UP Boat Tragedy / ଛଟ୍ ପୂଜା ବେଳେ ୟୁପିରେ ବଡ଼ ଦୁର୍ଘଟଣା : ୩ ନାବାଳକ ବୁଡ଼ିଗଲେ
·10 months ago·2 min read

Key Points
ଛଟ୍ ପୂଜା ବେଳେ ୟୁପିରେ ବଡ଼ ଦୁର୍ଘଟଣା ଘଟିଛି। ବବୁରୀ ଥାନା ଅଞ୍ଚଳର କୋଦୋଚକ ଜବରୀ କଳା ଗାଁ ସାମ୍ନାରେ ଥିବା ଚନ୍ଦ୍ରପ୍ରଭା ନଦୀରେ ସୋମବାର ସନ୍ଧ୍ୟାରେ ଡ଼ଙ୍ଗା ଓଲଟି ପଡ଼ିବାରୁ ତିନି ଜଣ ପିଲା ବୁଡ଼ି ଯାଇଛନ୍ତି।
ଛଟ୍ ପୂଜା ବେଳେ ୟୁପିରେ ବଡ଼ ଦୁର୍ଘଟଣା ଘଟିଛି। ବବୁରୀ ଥାନା ଅଞ୍ଚଳର କୋଦୋଚକ ଜବରୀ କଳା ଗାଁ ସାମ୍ନାରେ ଥିବା ଚନ୍ଦ୍ରପ୍ରଭା ନଦୀରେ ସୋମବାର ସନ୍ଧ୍ୟାରେ ଡ଼ଙ୍ଗା ଓଲଟି ପଡ଼ିବାରୁ ତିନି ଜଣ ପିଲା ବୁଡ଼ି ଯାଇଛନ୍ତି। ଆଉ ତିନି ଜଣ ଲୋକ କୌଣସି ପ୍ରକାରେ ପହଁରି ନିଜର ଜୀବନ ବଞ୍ଚାଇଛନ୍ତି। ଏହାର ସୂଚନା ପାଇବା କ୍ଷଣି ଗ୍ରାମବାସୀ ଓ ଜିଲ୍ଲା ପ୍ରସାଶନରେ ଚିନ୍ତା ଖେଳି ଯାଇଛି। ଘାଟ କୂଳରେ ଉତ୍ତେଜନା ଦେଖା ଦେଇଥିଲା। ସୂଚନା ପାଇ ଡିଏମ୍ ଓ ଏସପି ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ବିଷୟରେ ପଚାରି ବୁଝି ଥିଲେ।
ସୂଚନା ଆଧାରରେ , କୋଦୋଚକ ଡବରୀ କଳା ଗ୍ରାମର ନିବାସୀ କୈଳାସ ରାମଙ୍କ ୧୩ ବର୍ଷର ପୁଅ ପୀୟୁଷ, ଶ୍ୟାମ ଚରଣଙ୍କ ୧୩ ବର୍ଷର ପୁଅ ଯଶ ଏବଂ କୈଳାସଙ୍କ ୧୨ ବର୍ଷର ପୁଅ ଅରୁଣ ଘାଟକୁ ଛଟ ପୂଜା ଦେଖି୍ବାକୁ ଯାଇଥିଲେ।
ଏହାସହ ପଢ଼ନ୍ତୁ: ଦିଲ୍ଲୀ ଏସିଡ୍ ଆକ୍ରମଣରେ ଟ୍ବିଷ୍ଟ: ଅଭିଯୁକ୍ତଙ୍କ ସ୍ତ୍ରୀ କହିଲେ "ଏସିଡ୍ ପୀଡ଼ିତାଙ୍କ ବାପା ମୋ ସହ ଦୁଷ୍କର୍ମ କରିଥିଲେ"
ସେମାନଙ୍କ ସହ ଗାଁର ତିନି ଜଣ ବ୍ୟକ୍ତି କେଶବ ଶର୍ମା, ବବଲୁ ଏବଂ ଅନିଲ ମଧ୍ୟ ଥିଲେ। ସେଠାରେ ଘାଟରେ ମାଛ ଧରିବା ପାଇଁ ଏକ ଡଙ୍ଗା ଥିଲା। ସମସ୍ତ ଛଅ ଜଣ ଡଙ୍ଗାରେ ଚଢ଼ି ନଦୀ ମଝିକୁ ଚାଲିଗଲେ। କୁହାଯାଉଛି ଯେ, ଏହି ସମୟରେ ସେହି ନାବାଳକ ଓ ଯୁବକମାନେ ସେଲଫି ନେବା ଆରମ୍ଭ କରିଥିଲେ। ତା'ପରେ ଡଙ୍ଗାର ଭାରସାମ୍ୟ ବିଗିଡ଼ି ଗଲା ଏବଂ ଡଙ୍ଗାଟି ନଦୀରେ ଓଲଟି ପଡ଼ିଲା।
ଯେଉଁଥିରେ ଏହି ତିନି ଜଣ ନାବାଳକ ପୀୟୁଷ, ୟଶ ଏବଂ ଅରୁଣ ବୁଡ଼ି ଗଲେ। ଅନ୍ୟ ତିନି ଜଣ ଲୋକ କୌଣସି ପ୍ରକାରେ ପହଁରି ଜୀବନ ବଞ୍ଚାଇ ଥିଲେ। ଘାଟ କୂଳରେ ପୂଜା କରୁଥିବା ବ୍ରତୀ ମହିଳା ଓ ଶ୍ରଦ୍ଧାଳୁ ମାନେ ଡଙ୍ଗାଟି ଓଲଟି ପଡ଼ିବା ଦେଖି ଚିତ୍କାର କରିବାକୁ ଲାଗିଲେ। ଏହାର ଖବର ପାଇ ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍), ଏସପି, ଏସଡିଏମ୍ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏନଡିଆରଏଫ୍ ଟିମ୍ ବୁଡ଼ି ଯାଇଥିବା ନାବାଳକଙ୍କୁ ଖୋଜାଖୋଜି କରୁଛି। ଦୁର୍ଘଟଣା ପରେ ପରିବାର ସଦସ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ଏହାସହ ପଢ଼ନ୍ତୁ: Cyclone Montha: ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ, ପୂର୍ବ ନିର୍ଦ୍ଧାରିତ ଭାବେ ୪୩ରୁ ୧୪ ଟ୍ରେନ ସମୟରେ ଚାଲିବ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ବିଭିନ୍ନ ରୁଟରେ ବାତିଲ ହେଲା ଟ୍ରେନ । ବାତ୍ୟା ମୋନ୍ଥା’କୁ ଦୃଷ୍ଟିରେ ଆଗୁଆ ପଦକ୍ଷେପ ନେଇଛି ପୂର୍ବତଟ ରେଳ ବିଭାଗ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୪୩ଟି ଟ୍ରେନ ବାତିଲ କରାଯାଇଥିଲା କିନ୍ତୁ ମୋନ୍ଥାର ଲ୍ୟାଣ୍ଡଫଲ ବିଳମ୍ବ ଯୋଗୁ ୧୪ଟି ଟ୍ରେନକୁ ନିଜ ସମୟରେ ଗନ୍ତବ୍ୟସ୍ଥଳକୁ ଯିବାକୁ ପୂର୍ବତଟ ରେଳ ବିଭାଗ ଅନୁମତି ଦେଇଛି। ଆଉ ୨୯ଟି ଟ୍ରେନକୁ ବାତିଲ କରାଯାଇଛି। ଆଜି(ସୋମବାର)ଠୁ ବୁଧବାର (ଅକ୍ଟୋବର 29) ପର୍ଯ୍ୟନ୍ତ ବିଭିନ୍ନ ଟ୍ରେନ ଚଳାଚଳ ବନ୍ଦ ରହିବ । ସାଧାରଣତଃ ଆନ୍ଧ୍ରପ୍ରଦେଶକୁ ଯିବାକୁ ଥିବା ଓ ସେଠାରୁ ଆସିବାକୁ ଥିବା ବିଭିନ୍ନ ଟ୍ରେନକୁ ବନ୍ଦ କରିଛି ରେଳ ବିଭାଗ।
Related Topics
Explore more stories