Shocking News / ଗଳାରେ ଫସିଗଲା ଚିକେନ ହାଡ: ଶ୍ୱାସରୁଦ୍ଧ ହୋଇ ଅଟୋ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ
·9 months ago·2 min read

Key Points
ତେଲେଙ୍ଗାନାର ରାଜନ୍ନା ସିରସିଲାରେ ଏକ ଦୁଃଖଦ ଘଟଣା ଘଟିଛି। ଯେଉଁଠାରେ ଜଣେ ୪୫ ବର୍ଷୀୟ ଅଟୋ ଡ୍ରାଇଭରଙ୍କ ଗଳାରେ ଚିକେନ ହାଡ଼ ଫସିଯିବାରୁ ମୃତ୍ୟୁ ଘଟିଛି।
ଏମିତି ବି ମୃତ୍ୟୁ ଆସେ। ଯାହା ଆପଣ କେବେ ଚିନ୍ତା ବି କରି ନ ଥିବେ। ତେଲେଙ୍ଗାନାର ରାଜନ୍ନା ସିରସିଲାରେ ଏକ ଦୁଃଖଦ ଘଟଣା ଘଟିଛି। ଯେଉଁଠାରେ ଜଣେ ୪୫ ବର୍ଷୀୟ ଅଟୋ ଡ୍ରାଇଭରଙ୍କ ଗଳାରେ ଚିକେନ ହାଡ଼ ଫସିଯିବାରୁ ମୃତ୍ୟୁ ଘଟିଛି। ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା ।ଯାହା ଫଳରେ ଶ୍ଵାସରୁଦ୍ଦ ହୋଇ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ରବିବାର ୟେଲାରେଡ୍ଡିପେଟ୍ ମଣ୍ଡଳର ଗୋଲ୍ଲାପାଲିରେ ଘଟିଛି। ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକ ଖେଳି ଯାଇଛି । ତାଙ୍କ ପରିବାରର ଦୁଇ ଝିଅ ଏବଂ ସ୍ତ୍ରୀ ଅଛନ୍ତି। ସେ ଅଟୋ ଚଲାଇ ନିଜ ପରିବାର ପ୍ରତିପୋଷଣ କରୁଥିଲେ।
ଏହାସହ ପଢ଼ନ୍ତୁ: ଗୋଆ ନାଇଟ୍ କ୍ଲବ୍ରେ ଭୟଙ୍କର ସିଲିଣ୍ଡର ବିସ୍ଫୋରଣ: ୨୫ ଜଣଙ୍କ ମୃତ୍ୟୁ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୋଲ୍ଲାପାଲିର କେସିଆର କଲୋନିର ୪୫ ବର୍ଷୀୟ ସୁରେନ୍ଦ୍ର ଅଟୋ ଚାଳକ ଥିଲେ । ସେ ଅଟୋ ଚଲାଇ ତାଙ୍କ ପରିବାର ପ୍ରତିପୋଷଣ କରୁଥିଲେ। ରବିବାର ଛୁଟି ଦିନ ଥିଲା। ଏଥିପାଇଁ ସେ ଘରେ ଚିକେନ ଆଣି ରାନ୍ଧିଥିଲେ। ଘରେ ଏକାଠି ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ସୁରେନ୍ଦ୍ରଙ୍କ ଗଳାରେ ଚିକେନର ହାଡ଼ ଫସି ଯାଇଥିଲା। ସୁରେନ୍ଦ୍ରଙ୍କ ଗଳାରେ ଲାଗି ରହିଥିବା ହାଡ଼ ଯୋଗୁଁ ନିଶ୍ୱାସ ନେବାରେ କଷ୍ଟ ହେଲା । ଦୀର୍ଘ ସମୟ ଧରି ଲାଗି ରହିବା ପରେ, ସେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ।
ସୁରେନ୍ଦ୍ରଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହୋଇ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁରେନ୍ଦ୍ରଙ୍କ ଗଳାରେ ଏକ ହାଡ଼ ଫସି ରହିବା ଫଳରେ ଧୀରେ ଧୀରେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଥିଲା ଏବଂ ସେ ଶ୍ୱାସରୁଦ୍ଧ ହେବାକୁ ଲାଗିଲେ। ହାଡ଼ଟି ତାଙ୍କ ଗଳାରେ ଦୀର୍ଘ ସମୟ ଧରି ଫସି ରହିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସୁରେନ୍ଦ୍ରଙ୍କ ମୃତ୍ୟୁରେ ତାଙ୍କ ପରିବାର ଏବଂ ପିଲାମାନେ ଏବେ ଅସହାୟ ହୋଇ ପଡ଼ିଛନ୍ତି। ତାଙ୍କ ଝିଅମାନେ ଦୁଃଖରେ ଭାଙ୍ଗପଡ଼ିଛନ୍ତି। ପୁରା ଗାଁରେ ଶୋକର ଲହରୀ ଖେଳିଯାଇଛି। ବାପାଙ୍କର କଣ ହେଲା ବୋଲି ରାହା ଧରି କାନ୍ଦୁଛନ୍ତି। ଖାଇବା ସ୍ଥାନରେ ହିଁ ଟଳିପଡ଼ିଲେ ସୁରେନ୍ଦ୍ର। ଖୁସିର ମାହୋଲଟା ସାଙ୍ଗେ ସାଙ୍ଗେ ଦୁଃଖ ଆଉ କାନ୍ଦର ପରିବେଶରେ ପରିଣତ ହୋଇଗଲା।
ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି।
ପୂର୍ବରୁ ମଧ୍ୟ ଏମିତି ଘଟଣା ଅନେକ ଘଟିଛି। ଯେଉଁଠି ଖାଦ୍ୟ ଖାଇବା ସମୟରେ ଗଳାରେ ଫସି ତା'ପରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତିଙ୍କ ଗଳାରେ ମାଛ କଣ୍ଟା ଫସି ରହିବାରୁ ମୃତ୍ୟୁ ହୋଇଥିଲା। ଯେତେବେଳେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେତେବେଳେ ରୋଗୀଙ୍କ ମୃତ୍ୟୁ ହୋଇସାରିଥିଲା। ସେହିପରି ସୁରେନ୍ଦ୍ରଙ୍କ ସହିତ ମଧ୍ୟ ସମାନ ଘଟିଥିଲା। ତାଙ୍କ ଗଳାରେ ଏକ କୁକୁଡ଼ା ହାଡ଼ ଫସି ଯାଇଥିଲା ଏବଂ ସେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ ହୋଇଛି। ପରିବାର ଲୋକେ କିଛି ବୁଝିବା ଶୁଝିବା ପୁର୍ବରୁ ହିଁ ତାଙ୍କ ଜୀବନ ଚାଲିଯାଇଛି।
ତେବେ ଏପରି ପରିସ୍ଥିତିକୁ ଏଡାଇବା ପାଇଁ ଖାଇବା ସମୟରେ ସତର୍କତା ଅବଲମ୍ବନ କରାଯିବା ଉଚିତ। ତେଣୁ, ଖାଇବା ସମୟରେ କଥା ହେବା ମଧ୍ୟ ବାରଣ କରାଯାଇଛି, କାରଣ କଥା ହେବା ସମୟରେ ଖାଦ୍ୟ ଶ୍ୱାସନଳୀକୁ ଯାଇପାରେ। ଯାହା ଆପଣଙ୍କ ଜୀବନ ମଧ୍ୟ ନେଇପାରେ।

Related Topics
Explore more stories