷ୍ଠାନର ଶିକ୍ଷାଗତ ଏବଂ ଗବେଷଣାକୁ ନେଇ କଣ ଅଭିବୃଦ୍ଧି ଘଟିଛି ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା କଣ ରହିଛି ସେନେଇ ଆଲୋଚନା ହୋଇଥିଲା ।
ମଙ୍ଗଳବାର NITSER ପରିଷଦର ୧୩ତମ ବୈଠକ ଅନୁଷ୍ଠିତ ହୋଇଛି । ଏହା ବ୍ୟତୀତ, IISER ର ସ୍ଥାୟୀ କମିଟିର ତୃତୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ଯୁବପିଢିଙ୍କ ପାଖରେ ଥିବା ଟାଲେଣ୍ଟକୁ କିପରି ଆଗକୁ ନେଇ ହେବ ସେନେଇ ପରାମର୍ଶ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ IISER ର ଛାତ୍ରଛାତ୍ରୀ ଭାରତର ଶିକ୍ଷାକ୍ଷେତ୍ରରେ ଜଣେ ଜଣେ ଜୁଏଲ ।
ବିଶ୍ବ ଦରବାରରେ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ IISER ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ । ଆଗାମୀ ଶିକ୍ଷାବର୍ଷରୁ ରି-ଫର୍ମ ଆରମ୍ଭ ହେବ । PhD ଆଉ କେବଳ କାଗଜ ପ୍ରକାଶନ ଏବଂ ଉଦ୍ଧୃତି ଉପରେ ଆଧାରିତ ଏକ ସଫଳତା ରହିବ ନାହିଁ । ବାସ୍ତବ-ବିଶ୍ୱ ସମସ୍ୟାର ସମାଧାନ କରୁଥିବା ଉତ୍ପାଦ-ଭିତ୍ତିକ PhD ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
Chaired the 3rd Meeting of the Standing Committee of Indian Institutes of Science Education and Research.
— Dharmendra Pradhan (@dpradhanbjp) January 13, 2026
Reviewed all 7 IISERs on their academic and research outputs and on their future plans. Suggested for more student-focused approaches for unleashing the full potential of… pic.twitter.com/mTTSEqACN9
📱 Get Argus News App
✨Related Topics
Explore more stories