Videos
|
National

Entertainment News / ଚଟ୍‌ ମଙ୍ଗ୍‌ନୀ ପଟ୍‌ ବିହା, ୩ ମିନିଟ୍‌ରେ ତଲାକ୍‌

Manini Pattanayak
Browse all articles by Manini Pattanayak
·2 years ago·2 min read
ଚଟ୍‌ ମଙ୍ଗ୍‌ନୀ ପଟ୍‌ ବିହା, ୩ ମିନିଟ୍‌ରେ ତଲାକ୍‌
AI-Generated Image Used For Representational Purpose

Key Points

ଚଟ୍‌ ମଙ୍ଗ୍‌ନୀ ପଟ୍‌ ବିହା.. ଆଉ ବିବାହର ମାତ୍ର ୩ ମିନିଟ୍‌ରେ ତଲାକ୍‌। ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ  କଥାଟି ସତ। କୁଏତେ ରେ ଏଭଳି ଏକ ବିବାହ ଦେଖିବାକୁ ମିଳିଛି।   ତେବେ ଆସନ୍ତୁ ପୁରା ଘଟଣା ଉପରେ ନଜର ପକାଇବା।  କୋର୍ଟରେ   ଦୁଇ ଜଣଙ୍କ ସହମତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଯୋଡି।

ନୂଆଦିଲ୍ଲୀ: ଚଟ୍‌ ମଙ୍ଗ୍‌ନୀ ପଟ୍‌ ବିହା.. ଆଉ ବିବାହର ମାତ୍ର ୩ ମିନିଟ୍‌ରେ ତଲାକ୍‌। ଆଶ୍ଚର୍ଯ୍ୟ ଲାଗୁଛି ନା କିନ୍ତୁ  କଥାଟି ସତ। କୁଏତେ ରେ ଏଭଳି ଏକ ବିବାହ ଦେଖିବାକୁ ମିଳିଛି।   ତେବେ ଆସନ୍ତୁ ପୁରା ଘଟଣା ଉପରେ ନଜର ପକାଇବା।  କୋର୍ଟରେ   ଦୁଇ ଜଣଙ୍କ ସହମତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ଯୋଡି।  

କୋର୍ଟରେ  ବିବାହ ଜନିତ ସବୁ ଔପଚାରିକ  କାର୍ଯ୍ୟ ସରିଲା ପରେ  ସ୍ୱାମୀ ସ୍ତ୍ରୀ ହୋଇଥିଲେ ଏହି କପଲ।  ଏହାର କିଛି ମିନିଟ୍‌  ରେ ଦୁଇ ଜଣ ହାତ ଧରାଧରି ହୋଇ  କୋର୍ଟରୁ ବାହାରିଥିଲେ । ଠିକ୍‌ ସେହି ସମୟରେ ହଠତ୍‌ କନ୍ୟାର ଗୋଡ ଖସିଗଲା ଆଉ ସେ  ତଳେ ପଡିଗଲେ..  ସ୍ତ୍ରୀଙ୍କର ପଡିଯିବା

ଦେଖି ସ୍ୱାମୀ  ତାଙ୍କୁ ଅଟହାସ୍ୟ କରି କହିଦେଲେ  ମୂର୍ଖ.. ବାଶ୍‌ ଏତିକି କଥା ଶେଷ.. ସ୍ୱାମୀଙ୍କ ଏହି କଥାରେ  ରାଗି ପଞ୍ଚମ ହୋଇଗଲେ ନବବିବାହିତା ସ୍ତ୍ରୀ।   ଆଗ ପଛ କିଛି ନ ଭାବି  ଯେୁଉଁ କୋର୍ଟରେ ବିବାହ  କରି ଆସିଥିଲେ ସେହି କୋର୍ଟକୁ ପୁର୍ନବାର ଗଲେ।   ଆଉ ଜଜଙ୍କୁ ତୁରନ୍ତ ତାଙ୍କ ବାହାଘରକୁ ରଦ୍ଦ କରିବା ବା ଛଡପତ୍ର  ଦେବାକୁ କହିଲେ କନ୍ୟା ।

କନ୍ୟା ର ଏଭଳି କଥା ଶୁଣି ହତବାକ୍‌ ହୋଇଗଲେ ଜଜ୍‌। କିନ୍ତୁ କିଛି ସମୟ ପରେ ଦୁଇ ଜଣଙ୍କ ସହମତିରେ  ବିବାହକୁ ରଦ୍ଦ କରିଥିଲେ ଜଜ୍। ମାତ୍ର ବିବାହକୁ ପୁରିଥିଲା  ୩ ମିନିଟ୍‌   ଆଉ ତାପରେ ତଲାକ୍‌। ଯାହାକୁ ନେଇ ଏବେ  ଖୁବ୍‌ ଚର୍ଚ୍ଚା।  ଏହା କୁଏତର ଏପର୍ଯ୍ୟନ୍ତ ସ୍ମଲ ମ୍ୟାରେଜ ବୋଲି..   

ସେହିପରି ବିଟ୍ରେନ୍‌ ରେ ମଧ୍ୟ  ଏପରି ଅଜିବ ଗରିବ ଖବର ସାମ୍ନାକୁ ଆସିଛି।  ବ୍ରିଟେନ ରେ ୨୦୦୪ରେ   ଅନ୍ୟ ଏକ କପଲଙ୍କ ବିବାହରେ ମଧ୍ୟ ଏପରି  ଘଟଣା ଦେଖିବାକୁ ମିଳିଥିଲା।  ବିବାହର ମାତ୍ର ୯୦ ମିନିଟ୍‌ ପରେ ତଲାକ ଦେଇଥିଲେ କପଲ୍‌।  ଏହାର କାରଣ  ମଧ୍ୟ ଥିଲା କିଛି ରୋଚକ।  

ତେବେ  ଏହା ପଛର କାରଣ ଥିଲା ଯେ  ବର ଜଣଙ୍କ କନ୍ୟାର ସାଙ୍ଗମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ.. ଯାହା କନ୍ୟାଙ୍କୁ ପସନ୍ଦ  ଆସିନଥିଲା। ଯେଉଁଥିପାଇଁ ବିବାହର ମାତ୍ର ୯୦ ମିନିଟ୍‌ରେ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ ସ୍ତ୍ରୀ।  ଏଭଳି ବିବାହକୁ  ଏବେ ସୋସିଆଲ ମିଡିଆରେ କୁହାଯାଉଛି  ଚଟ୍‌ ମଙ୍ଗନୀ ଚଟ୍‌ ବ୍ୟାହା ଔର ଚଟ୍‌ ତଲାକ୍‌ ।

ଅଧିକ ଦେଖନ୍ତୁ..
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Chat mangni pat biha.. and divorce in just 3 minutes of marriage. | Argus News