Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନର୍କ ପରି ଜୀବନ କରିଦେବ ଏପରି ବନ୍ଧୁ 

National

ନର୍କ ପରି ଜୀବନ କରିଦେବ ଏପରି ବନ୍ଧୁ 

Manini Pattanayak
Browse all articles by Manini Pattanayak
·2 years ago·1 min read
ନର୍କ ପରି ଜୀବନ କରିଦେବ ଏପରି ବନ୍ଧୁ 

ନୂଆଦିଲ୍ଲୀ: ନର୍କ ପରି ଜୀବନ କରିଦେବ  ଏପରି ବନ୍ଧୁ ।  କେବେ ଉନ୍ନତି କରାଇଦେବେନି ଏପରି ବନ୍ଧୁ ପାଖରେ ଥିଲେ। ଆଚାର୍ଯ୍ୟ ଚାଣକ୍ୟ ଏପରି ବନ୍ଦୁ ବା ସାଙ୍ଗଙ୍କୁ ବର୍ଣ୍ଣନା କରି କହିଛନ୍ତି ଯାହା ସଙ୍ଗତରେ ରହିଲେ ବ୍ୟକ୍ତି ବର୍ବାଦ ହୋଇଯିବ।  ଚାଣକ୍ୟଙ୍କ ଅନୁସାରେ ଏପରି ବନ୍ଧୁଙ୍କ ସଙ୍ଗତରେ ଯେଉଁ ବ୍ୟକ୍ତି  ରହିବ ସେ କେବେ ଉନ୍ନତି କରିପାରିବ ନାହିଁ।  ଯେଉଁ ବ୍ୟକ୍ତି ଏପରି ସାଙ୍ଗଙ୍କ ବୁଦ୍ଧିରେ ବାଟ ଚାଲନ୍ତି ସେମାନେ ବଡ ବଡ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ  ଯେଉଁ ବ୍ୟକ୍ତି ବା ବନ୍ଧୁ  ଖରାପ ଚରିତ୍ର  ହୋଇଥିବେ ତାଙ୍କ ଠାରୁ ଦୂରତା ରଖି ଚାଲନ୍ତୁ ଆପଣଙ୍କ ପାଇଁ ମଙ୍ଗଳ ହେବ। ବହୁତ ଲୋକ ଅଛନ୍ତି କିଛି କାରଣ ନଥାଇ ମଧ୍ୟ ଅନ୍ୟର କ୍ଷତି କରିବାକୁ ଚାହାଁନ୍ତି।  ଏପରି ଲୋକଙ୍କ ସହ ବନ୍ଧୁ ବାନ୍ଧନ୍ତୁ ନାହିଁ। ଯେଉଁ ବ୍ୟକ୍ତି ଅପରିସ୍କାର ସ୍ଥାନ  ବା ସନ୍ଦିଗ୍ଧ ସ୍ଥାନରେ ରହୁଥିବେ ସେହି ବ୍ୟକ୍ତିଙ୍କ ସହ ବନ୍ଧୁତ୍ୱ ରଖିଲେ  କ୍ଷତି ହୋଇଥାଏ। ଏପରି କୌଣସି ବି ବ୍ୟକ୍ତିଙ୍କ ସଙ୍ଗତରେ ରହିଲେ ନର୍କରେ ରହିବା ସହ ସମାନ ହେବ। ଯଦି ଏପରି ବ୍ୟକ୍ତିଙ୍କ ସଙ୍ଗତରେ ଅଛନ୍ତି ତେବେ ଯଥାଶିଘ୍ର ଛାଡନ୍ତୁ। ଚାଣକ୍ୟଙ୍କ ଅନୁସାରେ  ଯଦି ଏପରି ଲୋକଙ୍କ ସହ ମିତ୍ରତା କରୁଛନ୍ତି ତାଙ୍କୁ ପ୍ରଥମେ ଜାଞ୍ଚ-ପରୀକ୍ଷା କରିବା ଦରକାର। ତା ପରେ ବନ୍ଧୁ ବାନ୍ଧନ୍ତୁ। 
ଅଧିକ ପଢନ୍ତୁ  ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
chanakya niti says about friends who are not good for you always give wrong suggestion which impact on your money health success | Argus News