Videos
|
National

Crime: ସ୍ତ୍ରୀଙ୍କ ମୁଣ୍ଡ କାଟି ଟିଭି ଚ୍ୟାନେଲରେ CRPF ଯବାନ..!

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Crime: ସ୍ତ୍ରୀଙ୍କ ମୁଣ୍ଡ କାଟି ଟିଭି ଚ୍ୟାନେଲରେ CRPF ଯବାନ..!

Key Points

ସ୍ତ୍ରୀ ଉମା ମାହେଶ୍ଵରୀଙ୍କୁ ସ୍ୱାମୀ ତାମିଲ ସେଲ୍‌ଭାନ୍ ହତ୍ୟା କରିଛନ୍ତି ।

ଥାଲାଭାଇପୁରସ୍ଥିତ ବାସଭବନରେ ହତ୍ୟା କରିବା ପରେ ମୁଣ୍ଡ କାଟି ଦେଇଥିଲା।

ଏ ମଣିଷ ଏତେ ନିଷ୍ଠୁର କେମିତି ? ଯେଉଁ ମଣିଷ ନିଜ ଦେହରେ ଛୁଞ୍ଚିଟିଏ ବିଜିଲେ କଷ୍ଟ ଅନୁଭବ କରେ, ସେହି ମଣିଷ ହିଁ ଅନ୍ୟ ଜଣଙ୍କ ମୁଣ୍ଡ ଗଣ୍ଡି ଅଲଗା କରିପାରେ ? ଆଉ ସବୁଠାରୁ ଚିନ୍ତାର ବିଷୟ ହେଲା, ଯାହାର ହାତ ଧରି ୭ ଜନ୍ମ ପାଇଁ ଏକାଠି ହେବାର ଶପଥ ନେଇଥାଏ ଏ ମଣିଷ, ସେଇ ଗୋଟିଏ ଜନ୍ମରେ ହିଁ ତାକୁ ଖଣ୍ଡ ଖଣ୍ଡ କରି କାଟିଥାଏ । ତେବେ ଏଠି ଜଣେ ସାଧାରଣ ମଣିଷ କାହାକୁ କରିବ ବିଶ୍ୱାସ ? ସ୍ୱାମୀ ଯଦି ପତ୍ନୀଙ୍କୁ ହାଣି ମୁଣ୍ଡ ଗଣ୍ଡି ଅଲଗା କରୁଛି ତେବେ ତାଙ୍କୁ କେଉଁଠି ମିଳିବ ସୁରକ୍ଷା ?

ଠିକ୍‌ ଏମିତି ଏକ କାହାଣୀ ଆମ ସାମ୍ନାକୁ ଆସିଛି ତାମିଲନାଡ଼ୁର ଟୁଟିକୋରିନ୍ ଜିଲ୍ଲାରୁ । ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କ ମୁଣ୍ଡ ଗଣ୍ଡି ଅଲଗା କରିଦେଲେ । ଆଉ ତାପରେ ସେ ନିଜେ ଏକ ଟିଭି ଚ୍ୟାନେଲକୁ ଫୋନ୍‌ କରି ନିଜ କଲା କର୍ମର କାହାଣୀ ବଖାଣିଥିଲେ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ବ୍ୟକ୍ତି ଜଣେ ସାଧାରଣ ମଣିଷ ନୁହଁନ୍ତି, ସେ ଜଣେ ଟ୍ରେନ୍‌ଡ୍‌ CRPF ଯବାନ । ଏକଥା ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଖବର ପାଇବା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଚେନ୍ନାଇରୁ ଗିରଫ କରିଛି ।

ସ୍ତ୍ରୀ ଉମା ମାହେଶ୍ଵରୀ (୩୨)ଙ୍କୁ ତାମିଲ ସେଲ୍‌ଭାନ୍ ଗତ ୩୧ ତାରିଖରେ ଥାଲାଭାଇପୁରସ୍ଥିତ ବାସଭବନରେ ହତ୍ୟା କରିବା ପରେ ମୁଣ୍ଡ କାଟି ଦେଇଥିଲା। ଏହା ପରେ ସେ ନିଜ ୯ ବର୍ଷର ପୁଅ ଏବଂ ୭ ବର୍ଷର ଝିଅକୁ ଶ୍ବଶୁର ଘରେ ଛାଡ଼ି ଫେରାର ହୋଇଯାଇଥିଲା। ୨ ଦିନ ପରେ ତାମିଲ ସେଲଭାନ୍‌ ଏକ ଟିଭି ଚ୍ୟାନେଲ୍ ଅଫିସ୍‌ରେ ପହଞ୍ଚି ଅପରାଧ ସମ୍ପର୍କରେ ସର୍ବସାଧାରଣରେ ପ୍ରକାଶ କରିବାକୁ ଚାହୁଁଥିବା କହିଥିଲେ।

ତାଙ୍କର ଏଭଳି ନିବେଦନରେ ଚକିତ ହୋଇ କାର୍ଯ୍ୟାଳୟର ଜଣେ କର୍ମଚାରୀ ଟେନାମପେଟ୍ ଏସିପି ଆରୋକିଆ ରବୀନ୍ଦ୍ରନ୍‌ଙ୍କୁ ଜଣାଇଥିଲେ। ତାଙ୍କଠାରୁ ଖବର ପାଇବା ପରେ, ପୋଲିସ ଫୋନ୍‌ ନମ୍ବରକୁ ଟ୍ରାକ୍‌ କରି ତୁରନ୍ତ ସେଠାରେ ପହଞ୍ଚିଥିଲା । ଆଉ ତାମିଲ ସେଲଭାନ୍‌ଙ୍କୁ ଗିରଫ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Chennai: CRPF Jawan Beheads Wife Over Suspicion, Walks Into Media House to Confess | Argus News