|
logo
Live

Argus News - ଛତିଶଗଡ଼ରେ ସିରିଜ୍ ଏନକାଉଣ୍ଟର ପରେ ଆତ୍ମସମର୍ପଣ ମୁହାଁ ମାଓବାଦୀ

National

ଛତିଶଗଡ଼ରେ ସିରିଜ୍ ଏନକାଉଣ୍ଟର ପରେ ଆତ୍ମସମର୍ପଣ ମୁହାଁ ମାଓବାଦୀ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଛତିଶଗଡ଼ରେ ସିରିଜ୍ ଏନକାଉଣ୍ଟର ପରେ ଆତ୍ମସମର୍ପଣ ମୁହାଁ ମାଓବାଦୀ

ଛତିଶଗଡ଼ ବିଜାପୁରରେ ଆତ୍ମସମର୍ପଣ କରିଛନ୍ତି ୨୨ ନକ୍ସଲ । ହିଂସା ମାର୍ଗ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ସମସ୍ତଙ୍କୁ ସ୍ବାଗତ କରିଛନ୍ତି ସିଆରପିଏଫ ଡିଆଇଜି ଡିଏସ ନେଗୀ । ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ୨୨ ଜଣଙ୍କୁ ସରକାରୀ ନିୟମ ଅନୁସାରେ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।


ସେପଟେ ବିଜାପୁରରେ ଆଇଇଡି ବିସ୍ଫୋରଣରେ ୨ ଯବାନ ଆହତ ହୋଇଛନ୍ତି । ଗତ ଗୋଟିଏ ସପ୍ତାହ ମଧ୍ୟରେ ଛତିଶଗଡ଼ରେ ସିରିଜ୍ ମାଓ ଏନକାଉଣ୍ଟରରେ ୩୦ ମାଓବାଦୀ ନିପାତ ହୋଇଛନ୍ତି । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।


ନକ୍ସଲମୁକ୍ତ ଭାରତ ଅଭିଯାନ ଦିଗରେ ଏହାକୁ ଆଉ ଏକ ବଡ଼ ସଫଳତା କହିବା ସହ ଆତ୍ମସମର୍ପଣ କରୁ ନଥିବା ମାଓବାଦୀଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ଭାରତ ନକ୍ସଲମୁକ୍ତ ହେବ ବୋଲି ପୁଣିଥରେ ଦୃଢୋକ୍ତି ପ୍ରକାଶ କରିଥିଲେ ଶାହ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଛତିଶଗଡ଼ରେ ସିରିଜ୍ ଏନକାଉଣ୍ଟର ପରେ ଆତ୍ମସମର୍ପଣ ମୁହାଁ ମାଓବାଦୀ | Argus News