ଛତିଶଗଡରେ ବିଷ୍ଣୁଦେବ ସରକାର ଆରମ୍ଭ
·2 years ago

ନୂଆଦିଲ୍ଲୀ: ଛତିଶଗଡରେ ଆରମ୍ଭ ହେଲା ବିଷ୍ଣୁ ସରକାର। ନବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଷ୍ଣୁଦେବ ସାଏ। ଶପଥ ପାଠ କରାଇଲେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରୁଣ ସାଓ, ବିଜୟ ଶର୍ମା ।
ତେବେ ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଅଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ମଧ୍ୟ ସାମିଲ। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଷ ବଘେଲ ମଧ୍ୟ ଶପଥ ଗ୍ରହଣ ସମାରୋହରେ ସାମିଲ । ରାୟପୁର ସହର ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ହୋଇଛି ଶପଥ ଗ୍ରହଣ ସମାରୋହ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: