Videos
|
National

ପ୍ରଥମରୁ ଇଣ୍ଡି ମେଣ୍ଟକୁ ଚେକ୍ ମେଟ୍

Ritu Das
Browse all articles by Ritu Das
·2 years ago·2 min read
ପ୍ରଥମରୁ ଇଣ୍ଡି ମେଣ୍ଟକୁ ଚେକ୍ ମେଟ୍

ଅର୍ଗସ ବ୍ୟୁରୋ: ଲୋକସଭାର ବାଚସ୍ପତି ନିର୍ବାଚନରେ ବାଜି ମାରିଲେ ଓମ୍‌ ବିର୍ଲା। ଧ୍ବନୀ ମତରେ ହିଁ ସେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ବାଚନିକ ଭୋଟରେ ବିରୋଧୀ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ବାଏଁ ବାଏଁ ଉଡ଼ାଇ ଦେବା ସହ ଦ୍ବିତୀୟ ଥର ପାଇଁ ବାଚସ୍ପତି ପଦ ସମ୍ଭାଳିଛନ୍ତି। ଆଜି ଲୋକସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ ଏନଡିଏର ବାଚସ୍ପତି ପ୍ରାର୍ଥୀ ଭାବେ ଓମ୍ ବିର୍ଲାଙ୍କ ନାଁ ପ୍ରସ୍ତାବ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଯାହାକୁ ଏନଡିଏରେ ଥିବା ସହଯୋଗୀ ଦଳ ସମର୍ଥନ କରିଥିଲେ। ସେହିଭଳି ଇଣ୍ଡିଆ ମେଣ୍ଟ ପକ୍ଷରୁ କେ.ସୁରେଶଙ୍କ ନାଁ ବାଚସ୍ପତି ପ୍ରାର୍ଥୀ ଭାବେ ପ୍ରସ୍ତାବ ରଖାଯାଇଥିଲା। ଯାହାକୁ ଇଣ୍ଡିଆ ମେଣ୍ଟରେ ଥିବା ଦଳ ଗୁଡିକ ସମର୍ଥନ ଜଣାଇଥିଲେ। ତେଣୁ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଧ୍ବନିମତ ସଂଗ୍ରହ କରିଥିଲେ। ଏହାପରେ ବାଚନିକ ଭୋଟରେ ଓମ୍ ବିର୍ଲା ବିଜୟୀ ହୋଇଥିବା ଘୋଷଣା କରିଥିଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ପ୍ରଧାନମନ୍ତ୍ରୀ ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଓମ୍‌ ବିର୍ଲାଙ୍କୁ ନିଜ ଆସନ ଯାଏ ନେଇ ଦାୟିତ୍ବ ଗ୍ରହଣ କରାଇଛନ୍ତି। 

ଦେଶ ଇତିହାସରେ ଚତୁର୍ଥ ଥର ବାଚସ୍ପତି ନିର୍ବାଚନ ହୋଇଥିଲା। ପୂର୍ବରୁ ୧୯୫୨, ୧୯୬୭ ଓ ୧୯୭୬ରେ ନିର୍ବାଚନ ହୋଇଥିଲା। ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ବାଚସ୍ପତି ନିର୍ବାଚନ ହୋଇଥିଲା। ବିରୋଧୀ ଦଳ ଉପବାଚସ୍ପତି ପଦ ମାଗୁଥିବା ବେଳେ ବିଜେପି ଏଥିରେ ରାଜି ନ ହେବାରୁ ସେମାନେ କେ. ସୁରେଶଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ହେଲେ ସଂଖ୍ୟାବଳ ନ ଥିବାରୁ ତାଙ୍କ ଦାବି ପମ୍ପଚର ହୋଇଯାଇଛି । ତେଣୁ ସ୍ବାଧୀନ ଭାରତରେ ବଳରାମ ଜାଖଡ଼ଙ୍କ ପରେ କୌଣସି ବ୍ୟକ୍ତି ପାଞ୍ଚ ବର୍ଷ ପୂରଣ କରି ପୁଣି ଥରେ ବାଚସ୍ପତି ହୋଇଛନ୍ତି । ତେବେ ବାଚସ୍ପତି ହେଉ ହେଉ ଆକ୍ସନକୁ ଆସିଛନ୍ତି ଓମ୍ ବିର୍ଲା । ଗତକାଲି ଇମରଜେନ୍ସିକୁ ୫୦ ବର୍ଷ ପୂରିଥିବା ବେଳେ ତା ବିରୋଧରେ ଆଜି ଲୋକସଭାରେ ପ୍ରସ୍ତାବ ପାରିତ କରିଛନ୍ତି ।

ଗତ ଥର ବି ଓମ୍ ବିର୍ଲାଙ୍କ ଗୃହ ପରିଚାଳନାକୁ ସାରା ଦେଶ ଦେଖିଥିଲା । ଗୃହ ଭିତରେ ବିରୋଧୀଙ୍କ ବିଶୃଙ୍ଖଳତାକୁ ଦମନ କରି ଗୃହକାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳିତ କରୁଥିବାରୁ ତାଙ୍କୁ ଆଉ ଥରେ ବାଚସ୍ପତି ଆସନରେ ବସାଯାଇଥିବା ଚର୍ଚ୍ଚା ହେଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Check mate | Argus News