ଦିଲ୍ଲୀ ବିଧାନସଭାରେ CAG ରିପୋର୍ଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା
·1 year ago

ଦିଲ୍ଲୀ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ ମୁଖ୍ୟମନ୍ତ୍ରୀ ରେଖାଗୁପ୍ତା ଏଲଜିଙ୍କ ଅଭିଭାଷଣ ପରେ CAG ରିପୋର୍ଟ ଉପସ୍ଥାପନ କରିଛନ୍ତି। ବର୍ତ୍ତମାନ ଏଭଳି ୧୩ଟି ରିପୋର୍ଟ ଆହୁରି ଅଛି ଯାହା ଜାରି କରାଯିବ। ଏହି ରିପୋର୍ଟ ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ। ରିପୋର୍ଟରେ କୁହାଯାଇଛି ଯେ, ଆପ ପାର୍ଟୀର ସରକାର ମଦ ଦୁର୍ନୀତିରେ ଦିଲ୍ଲୀର ୨୦୨୬ କୋଟି ଟଙ୍କା କ୍ଷତି କରିଛନ୍ତି। ଏ ନେଇ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା କହିଛନ୍ତି ଯେ, ହାଇକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, ଯଦି ଆପ୍ ସରକାର CAGର ରିପୋର୍ଟ ଉପସ୍ଥାପନା କରିନାହାନ୍ତି ତେବେ ଏହା ସାମ୍ବିଧାନିକ ଆଦେଶକୁ ଅବମାନନା କରାଯାଇଛି।
ଏଥିରେ ସାମ୍ବିଧାନିକ ଅନୁଚ୍ଛେଦ ୧୫୨(ଏ)ର ଉଲ୍ଲଘଂନ କରାଯାଇଛି। CAG ରିପୋର୍ଟ ଜାରି କରିବା ଉପରେ ଆପ୍ ବିଧାୟକ ଗୋପାଲ ରାୟ କହିଛନ୍ତି ଯେ, ଆମେ ବି ଚାହୁଁଥିଲୁ ଯେ, ସିଏଜି ରିପୋର୍ଟ ଜାରି କରାଯାଉ, ଯାହା ଦ୍ୱାରା ସତ୍ୟ ସାମ୍ନାକୁ ଆସିବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: