ଆସନ୍ତା 9ରେ ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ୍
Key Points
ଫାଇନାଲକୁ ନ୍ୟୁଜିଲାଣ୍ଡ
ଭାରତ ସହ ଖେଳିବ ନ୍ୟୁଜିଲାଣ୍ଡ
ଦକ୍ଷିଣ ଆଫ୍ରିକାକୁ 50 ରନରେ ହରାଇଲା ନ୍ୟୁଜିଲାଣ୍ଡ
ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତକୁ ଭେଟିବ ନ୍ୟୁଜିଲାଣ୍ଡ । ଦକ୍ଷିଣ ଆଫ୍ରିକାକୁ 50 ରନରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛି ନ୍ୟୁଜିଲାଣ୍ଡ । ଚାମ୍ପିଅନ୍ସ ଟ୍ରଫି କ୍ରିକେଟ ଇତିହାସର ସର୍ବୋଚ୍ଚ ସ୍କୋର କରିଥିଲା ନ୍ୟୁଜିଲାଣ୍ଡ । ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୩୬୩ ରନର ବିଜୟ ଲକ୍ଷ୍ୟ ରଖିଥିଲା ।
ନ୍ୟୁଜିଲାଣ୍ଡର ରଚୀନ ରବୀନ୍ଦ୍ର ଓ କେନ ୱିଲିୟମସନ ବିସ୍ଫୋରକ ଶତକ ହାସଲ କରିଥିଲେ । ରଚୀନ ୧୦୧ ବଲରେ ୧୩ ଚୌକା ଓ ୧ ଛକା ସହାୟତାରେ ୧୦୮ ରନ କରିଥିଲେ । ସେହିପରି ୱିଲିୟମସନ ୯୪ ବଲରେ ୧୦ ଚୌକା ଓ ୨ ଛକା ବଳରେ ୧୦୨ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାରେଲ ମିଚେଲ ଓ ଗ୍ଲେନ ଫିଲିପ୍ସ ୪୯ ଲେଖାଏଁ ରନ କରିଥିଲେ ।
📱 Get Argus News App
✨ଦକ୍ଷିଣ ଆଫ୍ରିକା ତରଫରୁ ଲୁଙ୍ଗୀ ଏନଗିଡି ୩ଟି ,କାଗିସୋ ରାବାଡା ୨ଟି ୱିକେଟ ହାସଲ କରିଥିଲେ । ପୂର୍ବରୁ ଚଳିତ ସଂସ୍କରଣରେ ଅଷ୍ଟ୍ରେଲିଆ ୫ ୱିକେଟ ବିନିମୟରେ ସର୍ବାଧିକ ୩୫୬ ରନ କରିଥିଲା । ମଙ୍ଗଳବାର ପ୍ରଥମ ସେମି ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିସାରିଛି । ତେବେ ଆସନ୍ତା 9 ତାରିଖ ରବିବାର ଦିନ ଭାରତ ସହ ଫାଇନାଲ ଖେଳିବ ନ୍ୟୁଜିଲାଣ୍ଡ ।