Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୦ମ ପାସ ଚମ୍ପଇ ସୋରେନଙ୍କ କାନ୍ଧରେ ଝାଡଖଣ୍ଡ ଭାର

National

୧୦ମ ପାସ ଚମ୍ପଇ ସୋରେନଙ୍କ କାନ୍ଧରେ ଝାଡଖଣ୍ଡ ଭାର

Manini Pattanayak
Browse all articles by Manini Pattanayak
·2 years ago·2 min read
୧୦ମ ପାସ ଚମ୍ପଇ ସୋରେନଙ୍କ କାନ୍ଧରେ ଝାଡଖଣ୍ଡ ଭାର

ନୂଆଦିଲ୍ଲୀ:  ଝାଡ଼ଖଣ୍ଡରେ ଶେଷ ହୋଇଛି ରାଜନୈତିକ ସସପେନ୍ସ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚମ୍ପଇ ସୋରେନ। ରାଜ୍ୟପାଳ ସି.ପି ରାଧାକ୍ରିଷନ   ତାଙ୍କୁ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏବେ  ଝାଡଖଣ୍ଡ ରାଜ୍ୟର ଭାର ଚମ୍ପଇଙ୍କ କାନ୍ଧରେ।  ଜେଏମଏମ ବିଧାୟକ ଚମ୍ପଇ  ଝାଡଖଣ୍ଡର ଟାଇଗର ନାମରେ ବେସ୍‌ ପରିଚିତ। ତେବେ କିଏ ହେଉଛନ୍ତି  ଚମ୍ପଇ ସୋରେନ ?  ତାଙ୍କୁ କଣ ପାଇଁ କୁହାଯାଉଛି  ଝାଡଖଣ୍ଡର ଟାଇଗର ? ଆସନ୍ତୁ ଜାଣିବା ଝାଡଖଣ୍ଡର ଏ ଟାଣୁଆ ନେତାଙ୍କ କିଛି ଅଜଣା କଥା.. 
 ଝାଡଖଣ୍ଡର  ଜିଲିଙ୍ଗଗୋଡା ଗାଁର ବାସିନ୍ଦା ହେଉଛନ୍ତି  ଚମ୍ପଇ ସୋରେନ। ତାଙ୍କ ବାପାଙ୍କ ନା ସିମଲ ସୋରେନ।    ଯିଏକି ଜଣେ ଚାଷୀ, କ୍ଷେତରେ ଚାଷ କାର୍ଯ୍ୟ କରୁଥିଲେ ।  ୪ ଭାଇ ମଧ୍ୟରେ ଚମ୍ପଇ ହେଉଛନ୍ତି  ସବୁଠାରୁ ବଡ।   ସରକାରୀ ସ୍କୁଲରେ ୧୦ମ ଶ୍ରେଣୀ ଯାଏ ପାଠ ପଢିଛନ୍ତି ଚମ୍ପେଇ।  ୧୦  ପଢୁଥିବାବେଳେ  ଚମ୍ପେଇଙ୍କର ବିବାହ କରିଦିଆଯାଇଥିଲା। ବିବାହ ପରେ ଚମ୍ପଇ ସୋରେନଙ୍କର ୪ ଟି ପୁଅ ଏବଂ ୩ ଟି ଝିଅ ଅଛନ୍ତି। 

କଣ ପାଇଁ ଚମ୍ପଇ ସୋରେନ୍‌ ଙ୍କୁ  ‘ଝାଡ଼ଖଣ୍ଡର ଟାଇଗର’ କୁହାଯାଏ ? 

ଚମ୍ପଇ ସୋରେନଙ୍କ ରାଜନୈତିକ ଯାତ୍ରା ବେଶ ସଂଘର୍ଷପୂର୍ଣ୍ଣ। ଜେଏମଏମ୍ ମୁଖ୍ୟ ଶିବୁ ସୋରେନଙ୍କ ଖୁବ୍ ବିଶ୍ୱସ୍ତ ଥିଲେ ସେ । ୧୯୯୦ ଦଶକରେ ଝାଡଖଣ୍ଡକୁ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନର ମାନ୍ୟତା ଦେବା ପାଇଁ ସଂଗ୍ରାମ କରିଥିଲେ। ସେଥିପାଇଁ ତାଙ୍କୁ ଝାଡଖଣ୍ଡର ଟାଇଗର କୁହାଯାଏ।  

ବିଜେପି ସରକାରରେ ମଧ୍ୟ ମନ୍ତ୍ରୀ ରହି ସାରିଛନ୍ତି.. 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେପି ନେତା ଅର୍ଜୁନ ମୁଣ୍ଡାଙ୍କ ୨ ବର୍ଷ ୧୨୯ ଦିନ ସରକାରେ  ଚମ୍ପଇ ସୋରେନଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ କରାଯାଇଥିଲା।   ଚମ୍ପଇ ୧୧ ଡିସେମ୍ବର  ୨୦୧୦ରୁ ୧୮ ଜାନୁଆରୀ  ୨୦୧୩ ପର୍ଯ୍ୟନ୍ତ  ମନ୍ତ୍ରୀ ରହିଥିଲେ। ଏହାପରେ ରାଷ୍ଟ୍ରପତି ଶାସନ ଜାରି ହେଲା।  ଏବଂ ପରେ   ହେମନ୍ତ ସୋରେନଙ୍କ ନେତୃତ୍ୱରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସରକାରରେ ଚମ୍ପଇ ସୋରେନଙ୍କୁ ଖାଦ୍ୟ ଏବଂ ନାଗରିକ ଯୋଗାଣ ଏବଂ ପରିବହନ ମନ୍ତ୍ରୀ କରାଯାଇଥିଲା।

ସିଏମ ପଦରେ ବସିଛନ୍ତି  ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସେହି ବରିଷ୍ଠ ନେତା ଚମ୍ପଇ ସୋରେନ। ହେମନ୍ତ ସୋରେନଙ୍କ ଇସ୍ତଫା ଓ ଗିରଫ ପରେ କଳ୍ପନା ମୁଖ୍ୟମନ୍ତ୍ରୀ ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା। ଆଜି ସେ ସବୁର ଅନ୍ତ  ଘଟିଛି। 

ଅଧିକ ଦେଖନ୍ତୁ: 
 

Argus Whatsapp Channel Mobile Top
Sponsored
Champai takes oath as Jharkhand CM; 38 Mahagathbandhan MLAs camp in Hyderabad | Argus News