ଗୁଜରାଟରେ କାୟା ମେଲାଉଛି ଚାନ୍ଦିପୁରା ଭାଇରସ୍

ଅର୍ଗସ ବ୍ୟୁରୋ: ଗୁଜରାଟରେ କାୟା ମେଲାଉଛି ଚାନ୍ଦିପୁରା ଭାଇରସ୍ । ଦେଶରେ କୋରୋନା ଭାଇରସ୍ ଆତଙ୍କ ଲୋକଙ୍କ ମନରୁ ଲିଭି ମ ଥିବା ବେଳେ ଆଉ ଏକ ମାରାତ୍ମକ ଭୂତାଣୁ ଆତଙ୍କ ଖେଳାଇଛି । ଲୋକେ ଭୟଭୀତ। ଏହି ଭାଇରସ୍ ଛୋଟ ଛୋଟ ପିଲାଙ୍କୁ ବି ଛାଡୁନାହିଁ। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି। ଚାନ୍ଦିପୁରା ଭାଇରସରେ ଆରାବଳୀ ଜିଲ୍ଲାର ମୋଟା କନ୍ଥାରିଆରେ ଏକ ୪ ବର୍ଷିୟ ଶିଶୁର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଏନେଇ ଗୁଜରାଟ ସ୍ଵାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ଚିନ୍ତାଗ୍ରସ୍ତ। ଏହି ମାରାତ୍ମକ ଭାଇରସର ନାଁ ହେଉଛି ଚାନ୍ଦିପୁରା ଭାଇରସ ?
କଣ ଏହି ଚାନ୍ଦିପୁରା ଭାଇରସ ?
ସାରା ଦେଶରେ ୨୯ଟି ଚାନ୍ଦିପୁରା ମାମଲା ସାମ୍ନାକୁ ଆସିଛି। ଏଥିରୁ ୨୬ଠି କେସ୍ ଗୁଜରାଟରୁ ରହିଛି। ୨ ଜଣ ସହକ୍ରମିତ ରାଜସ୍ଥାନରୁ ଚିହ୍ନଟ ହୋଇଥିବାବେଳେ ଗୋଟିଏ ମାମଲା ମଧ୍ୟପ୍ରଦେଶରୁ ଆସିଛି। ସେହିପରି ୧୫ ମୃତକଙ୍କ ମଧ୍ୟରୁ ଗୁଜରାଟରୁ ୧୩ଜଣ ରହିଛନ୍ତି। ଗୁଜରାଟର ସାବରକାଣ୍ଟା, ଆରାବଳୀ, ମହିସାଗର, ଖେଡା, ମେହସାଣା, ରାଜକୋଟ, ସୁରେନ୍ଦ୍ରନଗର, ଅହମ୍ମଦାବାଦ, ଗାନ୍ଧିନଗର, ପଞ୍ଚମହଲ, ଜାମନଗର, ଏବଂ ମୋରବୀ ଜିଲ୍ଲାରୁ ଗୋଟିଏ ଲେଖାଏଁ ଚାନ୍ଦିପୁରା ଭାଇରସ୍ ମାମଲା ସାମ୍ନାକୁ ଆସିଛି। ଚାନ୍ଦିପୁରା ଭାଇରସ୍ ସଂକ୍ରମିତଙ୍କୁ ଜ୍ୱର ଆସିଥାଏ। ଏହା ଫ୍ଲୁ ଭଳି ଏକ ଭାଇରସ୍ ଏବଂ ଏହା ଖୁବ ଜୋରରେ ସଂକ୍ରମିତ ହୋଇଥାଏ।
କେମିତି ବ୍ୟାପେ ଚାନ୍ଦିପୁରା ଭାଇରସ ?
ବିଶେଷ କରି ମଶା, ମାଛି ଭଳି କୀଟ ଦ୍ୱାରା ସଂକ୍ରମିତ ହୋଇଥରଏ। ସଂକ୍ରମିତ ସାଣ୍ଡଫ୍ଲାଏ କାମୁଡ଼ିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ ଏବଂ ମୁଖ୍ୟତଃ ୯ ମାସରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ପ୍ରଭାବିତ କରିଥାଏ । ଏହା ପ୍ରାୟତଃ ଗ୍ରାମାଞ୍ଚଳରେ ଦେଖାଯାଏ । ୨୦୦୩ରୁ ୨୦୦୪ ମଧ୍ୟରେ ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫୬-୭୫ ପ୍ରତିଶତ ଲୋକଙ୍କୁ ମୃତ୍ୟୁ ହୋଇଥିଲା।
ଚାନ୍ଦିପୁରା ଭାଇରସରର ଲକ୍ଷଣ ?
ଏହାର ମୁଖ୍ୟ ଲକ୍ଷଣ ହେଉଛି ଜ୍ୱର, ବାନ୍ତି, ଝାଡ଼ା ଏବଂ ମୁଣ୍ଡବିନ୍ଧା । ଯଦି ଏହି ଲକ୍ଷଣ ଦେଖାଯାଏ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।
📱 Get Argus News App
✨ପ୍ରଥମେ କେଉଁଠି ଦେଖାଦେଇଥିଲା ଏହି ରୋଗ ?
୧୯୬୬ ମସିହାରେ ମହାରାଷ୍ଟ୍ରରେ ପ୍ରଥମେ ଏହି ଭୂତାଣୁ ଦେଖା ଦେଇଥିଲା । ନାଗପୁରର ଚାନ୍ଦିପୁରାରେ ଏହି ଭୂତାଣୁକୁ ଚିହ୍ନଟ କରାଯାଇ ଥିଲା । ସେଥିପାଇଁ ତାହାର ଏପରି ନାମ କରଣ କରାଯାଇ ଥିଲା ।
ଅଧିକ ପଢ଼ନ୍ତୁ ଦେଶ ଖବର: