Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିକଶିତ ଓଡିଶା ଲକ୍ଷ୍ୟ ପୂରଣ ପାଇଁ ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିକଶିତ ଓଡିଶା ଲକ୍ଷ୍ୟ ପୂରଣ ପାଇଁ ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ବିକଶିତ ଓଡିଶା ଲକ୍ଷ୍ୟ ପୂରଣ ପାଇଁ ସିଙ୍ଗାପୁରରେ ମୁଖ୍ୟମନ୍ତ୍ରୀ । ଗସ୍ତର ପ୍ରଥମ ଦିନରେ ବଡ଼ ଶିଳ୍ପ ଉଦ୍ୟୋଗୀଙ୍କୁ ଭେଟି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିବେଶକଙ୍କ ସହ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ମଧ୍ୟ ସାମିଲ ଥିଲେ । ସିଙ୍ଗାପୁରରେ ଭାରତ ହାଇକମିଶନର ଡକ୍ଟର ସିଲପକ ଅମ୍ବୁଲେଙ୍କ ସହ ଭାରତ-ସିଙ୍ଗାପୁର ବ୍ୟାବସାୟିକ ସମ୍ପର୍କ ବିଷୟରେ ଆଲୋଚନା କରିଛନ୍ତି ସିଏମ । ପେଟ୍ରୋ କେମିକାଲ୍ସ, ରିନେୱବଲ ଏନର୍ଜି, ଗ୍ରୀନ ଫୁଏଲ ପରି କ୍ଷେତ୍ରରେ ଓଡ଼ିଶା ପରି ରାଜ୍ୟ ସହ ସିଙ୍ଗାପୁର ଟ୍ରେଡର ଉଜ୍ଜଳ ଭବିଷ୍ୟତ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ହାଇ କମିଶନର । ପ୍ରଥମ ଦିନରେ ସିଟି ମେଟ୍ରିକ୍ସର ଫାଉଣ଼୍ଡର ଡକ୍ଟର ଏଡୱାର୍ଡ ମୋର୍ଟନଙ୍କ ସହ ଓଡ଼ିଶାରେ ନିବେଶ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

IT, ସେମିକଣ୍ଡକ୍ଟର, ସ୍ମାର୍ଟ ସିଟି ସଲ୍ୟୁସନ୍ସ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡି଼ଶା ଆସି ସ୍ଥିତି ପରଖିବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରବର୍ତ୍ତୀ ବୈଠକରେ ଭିସା ଗ୍ରୁପ ଲିମିଟେଡ ନିର୍ଦ୍ଦେଶକ ବିବେକ ଅଗ୍ରୱାଲ, ଓରିଣ୍ଡ ସିଙ୍ଗାପୁରର ଅଧ୍ୟକ୍ଷ ମିଷ୍ଟର ରବିନ ଝୁନଝୁନୱାଲାଙ୍କ ସହ ବୈଠକ କରିଥିଲେ ସିଏମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored