Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସଫଳ ହେବାକୁ ଦେବନି ଏହି ତିନି ଭୁଲ

Manini Pattanayak
Browse all articles by Manini Pattanayak
·2 years ago·1 min read
ସଫଳ ହେବାକୁ ଦେବନି ଏହି ତିନି ଭୁଲ

ନୂଆଦିଲ୍ଲୀ: ସଫଳ ହେବାକୁ ଦେବନି ଏହି ତିନି ଭୁଲ୍‌। ଆଚାର୍ଯ୍ୟ ଚାଣକ୍ୟ  ମଣିଷଙ୍କର ଏପରି ଭୁଲକୁ ବର୍ଣ୍ଣନା କରିଛନ୍ତି ଯେଉଁ ଭୁଲ କି କେବେବି  ସଫଳ ହେବାକୁ ଦେବନି ବରଂ ବରବାଦ କରିଦେବ।  ଏହି ଭୁଲ ଗୁଡିକ ମଣିଷଙ୍କର ସଫଳତାରେ ବାଧା ସୃଷ୍ଟି କରିଥାନ୍ତି।  ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ  ଟଙ୍କା ସଞ୍ଚୟ କରିବା ଜୀବନରେ ବହୁତ  ଜରୁରୀ।  ସେଭିଙ୍ଗ ହୋଇଥିବା ଧନ  ବିପଦ ସମୟରେ କାମରେ ଲାଗିଥାଏ ।  ଚାଣକ୍ୟ କୁହନ୍ତି ଯେଉଁ ମଣିଷ ଟଙ୍କା ସଞ୍ଚୟ ନ କରେ ସେମାନେ ସବୁବେଳେ  ଆର୍ଥୀକ ସମସ୍ୟା ଦେଇ ଗତି କରିଥାନ୍ତି।  

ମଣିଷକୁ ସର୍ବଦା ପରିଶ୍ରମ ଓ ସଚ୍ଚୋଟତାର ସହିତ ଆଗକୁ ବଢିବା ଦରକାର।  ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ  ଯେଉଁ ବ୍ୟକ୍ତି ଭୁଲ ପନ୍ଥା ଆପୋଣାଇ  ଟଙ୍କା ଉପାର୍ଜନ କରିଥାନ୍ତି  ଏବଂ ଆଗକୁ ବଢିବାକୁ ଚେଷ୍ଟା କରିଥାନ୍ତି ସେମାନେ କେବେକି ସଫଳ ହୋଇପାରିନଥାନ୍ତି।  ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ  ଏକ ଲକ୍ଷ୍ୟ ରହିବା ଦରକାର ଆଉ ଏହି ଲକ୍ଷ୍ୟକୁ କାହା ଆଗରେ ପ୍ରକାଶ କରିବା ବଡ ଭୁଲ  । କାରଣ କିଛି ଲୋକ  ନିଜର ଲକ୍ଷ୍ୟ ବିଷୟରେ  ଅନ୍ୟମାନଙ୍କ ଆଗରେ  କହିଦେଇଥାନ୍ତି।  ଏପରି କରିବା ଦ୍ୱାରା ବ୍ୟକ୍ତିର କ୍ଷତି ହୋଇଥାଏ। ଚାଣକ୍ୟଙ୍କ କହିବାନୁସାରେ ନିଜର ଲକ୍ଷ୍ୟକୁ ଅନ୍ୟ ଆଗରେ କହିବା ଦ୍ୱାରା   ସେହି ଲକ୍ଷ୍ୟ ପୁରା ହେବାରେ ଚାନ୍ସ ବହୁତ କମ ହୋଇଯାଇଥାଏ। 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chanakya niti says never do three mistakes related to money you will not get success in life face financial problems | Argus News