Videos
|
National

ଇଏ ଏମିତି ଏକ ଗାଁ ଯେଉଁଠି ନିଶା ସେବନ ମନା, ନିଶା ଖାଇଲେ ଜୋରିମାନା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଇଏ ଏମିତି ଏକ ଗାଁ ଯେଉଁଠି ନିଶା ସେବନ ମନା, ନିଶା ଖାଇଲେ ଜୋରିମାନା

Key Points

  • ଇଏ ଏମିତି ଏକ ଗାଁ ଯେଉଁଠି ନିଶା ସେବନ ମନା
  • ନିଶା ଖାଇଲେ ଦେବେ ଜୋରିମାନା
  • ଚର୍ଚ୍ଚା ବଢାଇଲା ଚେନ୍‌ପୁର୍‌ ଗାଁ

ଅର୍ଗସ ବ୍ୟୁରୋ: ଆଜିକାଲି ଗାଁ ଗାଁରେ, ଘରେ ଘରେ ପ୍ରାୟତଃ ସମସ୍ତେ ନିଶା ସେବନ କରୁଛନ୍ତି । ଆଉ ଯାହାର କରୁଣ ପରିଣତି କଣ ହେଉଛି ତାହା ଆମେ ନିଇତି ଟିଭିରେ ହେଉ ନହେଲେ ଖବର କାଗଜରେ ଦେଖୁଛନ୍ତି । ନିଶା ସେବନକୁ ଯେତେ ବାରଣ କଲେ ବି ତାହା ଆଦୌ ଫଳପ୍ରଦ ହେଉନି । କିନ୍ତୁ ଭାରତରେ ଏବେ ଏମିତି ଏକ ଗାଁକୁ ନେଇ ଚର୍ଚ୍ଚା ହେଉଛି ଯେଉଁଠି ନିଶା ସେବନ କଲେ ଜୋରିମାନା ଦେବାକୁ ପଡ଼ିବ । କେବଳ ନିଶା ନିବାରଣ ପାଇଁ ଗାଁ ଲୋକ ମିଶି ଏମିତି ନିଷ୍ପତ୍ତି ନେଇଥିବା କୁହାଯାଉଛି । 

ଏବେ ପୁରା ଦେଶରେ ଏବେ ଗୋଟିଏ ଚର୍ଚ୍ଚା ।  ଗାଁହେବ ତ ଚେନ୍‌ପୁର୍‌ ଗାଁ ପରି  । କାରଣ ଗାଁ ଲୋକେ ମିଶି ନିବାରଣ ପାଇଁ ଯେଉଁ ନିୟମ କରିଛନ୍ତି ତାହାକୁ ନେଇ ସବୁଠି ପ୍ରଶଂସା କରାଯାଉଛି । କାରଣ ଗାଁରେ ରହୁଥିବା କୌଣସି ବ୍ୟକ୍ତି ଯଦି ନିଶା ସେବନ କଲେ, ତେବେ ତାଙ୍କୁ ଦେବାକୁ ପଡ଼ିବ ଜରିମାନା । ଯିଏ ନିୟମ ଭାଙ୍ଗିବ ୫ ହଜାର ଟଙ୍କା ଫାଇନ୍‌ କଟିବ । ଛତିଶଗଡ଼ ଅମ୍ବିକାପୁର ଜିଲ୍ଲାର ଚେନ୍‌ପୁର୍‌ ଗାଁକୁ ନେଇ ଏବେ ଜାତୀୟ ସ୍ତରରେ ବି ଚର୍ଚ୍ଚା ଚାଲିଛି । କେବଳ ମଦ ନୁହେଁ ବରଂ ମଦ ସହିତ ତମାଖୁ ବି ପୂରା ନିଷେଧ କରାଯାଇଛି । 

କଥା ହେଲା ଚେନ୍‌ପୁର୍‌ ଗାଁରେ ପୂର୍ବରୁ ଅନେକ ଲୋକ ମଦ୍ୟପାନ କରୁଥିଲେ । ଆଉ ମଦ ପିଇବା ପରେ ଘରେ , ବାହାରେ ସବୁଠି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିଲା । ସ୍ଥିତି ଅଣାୟତ୍ତ ହେବାରୁ କେମିତି ସ୍ଥିତି ପୁଣି ଥରେ ସ୍ଵାଭାବିକ ହେବ ସେନେଇ ଗ୍ରାମସଭା ହେଲା । ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା କି ଗାଁରେ ଏଣିକି ମଦ ଓ ତମାଖୁ ସଂପୂର୍ଣ୍ଣ ଭାବରେ ବ୍ୟାନ ହେବ । ଖାଲି ବ୍ୟାନ ହେବ ତାହା ନୁହେଁ ବରଂ ଯେଉଁମାନେ ନିୟମ ମାନିବେ ନାହିଁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଯିଏ ବି ଏହି ନିୟମ ଭଙ୍ଗ କରିବ ତାଙ୍କୁ ୫୦୦୦ ଟଙ୍କା ଫାଇନ୍‌ ଦେବାକୁ ପଡ଼ିବ । ତଦାରଖ କମିଟିରେ ୫ ଜଣ ମହିଳା ରହିବେ । ଯେଉଁମାନେ ଘଟଣାକୁ ପୂରା ତଦାରଖ କରିବେ । 

ସୂଚନା ଅନୁସାରେ, ଚେନପୁର ଗାଁ ଭୌଗୋଳିକ ଦୃଷ୍ଟି କୋଣରୁ ୪୨୯.୪୬ ହେକ୍ଟର ଅଂଚଳ, ଅମ୍ବିକାପୁର ଜିଲ୍ଲା ମୁଖ୍ୟାଳୟଠାରୁ ୬୫ କିଲୋମିଟର ଦୂରରେ ଅବସ୍ଥିତ ରହିଛି ଚେନପୁର ଗାଁ । ଏହାର ମୋଟ ଜନସଂଖ୍ୟା ୧୫୦୦ରୁ ଅଧିକ । ଗାଁର ସାକ୍ଷରତା ହାର ପ୍ରାୟ ୪୭ ପ୍ରତିଶତ ଥିବାବେଳେ ସମୁଦାୟ ଜନସଂଖ୍ୟାର ୯୫ ପ୍ରତିଶତରୁ ଅଧିକ ଲୋକ ଆଦିବାସୀ ।  ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଗାଁରେ ଗଢାଯାଇଥିବା କମିଟି ମଦ, ସିଗାରେଟ୍ ଓ ତମାଖୁ ବିକ୍ରି ଓ ସେବନ ଉପରେ କମିଟି ନଜର ରଖିବ । ଖୁଚୁରା ଦୋକାନଗୁଡିକରେ ମଧ୍ୟ ମଦ, ସିଗାରେଟ୍, ତମାଖୁ, ବିଡି ଏବଂ ଗାଁରେ ଡ୍ରଗ୍ସ ବିକ୍ରି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିକ୍ରି କିମ୍ବା କିଣୁଥିବା ଦୋକାନୀମାନଙ୍କୁ ବି ଜରିମାନା ଦେବାକୁ ପଡ଼ିବ । କୁହାଯାଉଛି କି ଭାରତ ଚେନ୍‌ପୁର ଗାଁ ପ୍ରଥମ ଯିଏକି ନିଶା ନିବାରଣକୁ ନେଇ ଫାଇନ୍‌ କରୁଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
booze, cuss | Argus News