ଆଜି ଉଦଘାଟିତ ହେବ ଚେନାବ ସେତୁ

Key Points
ଅପରେସନ ସିନ୍ଦୂର ପରେ ଆଜି ପ୍ରଥମ ଥର ଜମ୍ମୁ-କାଶ୍ମୀର ଗ୍ରସ୍ତ କରିବେ ପ୍ରଧାନମନ୍ତ୍ରୀ
ଲୋକାର୍ପିତ ହେବ ବିଶ୍ବର ସୁବଠାରୁ ଉଚ୍ଚ ସେତୁ
ବାତ୍ୟା କି ଭୂମିକମ୍ପ ଦୋହଲାଇ ପାରିବନାହିଁ ଏହି ସେତୁକୁ
ଆଜି ବିଶ୍ବର ସବୁଠାରୁ ଉଚ୍ଚ ଚେନାବ ରେଳ ସେତୁର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅପରେସନ ସିନ୍ଦୂର ପରେ ଆଜି ପ୍ରଥମ ଥର ଜମ୍ମୁ-କାଶ୍ମୀର ଗସ୍ତ କରି ପ୍ରଧାନମନ୍ତ୍ରୀ ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଚେନାବ ନଦୀ ଉପରେ ନିର୍ମିତ ଏହି ସେତୁ ବିଶ୍ବର ସବୁଠାରୁ ଉଚ୍ଚ ରେଳ ସେତୁ। ଏହି ଐତିହାସିକ ସେତୁ କେବଳ କାଶ୍ମୀର ଉପତ୍ୟକାକୁ ସମଗ୍ର ଭାରତ ସହିତ ସଂଯୋଗ କରିବ ନାହିଁ, ବରଂ ଏହି ଅଞ୍ଚଳରେ ବାଣିଜ୍ୟ, ପର୍ଯ୍ୟଟନ ଏବଂ ଶିଳ୍ପ ବିକାଶକୁ ଏକ ନୂଆମୋଡ ଦେବ ବୋଲି ଆଶା ରଖିଛନ୍ତି କେନ୍ଦ୍ର ସରକାର।
ଏହି ସେତୁ ପ୍ୟାରିସର ପ୍ରସିଦ୍ଧ ଆଇଫେଲ୍ ଟାୱାର ଠାରୁ ୩୫ ମିଟର ,କୁତୁବ ମୀନାର ଠାରୁ ପ୍ରାୟ ୨୮୭ ମିଟର ଉଚ୍ଚ। ଯାହାକୁ ବହୁ ଅତ୍ୟାଧୁନିକ ଇଂଜିନିୟରିଂ ଢାଞ୍ଚାରେ ନିର୍ମାଣ କରାଯାଇଅଛି ଯାହା ଭୂକମ୍ପ ଭଳି ସ୍ଥିତିରେ ସୁରକ୍ଷିତ ରହିବ। ସେହିଭଳି ସାମରିକ ଋଣନୀତି ପ୍ରସ୍ତୁତ କ୍ଷେତ୍ରରେ ମଧ୍ୟ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଅସ୍ତ୍ରଶସ୍ତ୍ର ପରିବହନକୁ ସହଜ ଓ ସରଳ କରିବ।
📱 Get Argus News App
✨ଏହି ସେତୁ ନଦୀ ଶଯ୍ୟାଠାରୁ ୩୫୯ ମିଟର ଉଚ୍ଚତାରେ ରହିଛି। ଏହାର ଲମ୍ବ ରହିଛି ୧୩୧୫ ମିଟର। ନିର୍ମାଣରେ ଖର୍ଚ୍ଚ କରାଯାଇଛି ୧୪୮୬ କୋଟି। 'ଚେନାବ ରେଳ ସେତୁ' ଯୋଗୁଁ, କଟରା ଏବଂ ଶ୍ରୀନଗର ମଧ୍ୟରେ ଯାତ୍ରା ସମୟ ୩ ଘଣ୍ଟା ହ୍ରାସ ପାଇବ।