Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏହି ୩ଟି ଖରାପ ଅଭ୍ୟାସ ପକେଟ୍‌ ଖାଲି କରିଦେଇଥାଏ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଏହି ୩ଟି ଖରାପ ଅଭ୍ୟାସ ପକେଟ୍‌ ଖାଲି କରିଦେଇଥାଏ 

ନୂଆଦିଲ୍ଲୀ: ପକେଟ ଖାଲି କରିଦେବ ଏହି ତିନୋଟି ଖରାପ ଅଭ୍ୟାସ। ଏହି ଅଭ୍ୟାସ ରଖିଲେ ଘରୁ ମଧ୍ୟ ହସଖୁସି  ଚାଲିଯାଇଥାଏ। । ଆଚାର୍ଯ୍ୟ ଚାଣକ୍ୟ  ମନୁଷ୍ୟଙ୍କ ଏପରି ତିନୋଟି ଖରାପ ଅଭ୍ୟାସ ବିଷୟରେ ବର୍ଣ୍ଣନା କରିଛନ୍ତି  ଯେଉଁଥିପାଇଁ  ପକେଟ ସବୁବେଳେ ଖାଲି ହୋଇଯାଇଥାଏ।  ଏପରି ଅଭ୍ୟାସ ଯୋଗୁ  ବ୍ୟକ୍ତି ନିଃସଙ୍ଗ ରହିଥାଏ।  ଅନ୍ୟ ଠାରୁ  ଟଙ୍କା ଧାର ଉଧାର କରିବାର ଆବଶ୍ୟକତା ପଡିଥାଏ।  ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ  କେବେ ବି ବ୍ୟର୍ଥ  ଜିନିଷରେ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ।  ବରଂ ସଞ୍ଚୟ କରନ୍ତୁ।  ସେଭିଙ୍ଗ କରୁଥିବା  ଲୋକେ ସବୁବେଳେ  ଧନବାନ  ହୋଇଥାନ୍ତି।  ସେହିପରି ବ୍ୟର୍ଥ ବା ଅଜଥା ଖର୍ଚ୍ଚକରୁଥିବା  ଲୋକ   ସର୍ବଦା ଚିନ୍ତାଗ୍ରସ୍ତ ଏବଂ ଅଭାବୀ ରହିଥାଏ।  

ଏପରି ବ୍ୟକ୍ତିଙ୍କ ପକେଟ୍‌କୁ ଟଙ୍କା ଆସେ କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ  ରହିନଥାଏ।  କିଛିନା କିଛି  ବାଟରେ ଖର୍ଚ୍ଚ ହୋଇଯାଇଥାଏ।  ଚାଣକ୍ୟଙ୍କ ଅନୁସାରେ ମଣିଷଙ୍କୁ  ଦାନ  କରିବା  ଆବଶ୍ୟକ କିନ୍ତୁ ନିଜ ସାମର୍ଥ୍ୟ ଅନୁସାରେ  ଦାନ କରିବା ଦରକାର ।  ଅଧିକ ଦାନ କରିବା ମଧ୍ୟ ବ୍ୟକ୍ତି ପାଇଁ କ୍ଷତିକାର।  ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି  ଟଙ୍କାକୁ ନେଇ କେବେ ଆତ୍ମଗର୍ବ କରିବନି  କାରଣ ଅହଙ୍କାର  ବ୍ୟକ୍ତିକୁ ବର୍ବାଦ କରିଦେଇଥାଏ।  ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତିଙ୍କ ପାଖରେ ଟଙ୍କାର ଅହଙ୍କାର ଥାଏ ସେମାନଙ୍କ ନିକଟରେ  ଅଧିକ ସମୟ ପର୍ଯ୍ୟନ୍ତ ରହିନଥାଏ।   

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chanakya niti says these three bad habits makes you stay away from success money wealth happiness go out from house | Argus News