Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

'BJPକୁ ବିରୋଧ ପାଇଁ ତାମିଲନାଡ଼ୁ ଶରଣ ପଶିଛନ୍ତି ନବୀନ'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
'BJPକୁ ବିରୋଧ ପାଇଁ ତାମିଲନାଡ଼ୁ ଶରଣ ପଶିଛନ୍ତି ନବୀନ'

ଲୋକସଭା ଓ ବିଧାନସଭା ଆସନର ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଚେନ୍ନାଇରେ ବୈଠକ । ପାଞ୍ଚଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ବୈଠକରେ ଅନ୍ୟ ତିନୋଟି ରାଜ୍ୟର ନେତାମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ବୈଠକ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।


କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏଥିରେ ଅଂଶଗ୍ରହଣ କରିଥିଲେ। ଓଡ଼ିଶାର ବିରୋଧୀ ଦଳ ବିଜୁ ଜନତା ଦଳ ଏବଂ ଆନ୍ଧ୍ର ପ୍ରଦେଶର ବିରୋଧୀ ଦଳ ୱାଇଏସଆର-କଂଗ୍ରେସର ପ୍ରତିନିଧିମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଯୋଗ ଦେଇନଥିଲେ କିନ୍ତୁ ସେ ପୂର୍ବତନ ମନ୍ତ୍ରୀ ତଥା ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଅଧ୍ୟକ୍ଷ ସଞ୍ଜୟ ଦାସବର୍ମା ଓ ପୂର୍ବତନ ରାଜ୍ୟସଭା ସାଂସଦ ଡ଼ ଅମର ପଟ୍ଟନାୟକଙ୍କୁ ପ୍ରତିନିଧି ଭାବେ ପଠାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏନେଇ ବିଜେପି କଡା଼ ପ୍ରତିକ୍ରିୟା ରଖିଛି। ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାମୀ କହିଛନ୍ତି, ବିଜେପିକୁ ବିରୋଧ କରିବାକୁ ଯାଇ ନବୀନ ତାମିଲନାଡୁର ଶରଣ ପଶିଛନ୍ତି। ବିଜେପି ବିରୋଧରେ ମେଣ୍ଟ କରୁଛନ୍ତି। ବିଜେଡି ଆତ୍ମସମୀକ୍ଷା କରିବା ଦରକାର। ଡିଲିମିଟେସନ ପାଇଁ କୌଣସି ଗାଇଡ଼ ଲାଇନ ଆସିନି ନବୀନ ନଈ ନ ଦେଖୁଣୁ ଲଙ୍ଗଳା ହେଉଛନ୍ତି। ବିଜେପିକୁ ବିରୋଧ କରିବା ପାଇଁ କଂଗ୍ରେସ ବିଜେଡି ଭିତରେ ଅଘୋଷିତ ବୁଝାବଣା ଅଛି।

Sponsored
Chennai meeting on delimitation get-together | Argus News