Videos
|
National

''ଭାରତ ଆମର ମା', ଦେଶ ମାତୃକାର ସେବାକରି ରଖିବା ତାହାରି ନାଆଁ''

Smruti Parija
Browse all articles by Smruti Parija
·1 year ago·3 min read
''ଭାରତ ଆମର ମା', ଦେଶ ମାତୃକାର ସେବାକରି ରଖିବା ତାହାରି ନାଆଁ''

ସେ ଗୋରାଙ୍କ ଅତ୍ୟାଚର ହେଉ କି ବାହ୍ୟ ଶତ୍ରୁକୁ ରକ୍ଷା କରିବାର ହେଉ । ନିଜ ଜୀବନକୁ ପଛରେ ପକାଇ ଦେଶ ପାଇଁ ଜୀବନ ଦେଇଛନ୍ତି ଭାରତୀୟ । ଯାହା ଆମ ଇତିହାସ କୁହେ । ଆଉ ଆଜି ସେହି ଇତିହାସର ପୁନରାବୃତ୍ତି ହେବାକୁ ଯାଉଛି । ପୂର୍ବପୁରୁଷଙ୍କ ଅଭିଜ୍ଞତା, ଅନୁଭୂତି ଜାଣିଲେ ଆମ ମଥା ଗର୍ବରେ ନଇଁ ଯାଏ । ଆଉ ସେତେବେଳେ ଆମ ମନକୁ ଆସେ ଆମକୁ ଯଦି ଟିକେ ମୌକା ମିଳିଥାନ୍ତା ଆମେ ବି ଦେଶ ପାଇଁ କିଛି କରିଥାନ୍ତେ....



ଆଉ ଆଜି ସେ ସମୟ ଆସିଛି । ଦେସ ପାଇଁ କିଛି କରିବାର । ଏ ମାଟି ମା ର ସେବା କରିବାର । ଯେଉଁଥିପାଇଁ ଏ ଭିଡ...ଆଉ ସମସ୍ତଙ୍କ ମୁହଁରେ ଗୋଟିଏ କଥା... ଦେଶ ପାଇଁ ଜୀବନ ବି ଦେଇ ଦେବୁ । ଆମକୁ ବାସ୍ ଗୋଟିଏ ମୌକା ଦରକାର । ହାତରେ କାଗଜ ଖଣ୍ଡେ ଧରି ସିଭିଲ୍ ଡିଫେନ୍ସ ଭଲ୍ୟୁଣ୍ଟର ହେବାକୁ ଏମାନେ ଇଚ୍ଛୁକ । ଚଣ୍ଡିଗଡ ଜିଲ୍ଲା ପ୍ରଶାସନର ଗୋଟିଏ ଡାକରାରେ ଆଗେଇ ଆସିଛନ୍ତି ଯୁବପିଢି । ତାହା ବି ଏତେ ମାତ୍ରାରେ .... ଯେତେବେଳେ ଦେଶ ଆଜି ଧର୍ମର ଯୁଦ୍ଧ ଲଢୁଛି । ଶତ୍ରୁ ଦେଶକୁ ମୁହଁତୋଡ ଜବାବ ଦେଉଛି । ସେନାର ବୀରତ୍ୱକୁ ସବୁ ମହଲରେ ପ୍ରଶଂସା କରାଯାଉଛି । ସେତେବେଳେ ଯୁବପିଢି ବା କାହିଁକି ପଛଘୁଞ୍ଚା ଦେବେ । ସମୟ ଆସିଛି । ସେନାକୁ ସହଯୋଗ କରିବାକୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅପରେସନ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଚଣ୍ଡିଗଡ଼ ପ୍ରଶାସନ ସ୍ଥାନୀୟ ଯୁବକମାନଙ୍କୁ ଜରୁରୀକାଳୀନ ପରିସ୍ଥିତିର

ନାଗରିକମାନଙ୍କୁ ସୁରକ୍ଷା ଦେବା ଏବଂ ପ୍ରଶାସନକୁ ସାହସ ଦେବା ପାଇଁ ନାଗରିକ ପ୍ରତିରକ୍ଷା ସ୍ୱେଚ୍ଛାସେବକ ବା ସିଭିଲ୍ ଡିଫେନ୍ସ ଭଲ୍ୟୁଣ୍ଟିୟ ଭାବରେ ଯୋଗ ଦେବାକୁ ଆହ୍ୱାନ ଦେଇଛି ।
ଏହି ଉଦ୍ଦେଶ୍ୟରେ ସେକ୍ଟର ୧୮ ସ୍ଥିତ ଟାଗୋର ଥିଏଟରରେ ଏକ ତାଲିମ ଶିବିର ଆୟୋଜନ କରାଯାଇଛି । ଯେଉଁଠାରେ ଯୁବକମାନେ ପଞ୍ଜୀକରଣ ପାଇଁ ବହୁତ ଉତ୍ସାହର ସହିତ ଆସିଥିବା ଦେଖିବାକୁ ମିଳିଛି । ଯୁବପିଢିଙ୍କ ମନରେ ଥିବା ଦେଶ ପ୍ରେମ ସ୍ପଷ୍ଟ ବାରି ହୋଇପଡିଛି । "ଭାରତ ମାତା କି ଜୟ" ଏବଂ "ପାକିସ୍ତାନ ମୁର୍ଦାବାଦ" ସ୍ଲୋଗାନରେ ଫାଟି ପଡୁଛି ତାଲିମ ଶିବିର ।

୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ଯୁବକ ଯୁବତୀ, ଯେଉଁଥିରେ କଲେଜ ଛାତ୍ର, କାର୍ଯ୍ୟରତ ବୃତ୍ତିଗତ ଏବଂ ସ୍ୱେଚ୍ଛାସେବୀ ସଂଗଠନ ସହିତ ଜଡିତ ବ୍ୟକ୍ତିମାନେ ସାମିଲ ଅଛନ୍ତି ସେମାନଙ୍କୁ ପ୍ରାଥମିକତା ଦିଆଯାଇଛି । ପ୍ରଶାସନ କହିଛି ଯେ ୧୮ ବର୍ଷରୁ ଅଧିକ ବୟସର ଯୁବକଯୁବତୀମାନେ ନାଗରିକ ପ୍ରତିରକ୍ଷା ସ୍ୱେଚ୍ଛାସେବକ ହୋଇ ଦେଶ ସେବା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ।
ତେବେ ପ୍ରଶାସନର ଏହି ଡାକରା ପରେ ଦେଶ ପ୍ରେମ ଦେଖାଇଛନ୍ତି ଯୁବପିଢି । କିଏ କହୁଛି ମୁଁ ମୁ ମୋ ଦେଶକୁ ବହୁତ ଭଲ ପାଏ । ଦେସ ପାଇଁ କିଛି ବି କରିବାକୁ ରାଜି । ସେହିପରି ଆଉ କିଏ କହୁଛି ଆମେ ଆଜି ଏକତ୍ରିତ ହୋଇଛୁ ଇଣ୍ଡିଆନ ଆର୍ମିକୁ ସାହାଯ୍ୟ କରିବାକୁ । ଆମେ ଫର୍ମ ଫିଲ ଅର୍ କରି ସାରିଛୁ । ଆମକୁ ସରକାର ଯାହା କହିବେ କରିବାକୁ ରାଜି....

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଉତ୍ତେଜନା ପୁଣିଥରେ ସାରା ଦେଶରେ ଦେଶପ୍ରେମର ଭାବନାକୁ ଜାଗ୍ରତ କରିଛି। ଦେଶର ଲୋକମାନେ ଯୁଦ୍ଧ ପାଇଁ ସୀମାକୁ ଯାଇପାରିବେ ନାହିଁ, କିନ୍ତୁ ସେମାନଙ୍କର ଉତ୍ସାହ ଭରି ରହିଛି । ସୋସିଆଲ ମିଡିଆଠାରୁ ଆରମ୍ଭ କରି ରାସ୍ତାଘାଟ, ସବୁଠି ଦେଶର ନାଗରିକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ଯୁବକଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ, ସମସ୍ତେ କହୁଛନ୍ତି ଯେ ସେମାନେ ଦେଶ ସେବା କରିବାକୁ ପ୍ରସ୍ତୁତ । ଯୁବପିଢିଙ୍କ ମୁହଁରେ ଗୋଟିଏ କଥା ଆମକୁ କେବଳ ଗୋଟିଏ ବନ୍ଧୁକ ଦିଅ, ଶତ୍ରୁକୁ ମାରିଦେବୁ।