Videos
|
National

୧୮ ବର୍ଷରୁ କମ ବୟସର ପିଲା ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିଲେ ବାପାମାଙ୍କ ଠାରୁ ଅନୁମତି

Rashmita Mishra
Browse all articles by Rashmita Mishra
·1 year ago·1 min read
୧୮ ବର୍ଷରୁ କମ ବୟସର ପିଲା ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିଲେ ବାପାମାଙ୍କ ଠାରୁ ଅନୁମତି

ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆ ପରେ ପରେ ଇଣ୍ଡିଆ। ଭାରତରେ ଛୋଟ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟବହାରରେ ଲାଗିବ କଟକଣା। ୧୮ ବର୍ଷରୁ କମ ବୟସର ପିଲା ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିଲେ ବାପାମାଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। କେନ୍ଦ୍ର ସରକାର ଜାରି କରି କରିଥିବା ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକସନ୍ ଆକ୍ଟରେ ଏଭଳି ନିୟମ କରିବାର ଯୋଜନା ରହିଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବ୍ୟକ୍ତିଗତ ଡିଜିଟାଲ ଡାଟା ସୁରକ୍ଷା ଆଇନ ବା DPDP ନିୟମ ପାଇଁ ଏକ ଡ୍ରାଫ୍ଟ ନିୟମ ଜାରି କରିଛି।


ଫେବୃଆରୀ ୧୮ ପର୍ଯ୍ୟନ୍ତ ଏହି ସମ୍ପର୍କରେ ସମସ୍ତ ହିତାଧିକାରୀଙ୍କୁ ନିଜର ଅଭିଯୋଗ ଓ ପରାମର୍ଶ ଦେବାକୁ ଆହ୍ବାନ କରାଯାଇଛି। ମତ ଅନୁସାରେ ଏଥିରେ ପରିବର୍ତ୍ତନ କରାଯିବ। ନଚେତ୍ ସରକାର ଡ୍ରାପ୍ଟ ହୋଇଥିବା ନିୟମକୁ ଦେଶର ଲାଗୁ କରିବେ। କେନ୍ଦ୍ର ସରକାରଙ୍କର ଏହି ଯୋଜନା ବାବଦରେ ଲୋକେ MyGov.in ୱେବ୍‌ସାଇଟ୍‌ରେ ଯାଇ ଫେବ୍ରୁଆରୀ ୧୮ ମଧ୍ୟରେ ନିଜର ମତ ରଖିପାରିବେ। ଏହାପରେ ସରକାର ଲୋକଙ୍କ ମତକୁ ବିଚାରକୁ ନେବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ତେବେ ଏଥିରେ ଉଲ୍ଲଂଘନ ହେଲେ ଦଣ୍ଡବିଧାନ ନେଇ କୌଣସି ସୂଚନା ଦିଆଯାଇ ନାହିଁ। କେନ୍ଦ୍ର ସରକାର ଜାରି କରିଥିବା ଡ୍ରାଫ୍ଟ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ବ୍ୟକ୍ତିଗତ ଡିଜିଟାଲ ଡାଟା ସୁରକ୍ଷା ଆଇନ -୨୦୨୩ ର ଧାରା ୪୦ ର ଉପ-ବିଭାଗ ୧ ଏବଂ ୨ ଅଧୀନରେ ଥିବା କ୍ଷମତାର ପ୍ରୟୋଗରେ କେନ୍ଦ୍ର ସରକାର ପ୍ରସ୍ତାବିତ ନିୟମର ଡ୍ରାଫ୍ଟ ପ୍ରକାଶ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: