Videos
|
National

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ 

Smruti Parija
Browse all articles by Smruti Parija
·2 years ago·1 min read
ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ 

ଅର୍ଗସ ବ୍ୟୁରୋ:  ଆଜି ହେଉଛି ଶିଶୁ ଦିବସ । ପ୍ରତିବର୍ଷ ନଭେମ୍ବର ୧୪କୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ରାଷ୍ଟ୍ରନୀତିଜ୍ଞ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନକୁ ସାରାଦେଶ ଶିଶୁ ଦିବସ ଭାବେ ପାଳନ କରୁଛି । ଦେଶର କୋଣ ଅନୁକୋଣରେ, ପଲ୍ଲୀଠୁ ଦିଲ୍ଲୀ ସବୁଠି ଶିଶୁ ଦିବସକୁ ବେଶ୍‌ ଆନନ୍ଦ ଉତ୍ସାହର ସହ ପାଳନ କରାଯାଏ । 

ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ପାଳିଥାଏ ଏହି ଦିବସ । ଶିଶୁ ଦିବସ ଅବସରରେ ସ୍କୁଲ ଗୁଡ଼ିକରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା ଏବଂ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ ।

ଜବାହାରଲାଲ ନେହେରୁଙ୍କୁ ଶ୍ରଦ୍ଧାରେ ସମସ୍ତେ ଚାଚା ନେହେରୁ ବୋଲି ସମ୍ବୋଧନ କରୁଥିଲେ । ସେ ଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ଚାଚା ନେହେରୁ ଜଣେ ଜାତୀୟବାଦୀ,ଧର୍ମନିରପେକ୍ଷ ତଥା ଲେଖକ ଥିଲେ । ଯିଏ ବିଂଶ ଶତାବ୍ଦୀର ମଧ୍ୟଭାଗରେ ଭାରତର ଜଣେ ପ୍ରମୁଖ ବ୍ୟକ୍ତିତ୍ବ ଥିଲେ । ତାଙ୍କ ମତରେ ପିଲାମାନେ ହେଉଛନ୍ତି ଦେଶର ଆଗାମୀ ଭବିଷ୍ୟତ । ତାଙ୍କୁ ଛୋଟବେଳୁ ପ୍ରାଧାନ୍ୟ ଦେବା ଆବଶ୍ୟକ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ଖବର ଆହୁରି ପଢନ୍ତୁ

Sponsored
Children's Day 2023: Here's Why Jawaharlal Nehru's Birthday Is Celebrated As Bal Diwas | Argus News