Videos
|
National

Child Care / ମୋ ଛୁଆଙ୍କୁ କ'ଣ ଦରକାର ? ଶିଶୁଙ୍କ ମାନସିକ ସ୍ୱାସ୍ଥ୍ୟ, ଆଚରଣ ଓ ପାରେଣ୍ଟିଂକୁ ନେଇ ଆସିଲା ପୁସ୍ତକ

Sushanta Sahoo
Browse all articles by Sushanta Sahoo
·32 mins ago·2 min read
ମୋ ଛୁଆଙ୍କୁ କ'ଣ ଦରକାର ? ଶିଶୁଙ୍କ ମାନସିକ ସ୍ୱାସ୍ଥ୍ୟ, ଆଚରଣ ଓ ପାରେଣ୍ଟିଂକୁ ନେଇ ଆସିଲା ପୁସ୍ତକ
I Am Not Hyper, I Am Helpless: Book on Child Behaviour

Key Points

ଛୁଆଙ୍କୁ ଲାଳନ ପାଳନରେ କ'ଣ ରହୁଛି ସମସ୍ୟା ? ସବୁବେଳେ ପିଲାଙ୍କୁ ଔଷଧ ଦେବା କେତେ ହୋଇପାରେ କ୍ଷତିକାରକ ? ଅଭିଭାବକ କ'ଣ କରିବା ଦରକାର ?
ନୂଆଦିଲ୍ଲୀ: ଶିଶୁଙ୍କ ମାନସିକ ସ୍ୱାସ୍ଥ୍ୟ, ଆଚରଣ ଓ ପାରେଣ୍ଟିଂକୁ ନେଇ ନୂଆଦିଲ୍ଲୀରେ ପୁସ୍ତକ ଉନ୍ମୋଚିତ ହୋଇଛି । 'I Am Not Hyper, I Am Helpless' ନାମକ ପୁସ୍ତକର ଉନ୍ମୋଚନ କରିଛନ୍ତି ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ଡ. ମୃଦୁଳା ଠାକୁର ପ୍ରଧାନ ଓ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ସାଉଥ୍ କ୍ୟାମ୍ପସର ନିର୍ଦ୍ଦେଶିକା ରଜନୀ ଅବୀ ।

'I Am Not Hyper, I Am Helpless' ପୁସ୍ତକକୁ Saar Holistic Wellnessର ପ୍ରତିଷ୍ଠାତା ତଥା ସାଇକୋଲୋଜିଷ୍ଟ ରୀନା ଚୋପ୍ରା ଲେଖିଛନ୍ତି । ଏହି ଅବସରରେ ଦିଲ୍ଲୀ ଏମ୍ସ ମାନସିକ ରୋଗ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ଏସ୍ କେ ଖନ୍ଦେଲୱାଲ, ପ୍ରାଥ ପ୍ରି-ସ୍କୁଲ୍‌ର ଅଧ୍ୟକ୍ଷା ନମିତା କପୁର, ଓ ପୁସ୍ତକର ଲେଖିକା ସାଇକୋଲୋଜିଷ୍ଟ ରୀନା ଚୋପ୍ରା ଉପସ୍ଥିତ ରହିଥିଲେ ।

ପୁସ୍ତକ ଉନ୍ମୋଚନ ପରେ ଶିଶୁଙ୍କ ମାନସିକ ବିକାଶ ଓ ଆଚରଣକୁ ନେଇ ଏକ ଆଲୋଚନା ହୋଇଥିଲା । ଏଥିରେ ବିଭିନ୍ନ ବିଶେଷଜ୍ଞ ଅତିଥି ଯୋଗ ଦେଇ ସେମାନଙ୍କ ବହୁ ମୂଲ୍ୟ ମତାମତ ରଖିଥିଲେ । ବିଶେଷକରି ପିଲାଙ୍କ ଅତ୍ୟଧିକ ଚଞ୍ଚଳତା, ମୋବାଇଲ୍ ଆସକ୍ତି, ପାଠପଢ଼ା ପ୍ରତି ଧ୍ୟାନର ଅଭାବ ଏବଂ ଅଭିଭାବକଙ୍କ ଦାୟିତ୍ୱ ଉପରେ ଆଲୋଚନା ହୋଇଥିଲା ।

ପିଲାଙ୍କୁ ହାଇପର୍ କିମ୍ବା ଦୁଷ୍ଟ ବୋଲି ଆଖ୍ୟା ଦେବା ପରିବର୍ତ୍ତେ ସେମାନଙ୍କ ମନର କଥା ଓ ଆଚରଣ ପଛର କାରଣକୁ ବୁଝିବା ସହ ଉପଯୁକ୍ତ ସହଯୋଗ ଦେବା ଉପରେ ବିଶେଷଜ୍ଞ ଅତିଥିମାନେ ଅଧିକ ଗୁରୁତ୍ୱାରୋପ କରିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡ. ମୃଦୁଳା ଠାକୁର ପ୍ରଧାନ କହିଛନ୍ତି, "ଏହା ଏକ ସୁନ୍ଦର ପଦକ୍ଷେପ । ଆଜିକାଲି ସମାଜ ଯୌଥ ପରିବାର ପରିବର୍ତ୍ତେ ଏକକ ପରିବାରରେ ରହୁଛି । ପିଲା ଘରେ ଏକୁଟିଆ ରହିବା ଦ୍ଵାରା ବହୁତ ସମସ୍ୟା ହେଉଛି । ପିଲା କଥା କହିପାରୁ ନାହାନ୍ତି, ସ୍ପିଚ୍ ଥେରାପି ଦେବାକୁ ପଡ଼ୁଛି । ପିଲାଙ୍କୁ ଅଧିକ ସମୟ ଦେବା ଦ୍ଵାରା ହିଁ ସମସ୍ୟାର ସମାଧାନ ହୋଇ ପାରିବ । ଏହି ବହି ନିଶ୍ଚୟ ଭାବେ ଉପଯୋଗୀ ହେବ ।"

ଦିଲ୍ଲୀ ବିଶ୍ଵବିଦ୍ୟାଳୟ ସାଉଥ୍ କ୍ୟାମ୍ପସର ନିର୍ଦ୍ଦେଶିକା ରଜନୀ ଅବୀ କହିଛନ୍ତି, "ଏହି ବହୁତ ଉପଯୋଗୀ ଅଟେ । ଏହା ମାଆ ନୁହେଁ ବରଂ ପ୍ରତିଟି ଅଭିଭାବକଙ୍କ ପାଖରେ ରହିବା ଦରକାର । ଆଜିକାଲି ଛୁଆଙ୍କୁ ବଡ଼ କରିବା ଏକ ଜଟିଳ କଥା । ବଡ଼ କଥା ହେଉଛି ସମ୍ପର୍କ । ସବୁକିଛି ଏହି ବହିରେ ଅଛି ।"

ପୁସ୍ତକର ଲେଖିକା ସାଇକୋଲୋଜିଷ୍ଟ ରୀନା ଚୋପ୍ରା କହିଛନ୍ତି, "ବହିର ଉଦ୍ଦେଶ୍ୟ ହେଉଛି ଛୁଆ ଯେଉଁଠି କିଛି ବୁଝି ପାରନ୍ତି ନାହିଁ, ସେଠି ସେମାନଙ୍କୁ ସହାୟତା ଦରକାର । ଏହି ବହିକୁ ଅଭିଭାବକଙ୍କ ଲାଗି ପ୍ରସ୍ତୁତ କରାଯାଇଛି । ଛୁଆଙ୍କ ଲାଳନ ପାଳନ କ୍ଷେତ୍ରରେ ଏହା ନିଶ୍ଚିତ ଭାବେ ସହାୟକ ହେବ ।"