Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଖୋଜଖବର ମିଳୁନି 

Manini Pattanayak
Browse all articles by Manini Pattanayak
·2 years ago·1 min read
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଖୋଜଖବର ମିଳୁନି 

ନୂଆଦିଲ୍ଲୀ:  ମୁଖ୍ୟମନ୍ତ୍ରୀଙ୍କ ମିଳୁନି ପତ୍ତା। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଖୋଜଖବର ମିଳୁନି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ମଧ୍ୟ ଦିଲ୍ଲୀ ସ୍ଥିତ ହେମନ୍ତସୋରେନଙ୍କ ବାସଭବନକୁ ଯାଇ ନିରାଶ ହୋଇଛନ୍ତି ଇଡି ଅଧିକାରୀ।  ଫଳରେ ସେଠାରେ ଥିବା କିଛି ଦସ୍ତାବିଜ ସମେତ ହେମନ୍ତ ସୋରେନ ବ୍ୟବହାର କରୁଥିବା ବିଏମଡବ୍ଲୁ ଗାଡି ଜବତ କରିଛି ଇଡି। ତେବେ ୟା ଭିତରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଇଡିକୁ କରାଯାଇଥିବା ଏକ ଇମେସ ସମ୍ବନ୍ଧରେ ମଧ୍ୟ ତଥ୍ୟ ବାହାରକୁ ଆସିଛି। 

ଏହି ମେଲରେ ତାଙ୍କୁ ଇଡି 31 ଜାନୁଆରୀ ଦିନ ଗୋଟାଏରେ ରାଞ୍ଚିସ୍ଥିତ ବାସଭବନରେ ଜେରା କରିପାରିବ ବୋଲି ସୂଚନା ରହିଛି। ସେପଟେ ଲ୍ୟାଣ୍ଡ ଫର୍ ଜବ୍ ମାମଲାରେ ଛନ୍ଦିହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା RJD ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ସୋମବାର 10 ଘଣ୍ଟା ଜେରା କରିଛି ଇଡି। ରଜେଡି ମୁଖ୍ୟଙ୍କ ସହ ତାଙ୍କ ଝିଅ ମିସା ଭାରତୀ ମଧ୍ୟ ଉପସ୍ଥିତ ଥିଲେ। ଦୁର୍ନୀତିରେ ଯୋଡି ହୋଇଥିବା ନେତାଙ୍କ ବିରୋଧରେ କଠୋର ହୋଇଛନ୍ତି ମୋଦି ସରକାର।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister's missing address. Jharkhand Chief Minister Hemant Soren was not found. | Argus News