Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଲଗାଣ ବର୍ଷା ଯୋଗୁଁ ଚାରିଧାମ ଯାତ୍ରାକୁ ଆଗାମୀ ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଛି

Rashmita Mishra
Browse all articles by Rashmita Mishra
·1 year ago·1 min read
ଲଗାଣ ବର୍ଷା ଯୋଗୁଁ ଚାରିଧାମ ଯାତ୍ରାକୁ ଆଗାମୀ ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଛି

Key Points

ଚାରିଧାମ ଯାତ୍ରାକୁ ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛି

ଜୁନ୍ ୨୯ ଏବଂ ଜୁଲାଇ ୧ ପାଇଁ ରେଡ୍ ଆଲର୍ଟ ଜାରି

ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ଚେତାବନୀ ପରେ ଚାରିଧାମ ଯାତ୍ରାକୁ ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛି । ଜୁନ୍ ୨୯ ରୁ ଜୁଲାଇ ୧ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଉତ୍ତରାଖଣ୍ଡରେ ଥିବା ଚାରିଧାମ ଗଙ୍ଗୋତ୍ରୀ , ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥକୁ ପାଣିପାଗ ବିଭାଗ ଜୁନ୍ ୨୯ ରୁ ଜୁଲାଇ ୧ ପର୍ଯ୍ୟନ୍ତ ରେଡ୍ ଆଲର୍ଟ ଜାରି କରିଛି ।


ବର୍ଷା ଯୋଗୁଁ ଏଠାରେ ପୂର୍ବରୁ ଅନେକ ଭୂସ୍ଖଳନ ହୋଇଛି । ଏହି କାରଣରୁ ଅନେକ ଲୋକ ପ୍ରାଣ ହରାଇଛନ୍ତି । କିଛି ଲୋକ ଏବେ ବି ନିଖୋଜ ଅଛନ୍ତି, ସେମାନଙ୍କ ଖୋଜା ଖୋଜି ଜାରି ରହିଛି । ଏପରି ପରିସ୍ଥିତିରେ, ପ୍ରବଳ ବର୍ଷା ସତର୍କତା ଯୋଗୁଁ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଚାରିଧାମ ଯାତ୍ରାକୁ ଆଗାମୀ ୨୪ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଛି ।


ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନଙ୍କୁ ହରିଦ୍ୱାର, ଋଷିକେଶ, ଶ୍ରୀନଗର, ରୁଦ୍ରପ୍ରୟାଗ, ସୋନପ୍ରୟାଗ ଏବଂ ବିକାଶନଗରରେ ତୀର୍ଥଯାତ୍ରୀମାନଙ୍କୁ ଅଟକାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଗ ସ୍ୱାଭାବିକ ହେବା ପରେ ଯାତ୍ରା ପୁଣି ଆରମ୍ଭ ହେବ ବୋଲି ଆଶା କରାଯାଉଛି । ତଥାପି, ଆଗାମୀ ତିନି ଦିନ ପାଇଁ ଏଠାକାର ପାଗ ଖରାପ ରହିପାରେ ବୋଲି ଆକଳନ କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
charidham-yatra-suspended-for-next-24-hours-due-to-heavy-rain | Argus News