|
logo
Live
Argus News App
GET APP

Argus News - Champions Trophy 2025: ଭାରତର ଜବରଦସ୍ତ ବୋଲିଂ, ନ୍ୟୁଜିଲାଣ୍ଡର ଦୁର୍ବଳ ବ୍ୟାଟିଂ

National

Champions Trophy 2025: ଭାରତର ଜବରଦସ୍ତ ବୋଲିଂ, ନ୍ୟୁଜିଲାଣ୍ଡର ଦୁର୍ବଳ ବ୍ୟାଟିଂ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
Champions Trophy 2025: ଭାରତର ଜବରଦସ୍ତ ବୋଲିଂ, ନ୍ୟୁଜିଲାଣ୍ଡର ଦୁର୍ବଳ ବ୍ୟାଟିଂ

ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ । ଆରମ୍ଭରୁ ଦଳ ଧୁଆଁଧାର ବ୍ୟାଟିଂ କରୁଥିବା ବେଳେ ମାତ୍ର ୮ ଓଭରରେ ପ୍ରଥମ ଓ୍ୱିକେଟ୍‌ ହରାଇଥିଲା । ନ୍ୟୁଜିଲାଣ୍ଡର ପ୍ରଥମ ଓ୍ୱିକେଟ୍‌ ନେଇଥିଲେ ଭାରତର ବରୁଣ ଚକ୍ରବର୍ତ୍ତୀ । ତାପରେ କୂଳଦୀପ ଯାଦବ ୧୧ ତମ ଓଭର ବୋଲିଂ କରିବାକୁ ଆସି ଦ୍ୱିତୀୟ ଓ୍ୱିକେଟ୍ ନେଇଥିଲେ । ସେହିଭଳି ୧୩ ତମ ଓଭରରେ ମଧ୍ୟ ନ୍ୟୁଜିଲାଣ୍ଡର ତୃତୀୟ ଓ୍ୱିକେଟ୍‌ ଖସାଇଥିଲେ କୁଳଦୀପ ଯାଦବ ।

ନ୍ୟୁଜିଲାଣ୍ଡ ପକ୍ଷରୁ ଓ୍ୱିଲ ୟଙ୍ଗ ୨୩ ବଲ ଖେଳି ୧୫ ରନ୍‌ କରିଥିବା ବେଳେ ପ୍ୟାଭିଲିଅନ୍‌ ଫେରିଥିଲେ । ତାପରେ ରଚିନ୍‌ ରବିନ୍ଦ୍ର ୨୯ ବଲ ଖେଳି ୩୭ ରନ୍‌ କରିଥିବା ବେଳେ କୁଳଦୀପ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । କେନ୍‌ ଓ୍ୱିଲିୟମସନ୍‌ ୧୪ ବଲ ଖେଳି ୧୧ ରନ୍‌ କରିଥିବା ବେଳେ କୂଳଦୀପ ଯାଦବଙ୍କ ଦ୍ୱାରା କ୍ୟାଚ୍‌ ଆଉଟ ହୋଇଥିଲେ । ପରେ ଦଳ ଟିକେ ସମ୍ଭାଳି ଆସିଥିଲା । ଡାର୍ଲି ମିଚେଲ ଓ ଟମ୍‌ ଲାଥମ୍‌ ଦଳକୁ ଭଲ ସ୍ଥିତିକୁ ଆଣିବା ପାଇଁ ଖୁବ୍‌ ଚେଷ୍ଟା କରିଥିଲେ । ହେଲେ ଲାଥମ୍‌ ୨୪ ତମ ଓଭରରେ ଭାରତର ରାବିନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁର ଶିକାର ହୋଇଥିଲେ । ସେ ୩୦ ବଲ୍‌ ଖେଳି ୧୪ ରନ୍‌ କରି ପ୍ୟାଭିଲିଅନ୍ ଫେରିଥିଲେ ।

ତେବେ ଆଜି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମୁକାବିଲା ଚାଲିଛି । ଦୁବାଇ ଇଣ୍ଟରନାସନାଲ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯାଉଛି । ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ। ଫଳରେ ଭାରତ ବଲ ଧରି ମଇଦାନକୁ ଓହ୍ଲାଇଥିଲା । ତେବେ ଆଜିର ମ୍ୟାଚ୍‌ ଖୁବ୍‌ ରୋମାଞ୍ଚକର ହେବାରେ ଲାଗିଛି । ଉଭୟ ଦଳ ଜବରଦସ୍ତ ଫର୍ମରେ ରହିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ କୌଣସି ମ୍ୟାଚ୍‌ ହାରି ନଥିବାରୁ ମନୋବଳ ଢ଼େର ଅଧିକ ରହିଛି । ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ୪ ୱିକେଟରେ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଥିଲା ଭାରତ । ଏକମାତ୍ର ଦଳ ଭାବେ ପୁରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଥିବା ଟିମ୍ ଇଣ୍ଡିଆ ୧୨ ବର୍ଷ ପରେ ପୁନର୍ବାର ଚାମ୍ପିଅନ୍ସ ଟ୍ରଫି ଜିତିବ ବୋଲି ଭାରତୀୟ ପ୍ରଶଂସକ ଦୃଢ଼ ଆଶା ରଖିଛନ୍ତି ।

ଚାମ୍ପିଅନ୍ସ ଟ୍ରଫିରେ କିଏ ହେବ ଚାମ୍ପିଅନ୍ ? ଭାରତ ତୃତୀୟ ଥର ପାଇଁ ଟାଇଟଲ୍ ଜିତିବ ନା ନ୍ୟୁଜିଲାଣ୍ଡ ଦ୍ଵିତୀୟ ଥର ଚାମ୍ପିଅନ୍ ହେବ ।

କୁହାଯାଉଥିଲା ଫାଇନାଲ୍ ମ୍ୟାଚ୍‌ରେ ଟସ୍‌ର ମହତ୍ଵପୂର୍ଣ୍ଣ ଭୂମିକା ରହିଛି । ଏବେ ଯାଏଁ ଖେଳା ଯାଇଥିବା ୮ ମୁକାବିଲାରୁ ଟସ୍ ଜିତିଥିବା ଦଳ ୩ଟି ଜିତିଥିବା ବେଳେ ଟସ୍ ହାରିଥିବା ଦଳ ୪ ଥର ଚାମ୍ପିଅନ୍ ହୋଇଛି । ଗୋଟିଏ ମୁକାବିଲା ଅମୀମାଂସିତ ରହିଥିଲା । ୨୦୦୨ରେ ଶ୍ରୀଲଙ୍କା ଓ ଭାରତୀୟ ଦଳ ଯୁଗ୍ମ ବିଜେତା ଘୋଷିତ ହୋଇଥିଲେ ।

୨୦୦୬ରୁ ଟସ୍ ହାରୁଥିବା ଦଳ ଲଗାତାର ଚାମ୍ପିଅନ୍ ହେଉଛନ୍ତି । ୧୯୯୮, ୨୦୦୦ ଓ ୨୦୦୪ରେ ଫାଇନାଲ୍ ମ୍ୟାଚ୍ ଟସ୍ ଜିତିଥିବା ଦଳ ଜିତିଛି । ଫାଇନାଲ୍‌ର ୪୩ ପ୍ରତିଶତ ମ୍ୟାଚ୍ ଟସ୍ ଜିତିଥିବା ଦଳ ଏବଂ ୫୭ ପ୍ରତିଶତ ଟସ୍ ହାରିଥିବା ଦଳ ସପକ୍ଷରେ ଯାଇଛି । ଏହା ଛଡ଼ା ଫାଇନାଲ୍ ମ୍ୟାଚ୍‌ର ରେଜଲ୍ଟ ଟସ୍ ନିଷ୍ପତ୍ତି ଉପରେ ନିର୍ଭରଶୀଳ । ଏବେ ସୁଦ୍ଧା ୮ଟି ମ୍ୟାଚରୁ ୨ଟି ମୁକାବିଲା ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଥିବା ବେଳେ ଅନ୍ୟ ୫ଟିରେ ଦ୍ଵିତୀୟ ପାଳିରେ ବ୍ୟାଟିଂ କରିଥିବା ଦଳକୁ ସଫଳତା ମିଳିଛି ।

ଟୁର୍ଣ୍ଣାମେଣ୍ଟ ଆରମ୍ଭର ୬ରୁ ୫ଟି ଫାଇନାଲ୍ ମ୍ୟାଚ୍‌ରେ ବିଜୟ ଲକ୍ଷ୍ୟର ପିଛା କରିବାକୁ ପଡ଼ିଥିବା ବେଳେ ୨୦୧୩ ଓ ୨୦୧୭ରେ ଟ୍ରଫି ଜିତିଥିଲା ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ । ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ର ପ୍ରଥମ ପାଳିର ହାରାହାରି ରନ୍ ସ୍କୋର୍ ହେଉଛି ୨୧୯ । ଫାଇନାଲ୍‌ରେ ସର୍ବନିମ୍ନ ରନ୍ ୧୩୮, ଯାହାକି ୨୦୦୬ରେ ୱେଷ୍ଟଇଣ୍ଡିଜ୍, ଅଷ୍ଟ୍ରେଲିଆ ବିପକ୍ଷରେ କରିଥିଲା ।

ଏବେ ସୁଦ୍ଧା ୭ଟି ଦେଶ ଚାମ୍ପିଅନ ଟ୍ରଫି ଆୟୋଜନ କରିଛନ୍ତି । ଚଳିତବର୍ଷ ପାକିସ୍ତାନ ଆୟୋଜନ କରିଛି । ଶ୍ରୀଲଙ୍କା ଘରୋଇ ମୈଦାନରେ ଟାଇଟଲ୍ ଜିତିଥିଲା । ୨୦୦୨ରେ ଯୁଗ୍ମ ବିଜେତା ଘୋଷିତ ହୋଇଥିଲେ ଶ୍ରୀଲଙ୍କା ଓ ଭାରତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Champions Trophy 2025: ଭାରତର ଜବରଦସ୍ତ ବୋଲିଂ, ନ୍ୟୁଜିଲାଣ୍ଡର ଦୁର୍ବଳ ବ୍ୟାଟିଂ | Argus News