Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Chhoti Diwali / ଛୋଟି ଦିୱାଲିରେ ଫିଟିବ ଭାଗ୍ୟ, ଜାଣନ୍ତୁ କଣ କରିବେ ?

Banajyotshna Ray
Browse all articles by Banajyotshna Ray
·8 months ago·2 min read
ଛୋଟି ଦିୱାଲିରେ ଫିଟିବ ଭାଗ୍ୟ, ଜାଣନ୍ତୁ କଣ କରିବେ ?

Key Points

ଛୋଟ ଦିୱାଲିରେ ଫିଟିବ ଭାଗ୍ୟ
୩ ରାଶିଙ୍କ ଉପରେ ହେବ ଧନର ବର୍ଷା
ଜାଣନ୍ତୁ କଣ ଘଟିବ ଆଜି
ଆଜି ହେଉଛି ଛୋଟି ଦିଓ୍ୱାଲି ବା ଛୋଟ ଦୀପାବଳି ବୋଲି କୁହାଯାଏ । କାର୍ତ୍ତିକ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି। ଏହି ଛୋଟ ଦୀପାବଳିରେ କିଛି ଏପରି କରିବା ଯାହା ଦ୍ୱାରା ଆପଣଙ୍କୁ ମିଳିବ ଅନେକ ସୁବିଧା। ତ୍ରୟୋଦଶୀ ତିଥି ଆଜି ଅପରାହ୍ନ ୧:୫୨ ପର୍ଯ୍ୟନ୍ତ ରହିବ। ଏହା ପରେ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହେବ। ଏହା ବ୍ୟତୀତ ଆଜି ନରକ ଚତୁର୍ଦ୍ଦଶୀ ପାଳନ କରାଯିବ। ଇନ୍ଦ୍ର ଯୋଗ ଆଜି ବିଳମ୍ବିତ ରାତି ୨:୦୫ ପର୍ଯ୍ୟନ୍ତ ରହିବ। ଦୀପାବଳିକୁ ନେଇ ସବୁଠି ଦେଖିବାକୁ ମିଳିଛି ଉତ୍ସବର ମାହୋଲ। ସଜେଇ ହେଲାଣି ଗାଁଠୁ ସହର। ଆଜି ଜାଣିବା କିଛି ଏମିତି ରାଶି ବିଷୟରେ ଯାହା ଏହି ଦୀପାବଳିରେ ଆପଣଙ୍କ ଭାଗ୍ୟ ଫିଟାଇ ଦେବ।

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଶୁଭ ହେବାକୁ ଯାଉଛି । ଆଜି କୌଣସି ଲାଭଦାୟକ ଯାତ୍ରା କରିପାରନ୍ତି । କର୍ମ ବ୍ୟସ୍ତତା ଯୋଗୁଁ ପରିବାର ସହ ସମୟ ବିତାଇ ପାରିବେ ନାହିଁ । ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ତେବେ କୌଣସି କାରବାର କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ବୈବାହିକ ଜୀବନରେ ସମସ୍ୟା ଥିଲେ ଆଜି ଶେଷ ହେବ।
ସଂଖ୍ୟା – ୦୮
ଶୁଭ ରଙ୍ଗ – ଲାଲ

ବୃଷ: କୌଣସି ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ । ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କିମ୍ବା ପରାମର୍ଶ ନେଇ କାର୍ଯ୍ୟକରିବା ଉଚିତ୍ ହେବ । ପରିବାର ସହିତ ଜଡିତ ଯେକୌଣସି ସମସ୍ୟାର ସମାଧାନ ହେବ । କର୍ମ ଉପରେ ବିଶେଷ ଧ୍ୟାନ ରହିବ ।
ଶୁଭ ସଂଖ୍ୟା – ୦୭
ଶୁଭ ରଙ୍ଗ – ବାଇଗଣୀ

କର୍କଟ: କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସମାପ୍ତ ହେବ। ସମ୍ପର୍କୀୟଙ୍କଠାରୁ କିଛି ଭଲ ଖବର ପାଇବେ। ଆପଣଙ୍କ ଜୀବନସାଥୀ ଆଜି ଆପଣଙ୍କ କଥାକୁ ବୁଝିବାକୁ ଚେଷ୍ଟା କରିବେ । ଆଜି ଆପଣଙ୍କୁ ଜଣେ ସମ୍ମାନିତ ବ୍ୟକ୍ତିଙ୍କୁ ଭେଟିବାର ସୁଯୋଗ ମିଳିପାରେ। ଘରେ କୌଣସି ଶୁଭ କାର୍ଯ୍ୟ ସମାପ୍ତ ହେବ ।
ଶୁଭ ସଂଖ୍ୟା – ୦୭
ଶୁଭ ରଙ୍ଗ – ମାଟିଆ

କନ୍ୟା: ଆର୍ଥିକ ସ୍ଥିତି ସୁଦୃଢ଼ ​​ରହିବ। ପରିବାର ସମ୍ମୁଖରେ ଆପଣଙ୍କ ମତାମତ ପ୍ରକାଶ କରିବାର ସୁଯୋଗ ପାଇବେ । ଘର ସଜାଡିବେ। ସାମାଜିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବେ । ଜୀବନସାଥୀଙ୍କ ଠାରୁ ସମର୍ଥନ ଏବଂ ସାହାର୍ଯ୍ୟ ମିଳିବ। ଛାତ୍ରମାନେ ଆଜି ମାନସିକ ବିଭ୍ରାନ୍ତିରୁ ଦୂରେଇ ରହିବା ଉଚିତ ।
ଶୁଭ ସଂଖ୍ୟା – ୦୧
ଶୁଭ ରଙ୍ଗ – ନୀଳ

ବିଛା: କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ଉତ୍ତମ ସମନ୍ୱୟ ବଜାୟ ରଖନ୍ତୁ। ନୂତନ ନିଯୁକ୍ତି ସୁଯୋଗ ମିଳିପାରେ। ଅନାବଶ୍ୟକ ଦ୍ୱନ୍ଦ୍ୱରୁ ଦୂରେଇ ରହିବା ଉଚିତ। ପରିବାର ସହିତ ଧାର୍ମିକ ସ୍ଥଳ ପରିଦର୍ଶନ କରିବେ ।
ଶୁଭ ସଂଖ୍ୟା – ୦୧
ଶୁଭ ରଙ୍ଗ – ସବୁଜ

ଅଧିକ ପଢ଼ନ୍ତୁ ରାଶିଫଳ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Chhoti Diwali | Chhoti Diwali 2025: Boost Your Luck with These Simple Rituals | Argus News | Argus News