Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Unique Wedding / ନିଆରା ବାହାଘର; ଜଣେ ବରକୁ ମଣ୍ଡପରେ ବାହାହେଲେ ୨ କନିଆ, ଫଟୋ ଭାଇରାଲ୍

Sushanta Sahoo
Browse all articles by Sushanta Sahoo
·3 months ago·2 min read
ନିଆରା ବାହାଘର; ଜଣେ ବରକୁ ମଣ୍ଡପରେ ବାହାହେଲେ ୨ କନିଆ, ଫଟୋ ଭାଇରାଲ୍
One Groom, Two Brides, Photos Go Viral

Key Points

ବିବାହ ପୂର୍ବରୁ ୨ କନିଆଙ୍କ ନାଁ ଥାଇ ବାହାଘର କାର୍ଡ ଛପା ଯିବା ସହ ବଣ୍ଟା ଯାଇଥିଲା । ବିବାହ କାର୍ଡ ବଣ୍ଟାଯିବା ପରେ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଥିଲା । ଏବେ ହଳଦୀ ସହ ବିବାହ ବେଶ୍ ଧୁମଧାମରେ ହୋଇଛି ।
ରାୟପୁର: କେଉଁଠି ବାହାହେବାକୁ ପୁଅଙ୍କୁ ଝିଅ ମିଳୁ ନାହାନ୍ତି । ଆଉ କେଉଁଠି ଝିଅ ମିଳିଲେ ବି ପୁଅ ସରକାରୀ ଚାକିରି କରି ନଥିଲେ ମନା କରି ଦେଉଛନ୍ତି ଝିଅ ଘର । ସେଥିପାଇଁ ବୟସ ହୋଇଥିଲେ ବି ଅନେକ ପୁଅ ସମୟରେ ବାହା ହୋଇ ପାରୁ ନାହାନ୍ତି । ବାହା ହେବାକୁ ଝିଅ ଅଭାବ ଭିତରେ ଆସିଛି ନିଆରା ଖବର ।

ମଣ୍ଡପରେ ୨ କନିଆ, ଜଣେ ବର । ଏକାଠି ନେଲେ ସାତଫେରା । ଜଣେ ବ୍ୟକ୍ତି ୨ ଜଣ କନିଆଙ୍କୁ ବିବାହ କରି ପତ୍ନୀର ମାନ୍ୟତା ଦେଇଛନ୍ତି । ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲାର ଫରସଗାଓଁରେ ଦେଖିବାକୁ ମିଳିଛି ଏଭଳି ନିଆରା ବିବାହ ।

ଏଥିସହ ପଢ଼ନ୍ତୁ: ୨୩ ବର୍ଷ ଧରି ମଲା ପୁଅର ବିବାହ ପାଳୁଛନ୍ତି ଦମ୍ପତି...ହୃଦୟବିଦାରକ କିନ୍ତୁ ଅଦ୍ଭୁତ ପରମ୍ପରା

ଫରସଗାଓଁ ବ୍ଲକର ବୈଲଗାଓଁରେ ମାର୍ଚ୍ଚ ୨୪ରେ ହୋଇଛି ଏହି ନିଆରା ବିବାହ । ପରମ୍ପରା ଓ ରୀତିନୀତି ଅନୁସାରେ ଏହି ବିବାହ ସମ୍ପନ୍ନ ହୋଇଛି । ବର ଓ ୨ କନିଆଙ୍କ ସହମତିରେ ଏହି ବିବାହ ହୋଇଥିବା ବେଲେ ପରିବାର ଓ ସମାଜ ମଧ୍ଯ ସ୍ଵୀକାର କରିଛି ।

ବିବାହ ପୂର୍ବରୁ ୨ କନିଆଙ୍କ ନାଁ ଥାଇ ବାହାଘର କାର୍ଡ ଛପା ଯିବା ସହ ବଣ୍ଟା ଯାଇଥିଲା । ବିବାହ କାର୍ଡ ବଣ୍ଟାଯିବା ପରେ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଥିଲା । ଏବେ ହଳଦୀ ସହ ବିବାହ ବେଶ୍ ଧୁମଧାମରେ ହୋଇଛି । ବିବାହ ପରେ ବର ଓ ଦୁଇ କନିଆ ଡିଜେ ତାଳେ ତାଳେ ନାଚିଛନ୍ତି । ଏହି ନିଆରା ବିବାହ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ନବଦମ୍ପତି କିଏ ?

ବିବାହ ନିମନ୍ତ୍ରଣ ପତ୍ର ଅନୁସାରେ, ବେଲଗାଓଁର ବାସିନ୍ଦା ଗଜେନ୍ଦ୍ର ଯାଦବଙ୍କ ପୁଅ ହିତେଶଙ୍କ ବିବାହ ହୋଇଛି । ହିତେଶ ଶଙ୍କରପୁରର ବୁଦ୍ଧୁରାମ ନାଗଙ୍କ ଝିଅ ଫୁଲବତୀ (ପ୍ରଥମ କନିଆ) ଓ ବନିଆଗାଓଁର ଭାବାସିଂହ ଦେହାରୀଙ୍କ ଝିଅ ୟାମିନୀ (ଦ୍ଵିତୀୟ କନିଆ)ଙ୍କୁ ବିବାହ କରିଛନ୍ତି । ଫୁଲବତୀ ଓ ୟାମିନୀଙ୍କ ପିତାଙ୍କ ଦେହାନ୍ତ ପୂର୍ବରୁ ହୋଇ ସାରିଛି ।

ତେବେ ଛତିଶଗଡ଼ର ଏହି ନିଆରା ବିବାହ ଲୁଚାଛପାରେ ହୋଇ ନାହିଁ । ବରଂ ଧୁମଧାମରେ ସାମାଜିକ ସ୍ଵୀକୃତିରେ ସମ୍ପନ୍ନ ହୋଇଛି । ମଣ୍ଡପରେ ହଳଦୀ ସହ ପାଣିଗ୍ରହଣ, ମଙ୍ଗଳକୃତ୍ୟ ହେବା ସହ ସମସ୍ତଙ୍କ ଆଶୀର୍ବାଦ ନେଇଛନ୍ତି ନବ ଦମ୍ପତି ।

ଏଥିସହ ପଢ଼ନ୍ତୁ: ଦୁଇଟି ମୁଣ୍ଡ, ଦୁଇଟି ହାତ ଏବଂ ଚାରୋଟି ଗୋଡ କିନ୍ତୁ ଗୋଟିଏ ହୃଦୟ ତେବେ...

ସାମାଜିକ ସହମତି ଓ ଆଇନ୍

ବସ୍ତରର ଆଦିବାସୀ ଓ ଗ୍ରାମୀଣ ଅଞ୍ଚଳରେ ଅନେକ ସମୟରେ ପ୍ରେମ ଅଥବା ବିଶେଷ ପରିସ୍ଥିତିରୁ ସୃଷ୍ଟି ସାମାଜିକ ବିବାଦର ଅନ୍ତ ପାଇଁ ଏଭଳି ପାରମ୍ପରିକ ନିୟମର ଆଶ୍ରୟ ନିଆଯାଏ । ଗ୍ରାମୀଣଙ୍କ ଅନୁସାରେ, ୩ ପରିବାରର ସହମତି ଓ ସମାଜର ବରିଷ୍ଠଙ୍କ ଆଶୀର୍ବାଦରେ ଏହି ନିଷ୍ପତ୍ତି ନିଆଯାଇଛି । ହେଲେ ହିନ୍ଦୁ ବିବାହ ଆଇନ୍‌ରେ ଦୁଇ ପତ୍ନୀ ବିବାହକୁ ମାନ୍ୟତା ଦିଆଯାଇ ନାହିଁ । କିନ୍ତୁ ବସ୍ତରର ସାମାଜିକ ସମନ୍ଵୟ ଆଗରେ ଆଇନ୍ ପଛରେ ରହି ଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Man Marries Two Brides in Same Mandap, Wedding Goes Viral | Argus News | Argus News