Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - Champions Trophy 2025: ପାକିସ୍ତାନର ଖୁସି ଛଡ଼ାଇନେଲା ଭାରତ

National

Champions Trophy 2025: ପାକିସ୍ତାନର ଖୁସି ଛଡ଼ାଇନେଲା ଭାରତ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
Champions Trophy 2025: ପାକିସ୍ତାନର ଖୁସି ଛଡ଼ାଇନେଲା ଭାରତ

ପାକିସ୍ତାରେ ଖେଳିଯାଇଛି ଶୋକର ଛାୟା। ସତେ ଯେମିତି ତାଙ୍କର ଅହଙ୍କାର ଭାଙ୍ଗିଯାଇଛି । ମୁଣ୍ଡ ତଳକୁ ନଇଁ ଯାଇଛି । ବିଶ୍ୱ ଆଗରେ ମୁହଁ ଦେଖାଇବା ପାଇଁ ଯେମିତି ତାଙ୍କର ଆଉ ମୁହଁ ନାହିଁ । କାରଣ ଭାରତ ହାତେଇଛି ଚାମ୍ପିଅନ୍ସ ଟ୍ରଫି । ପାକିସ୍ତାନ ଆୟୋଜନ କରିଥିଲା ଟୁର୍ଣ୍ଣାମେଣ୍ଟ । ହେଲେ ଟୁର୍ଣ୍ଣାମେଣ୍ଟରେ ଆରମ୍ଭରୁ ଶେଷ ଯାଏଁ ରାଜ କରୁଥିଲା ଭାରତ । ସତେ ଯେମିତି ଭାରତ ଇଶାରାରେ ଚାଲିଥିଲା ଚାମ୍ପିଅନ୍ସ ଟ୍ରଫି । ଏମିତିକି ଫାଇନାଲ ମ୍ୟାଚ୍ ବି ପାକିସ୍ତାନଠାରୁ ଛଡ଼ାଇ ନେଇଥିଲା ଭାରତ ।



ଚାମ୍ପିଅନ୍ସ ଟ୍ରଫି ୨୦୨୫ । ସାରା ବିଶ୍ୱରେ ଏବେ ସେଇ ଗୋଟିଏ ଚର୍ଚ୍ଚା। ସବୁଠି ଇଣ୍ଡିଆ ଇଣ୍ଡିଆ। ଭାରତକୁ ବିଶ୍ୱର କୋଣ ଅନୁକୋଣରୁ ଛୁଟି ଆସୁଛି ଶୁଭେଚ୍ଛାର ସୁଅ । ହେଲେ ଭାରତର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନରେ ଖେଳିଯାଇଛି ନିରାଶା । କାରଣ ଏଥର ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଥିଲା ପାକିସ୍ତାନ । ହେଲେ ଲିଗ୍‌ ମ୍ୟାଚରୁ ଉପରକୁ ଉଠିପାରିନଥିଲା । ଲିଗ୍ ମ୍ୟାଚରେ ହିଁ ଟୁର୍ଣ୍ଣାମେଣ୍‌ଟରୁ ବାଦ ପଡ଼ିଥିଲା ପାକିସ୍ତାନ ଦଳ । ଭାରତଠାରୁ ମଧ୍ୟ ଶୋଚନୀୟ ପରାଜୟ ବରଣ କରିଥିଲା ପାକିସ୍ତାନ ।



ଅନ୍ୟପଟେ ପାକିସ୍ତାନରେ ଖେଳାଯାଇଥିଲା ଚାମ୍ପିଅନ୍ସ ଟ୍ରଫିର ସମସ୍ତ ମ୍ୟାଚ୍ । ହେଲେ ସେଠାରେ ଗୋଟିଏ ବି ମ୍ୟାଚ୍‌୍ ଖେଳିନଥିଲା ଭାରତ । ଦୁବାଇରେ ସ୍ୱତନ୍ତ୍ର ଭାବେ ଭାରତ ପାଇଁ ହୋଇଥିଲା ମ୍ୟାଚ୍ ଆୟୋଜନ । ପ୍ରତ୍ୟେକ ଦଳ ଭାରତ ସହ ଖେଳିବାକୁ ଦୁବାଇ ଇଣ୍ଟରନାସନାଲ ଷ୍ଟାଡିଅମ୍‌୍ ଆସିଥିଲେ । ଆଉ ପରାଜୟର ସ୍ୱାଦ ଚାଖି ପୁଣି ପାକିସ୍ତାନ ଫେରିଥିଲେ । ସବୁଠାରୁ ବଡ଼ କଥା ହେଲା ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ୍‌ ହାରିନଥିଲା । ଯାହାଫଳରେ ଫାଇନାଲ ମ୍ୟାଚ୍‌୍ ବି ଖେଳାଯାଇଥିଲା ଦୁବାଇରେ । ଆଉ ଏହି କଷ୍ଟ ପାକିସ୍ତାନକୁ ବୋଝ ଉପରେ ନଳିତା ବିଡ଼ା ସଦୃଶ ଥିଲା । କାରଣ ପାକିସ୍ତାନରୁ ଫାଇନାଲ ମ୍ୟାଚ୍‌୍ ବି ଛଡ଼ାଇ ଆଣି ଦୁବାଇରେ ଖେଳିଥିଲା ଭାରତ । ଆୟୋଜକ ହୋଇ ମଧ୍ୟ ପାକିସ୍ତାନୀ ଦେଖିପାରିନଥିଲେ ଫାଇନାଲ ମ୍ୟାଚ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ପାକିସ୍ତାନୀ ଏବେ ନିଜ ଦେଶର ଦଳକୁ ତାତ୍ସଲ୍ୟ କରୁଛନ୍ତି । ଆଉ ଭାରତୀୟ ଖେଳାଳିଙ୍କୁ କରୁଛନ୍ତି ପ୍ରଶଂସା । ସିଧା ସିଧା କହୁଛନ୍ତି ପୂରା ପାକିସ୍ତାନ ଟିମ୍ ଉପରେ କେବଳ ଗୋଟିଏ ବିରାଟ କୋହଲି ଭାରିପଡ଼ିବେ। ପାକିସ୍ତାନ ଟିମ୍‌ର ବାପା ହେଉଛନ୍ତି ବିରାଟ କୋହଲି । ଯିଏ ଭଲ ଖେଳିବ ସିଏ ଟ୍ରଫି ନେବ । ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଥିଲା ସତ ହେଲେ ଭାରତ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ରାଜ କରିଥିଲା । ଏମିତିକି ଫାଇନାଲ ମ୍ୟାଚ୍‌ ବି ପାକିସ୍ତାନଠାରୁ ଛଡ଼ାଇନେଲା । ଯାହାଫଳରେ ଏବେ ପାକିସ୍ତାନରେ ଶୋକର ଛାୟା ଖେଳିଯାଇଛି ।



Sponsored
Champions Trophy 2025: India snatches Pakistan's happiness | Argus News