Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାଁରେ ଏତଲା

Manini Pattanayak
Browse all articles by Manini Pattanayak
·2 years ago·1 min read
ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାଁରେ ଏତଲା

 ନୂଆଦିଲ୍ଲୀ:  ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନାଁରେ ଏତଲା। ମହାଦେବ ବେଟିଂ ଆପ୍ ମାମଲାରେ ବାଘେଲଙ୍କ ସମେତ ଏହି ଆପ୍ ପ୍ରମୋଟରଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ। ଏହାପୂର୍ବରୁ ମାର୍ଚ୍ଚ ୮ରେ ମହାଦେବ ଆପ ସହ ଲିଙ୍କ୍ ଥିବା ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୁଇ ଜଣଙ୍କୁ ଗିରଫ କରିଥିଲା, ଯେଉଁଥିରେ ଛତିଶଗଡର ବିଭିନ୍ନ ଉଚ୍ଚ ପଦାଧିକାରୀ ତଥା ପ୍ରଶାସନିକ ଅଧିକାରୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ଗିରିଶ ତାଲରେଜା ଏବଂ ସୁରଜ ଚୋଖାନୀଙ୍କୁ ଇଡି ମାର୍ଚ୍ଚ ୨ ଏବଂ ମାର୍ଚ୍ଚ ୩ରେ ଗିରଫ କରିଥିଲା। ଇଡି ସେମାନଙ୍କୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ହେପାଜତକୁ ନେଇ ପଚରାଉଚରା କରୁଛି। ଗତ ବୁଧବାର ମହାଦେବ ବେଟିଂ ଆପ୍ ମାମଲାର ତଦନ୍ତ ସମୟରେ ଇଡି କହିଥିଲା, ଷ୍ଟକ୍ ମାର୍କେଟରେ ପ୍ରାୟ ୧,୧୦୦ କୋଟି ବିନିଯୋଗ ପାଇଁ ଅନେକ ଡମି ଆକାଉଣ୍ଟ ଏବଂ ନକଲି ବ୍ୟାଙ୍କ ସଂସ୍ଥା ବ୍ୟବହାର କରାଯାଉଛି। ବିଧାନସଭା ନିର୍ବାଚନ ପୂର୍ବରୁ ଭୂପେଶ ବାଘେଲ ମହାଦେବ ବେଟିଂ ଆପ୍‌ରୁ ୫୦୮ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। 

ଅଧିକ ପଢନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chhattisgarh Ex-CM Bhupesh Baghel named in FIR in Mahadev Book scam case | Argus News