Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଗବସ୍‌ ଓଟିଟି-୩ରେ ବଡା ପାଓ ବିକାଳୀ ଚନ୍ଦ୍ରିକା 

Manini Pattanayak
Browse all articles by Manini Pattanayak
·2 years ago·2 min read
ବିଗବସ୍‌ ଓଟିଟି-୩ରେ ବଡା ପାଓ ବିକାଳୀ ଚନ୍ଦ୍ରିକା 

ନୂଆଦିଲ୍ଲୀ: ବଡା ପାଓ ଗାର୍ଲ  ନାଁ ଟି ଶୁଣିଲେ ଟିକେ  ଆଶ୍ଚର୍ଯ୍ୟ ଲାଗୁଥିବ..  ବଡା ପାଓ ଗାର୍ଲ  ହେଉଛନ୍ତି ଚନ୍ଦ୍ରିକା ଗେରା ଦିକ୍ଷୀତି  ଯାହାଙ୍କୁ ନେଇ ଏବେ ଭାରି ଚର୍ଚ୍ଚା। ଏହି ବଡା ପାଓ ଗାର୍ଲ ଏବେ ବିଗ ବସ୍‌ ଓଟିଟି ୩ରେ ଏଣ୍ଟ୍ରି କରିଛନ୍ତି।  ଏଣ୍ଟ୍ରି କରୁ କରୁ ଚର୍ଚ୍ଚା କୁ ଆସିଯାଇଛନ୍ତି ବଡା ପାଓ ଗାର୍ଲ।  ତେବେ ଆସନ୍ତୁ ଜାଣିବା ଏହି ବଡା ପାଓ  ଗାର୍ଲଙ୍କ  ସମ୍ପର୍କରେ।  ଆଉ ତାଙ୍କୁ କାହିଁକି କୁହାଯାଉଛି ବଡା ପାଓ ଗାର୍ଲ। 

 ବଡା ପାଓ ବିକ୍ରି କରିଥାନ୍ତି ଚନ୍ଦ୍ରିକ।  ଚନ୍ଦ୍ରିକାଙ୍କର  ଦିଲ୍ଲୀରେ  ଏହି ବଡା ପାଓର ଦୋକାନ ଅଛି।  ଯାହାର ଭିଡିଓ ସବୁବେଳେ ସୋସିଆଲ ମିଡିଆରେ  ପ୍ରାୟତଃ  ଭାଇରାଲ ହୋଇଥାଏ। ଖାଲି ଏତିକି ନୁହେଁ ଚନ୍ଦ୍ରିକାଙ୍କ ବଡା ପାଓର ବିକ୍ରିକୁ ଦେଖି  କିଛି ଲୋକ ଅନ୍ଦାଜା ଲଗାନ୍ତି ତାଙ୍କ ଇନକମ କେତେ ହୋଇଥିବ। କାହିଁକି ନା  ବଡା ପାଓ ବିକି ଚନ୍ଦ୍ରିକା ଏବେ କୋଟିପତି।  ଚନ୍ଦ୍ରିକା ସବୁବେଳେ ଲଗଜରି କାରରେ ବଲୁଥିବାର ନଜର ମଧ୍ୟ ଆସିଥାନ୍ତି।  ବିଗ ବସ ଓଟିଟିକୁ ଆସିବା ପରେ ଚନ୍ଦ୍ରିକା ତାଙ୍କର ପ୍ରତିଦିନର ଇନକମର ଖୁଲାସା କରିଛନ୍ତି।  ତେବେ ତାଙ୍କ ଗୋଟିଏ ଦିନର ଇନକମ ଶୁଣିଲେ ଏମବିଏ ଏବଂ  ଇଂଜିନିୟରମାନେ  ଚକିତ ହେବେ।  ଚନ୍ଦ୍ରିକା ତାଙ୍କ ବଡା ପାଓ ଦୋକାନରୁ ଦିନକୁ ୪୦ ହଜାର ଟଙ୍କା ରୋଜଗାର କରିଥାନ୍ତି।  ଯଦି  ଆନୁମାନିକ ହିସାବ କରିବା ତେବେ ମାସକୁ ଚନ୍ଦ୍ରିକାଙ୍କର  ଇନକମ ଏକ କୋଟି  ୨୦ ଲକ୍ଷ ହେବ । 

ଆଜିକା ଡେଟ୍‌ରେ ସାଧାରଣତଃ ସୁନ୍ଦରୀ ଆଉ ସ୍ମାର୍ଟ ଥିବା ଯୁବତୀ ମାନେ  ଫାଷ୍ଟ ଫୁଡ ବିଜନେଶ କରିବାକୁ ମନୋବଳାଉଛନ୍ତି। ଆଉ କିଛି  ପରିବାରର ନିଷ୍ପତ୍ତି ଉପରେ ନିର୍ଭଳ କରୁଥିବାଳେଳେ   କେହି କେହି ଏହି ବେପାର କରିବାକୁ ସଙ୍କୋଚ ପ୍ରକାଶ କରିଥାନ୍ତି। କିନ୍ତିୁ  ବଡା ପାଓ ବିକ୍ରି କରିବାକୁ ଲାଜ କି ସଂକୋଚ କରିନଥିଲେ ଚନ୍ଦ୍ରିକା । ସେଥିପାଇଁ ଆଜି ସଫଳତାର ସ୍ୱାଦ ଚାଖିଛନ୍ତି ଚନ୍ଦ୍ରୀକ ଦିକ୍ଷୀତି । 
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chandrika Dixit, popularly known as the Vada Pav girl, took the opportunity to bond with the housemates and shared the backstory of her viral | Argus News