Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Rasgulla Incident / ରସଗୋଲା ଖାଇଲାରୁ ୧୧ ବର୍ଷର ପିଲାକୁ ତନ୍ଦୁରରେ ଫିଙ୍ଗିଲେ

Rashmita Mishra
Browse all articles by Rashmita Mishra
·2 months ago·2 min read
ରସଗୋଲା ଖାଇଲାରୁ ୧୧ ବର୍ଷର ପିଲାକୁ ତନ୍ଦୁରରେ ଫିଙ୍ଗିଲେ
Rasgulla Incident

Key Points

ରସଗୋଲା ଖାଇବାରୁ ନିଆଁକୁ ଠେଲିଦେଲେ  ।
୧୧ ବର୍ଷର ପିଲାକୁ ତନ୍ଦୁରରେ ଫିଙ୍ଗିଲେ । 

ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ପିଲା କେବଳ ରସଗୋଲା ଖାଇଥିବାରୁ ନିଜ ଜୀବନ ସହିତ ଲଢ଼ୁଛି । ଏକ ବିବାହ ଉତ୍ସବରେ କେବଳ ରସଗୋଲା ଖାଇଥିବାରୁ ଜଳନ୍ତା ତନ୍ଦୁରରେ ଫିଙ୍ଗି ଦିଆଯାଇଥିଲା ବାଳକକୁ । ସେ ମାତ୍ର ୧୧ ବର୍ଷ ବୟସର ଥିଲେ । ତାଙ୍କ ମାଆ ଆଉ ଜୀବିତ ନାହାନ୍ତି। ସେ ତାଙ୍କ ଜେଜେମାଙ୍କ ସହିତ ଜଣେ ସମ୍ପର୍କୀୟଙ୍କ ବିବାହରେ ଆସିଥିଲେ ।

ପୋଡ଼ିଯାଇଥିବା ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଡାକ୍ତରଖାନାରେ ଜୀବନ-ମୃତ୍ୟୁ ସହିତ ଲଢ଼ୁଛି। ଚିକିତ୍ସା ପାଇଁ ତାକୁ ଲକ୍ଷ୍ନୌ ମେଡିକାଲ କଲେଜକୁ ପଠାଯାଇଛି । ଏହି ଘଟଣାଟି କ୍ୟାଣ୍ଟନମେଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳର ମାଲୋଲି ଗୋସାଇ ଗାଁରେ ଘଟିଛି । ଏକ ବିବାହ ଉତ୍ସବ ସମୟରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଗୋଣ୍ଡାର ଦୁର୍ଜନପୁର ଗାଁର ୧୧ ବର୍ଷୀୟ ଚମନ, ତାଙ୍କ ମାଆଙ୍କ ମୃତ୍ୟୁ ପରେ ବସ୍ତିର ବାଘନାଲାରେ ତାଙ୍କ ଅଜା-ଆଈଙ୍କ ଘରେ ରହୁଥିଲେ ।

ସେ ତାଙ୍କ ଜେଜେମାଙ୍କ ସହିତ ମାଲୋଲି ଗୋସାଇ ଗାଁରେ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗଦେବାକୁ ଯାଇଥିଲେ । ସେଠାରେ ଭଳିକି ଭଳି ସୁଆଦିଆ ଖାଦ୍ୟ ଖାଇବାଖୁ ନେଇ ସେ ବେଶ୍ ଖୁସି ଥିଲେ । ବିବାହ ଏକ ଆନନ୍ଦଦାୟକ ଅବସର ଥିଲା, ଏବଂ ଚମନ ଖେଳୁ ଥିଲେ। ଏହି ସମୟରେ, ସେ ଖାଇବାକୁ ଯାଇ ସେଠାରେ ରଖାଯାଇଥିବା ରସଗୋଲା (ମିଠା) ଖାଇଥିଲେ । ଏହା ପରେ ଅଚନାକ ଚମନଙ୍କ ଚିତ୍କାର ଶୁଣାଯାଇଥିଲା ।

ଅଭିଯୋଗ ହୋଇଛି ଯେ, ସେଠାରେ ଉପସ୍ଥିତ କ୍ୟାଟରିଂ ଠିକାଦାରଙ୍କୁ ବାରମ୍ବାର ରସଗୋଲା ବାହାର କରିବାକୁ କହିବାରୁ ରାଗି ଯାଇଥିଲେ । ସେ ପ୍ରଥମେ ପିଲାଟିକୁ ଭୟଭୀତ କରିଥିଲେ, ତା'ପରେ ତାକୁ ଉଠାଇ ଜଳୁଥିବା ତନ୍ଦୁର ଉପରେ ବସାଇ ଦେଇଥିଲେ । ଏହି ସମୟରେ, ପିଲାଟି ନିୟନ୍ତ୍ରଣ ହରାଇ ସିଧା ତନ୍ଦୁରରେ ପଡ଼ିଯାଇଥିଲା । ତନ୍ଦୁରରୁ ପିଲାଟିର ଚିତ୍କାର ଶୁଣି ବିବାହ ଉତ୍ସବରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରିବାର ସଦସ୍ୟମାନେ ଶୀଘ୍ର ତାକୁ ବାହାରକୁ ଟାଣି ଆଣିଥିଲେ, କିନ୍ତୁ ସେତେବେଳକୁ ପିଲାଟିର ଶରୀର ଗୁରୁତର ଭାବରେ ପୋଡ଼ି ଯାଇଥିଲା ।

ଅଭିଯୁକ୍ତ ଠିକାଦାର ଫେରାର୍- ନାବଳକଟିକୁ ତୁରନ୍ତ ଅଯୋଧ୍ୟା ମେଡିକାଲ କଲେଜକୁ ନିଆଯାଇଥିଲା, ଯେଉଁଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରମାନେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଲକ୍ଷ୍ନୌକୁ ରେଫର କରିଥିଲେ । ଘଟଣା ପରେ ଅଭିଯୁକ୍ତ ଠିକାଦାର ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ପୀଡିତାଙ୍କ ମାମୁଁ ଦେବୀଦିନ ନିଷାଦ ଅଭିଯୁକ୍ତ ତନ୍ଦୁର କାରିଗରଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rasgulla Incident | 11-Year-Old Thrown Into Tandoor for Eating Rasgulla – Shocking Incident | Argus News