Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ

Banajyotshna Ray
Browse all articles by Banajyotshna Ray
·2 years ago·2 min read
୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ

ଅର୍ଗସ ବ୍ୟୁରୋ:  ଆନ୍ଧ୍ରପ୍ରଦେଶରେ ପୁଣି ଥରେ ଚନ୍ଦ୍ରବାବୁ ନାଇଡୁଙ୍କ ବିଜଯ ଉତ୍ସବ। ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ତେଲୁଗୁ ଦେଶମ ପାର୍ଟିର ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ । ବିଜୟୱାଡାରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଆନ୍ଧ୍ର ରାଜ୍ୟପାଳ ଅବଦ୍ଦୁଲ ନଜିର, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଲେ ଚନ୍ଦ୍ରବାବୁ ନାଇଡୁ। ଶପଥ ନେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହା, ଜେପି ନଡ୍ଡା, ନିତିନ ଗଡକରୀ, ମଧଯ ଉପସ୍ଥିତ ଥିଲେ। ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କ ସମେତ ୨୩ ଜଣ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।ତେବେ  ଜନସେନା ପାର୍ଟି ମୁଖ୍ୟ ତଥା ପାୱାର ଷ୍ଟାର ପୱନ କଲ୍ୟାଣ  ନୂଆ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ନାଇଡୁ ସରକାରରେ ଟିଡିପିର ୨୧ ଜଣ ମନ୍ତ୍ରୀ, ଜନସେନାର ଦୁଇଜଣ ଏବଂ ଭାଜପାର ଜଣେ ମନ୍ତ୍ରୀ ହେଉଛନ୍ତି। ଏହାପୂର୍ବରୁ ମଙ୍ଗଳବାର ଟିଡିପି ଏବଂ ଏନଡିଏ ଚନ୍ଦ୍ରବାବୁ ନାଇଡୁଙ୍କୁ ସେମାନଙ୍କର ବିଧାନସଭା ଦଳର ନେତା ଭାବରେ ମନୋନୀତ କରିଥିଲେ। ଚଳିତ ନିର୍ବାଚନରେ ଆନ୍ଧ୍ରପ୍ରଦେଶରେ ଦମଦାର ପ୍ରଦର୍ଶନ କରିଥିଲା ଟିଡିପି। ବିଧାନସଭାରେ ୧୭୫ ଆସନରୁ ୧୩୫ ଆସନରେ ବିଜୟ ହାସଲ କରିଛି ଚନ୍ଦ୍ରବାବୁ ନାଇଡୁଙ୍କ ଦଳ। ଆନ୍ଧ୍ର ରାଜନୀତିରେ ଏକ ଚର୍ଚ୍ଚିତ ଚେହେରା ହେଉଛନ୍ତି ଟିଡିପି ପ୍ରତିଷ୍ଠାତା ଚନ୍ଦ୍ରବାବୁ । ସେ ଚଳିତଥରକୁ ମିଶାଇ ମୋଟ ୪ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୧୯୯୫ରେ ସେ ପ୍ରଥମଥର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିଲେ । ୨୦୨୪ରେ  ତାଙ୍କ ଦଳ ଟିଡିପି’ ଏକାକୀ ୧୩୫ ଆସନ ଜିତିଥିଲା । ଏନଡିଏ ମେଣ୍ଟ ଚନ୍ଦ୍ରବାବୁ ନାଇଡୁଙ୍କ  ନେତୃତ୍ବରେ ଆନ୍ଧ୍ରପ୍ରଦେଶରେ ସରକାର ଗଠନ କରିଛି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ  ଅମରାବତୀ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ ହେବ ବୋଲି ବଡ ଘୋଷଣା କରିଥିଲେ  ଚନ୍ଦ୍ରବାବୁ ନାଇଡୁ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chandrababu took oath as Chief Minister for the 4th time | Argus News