Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆମେରିକାର ମନମାନି: ଏକାଠି ହେବେ କି ବିଶ୍ଵର ୨ ମହାଶକ୍ତି ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଆମେରିକାର ମନମାନି: ଏକାଠି ହେବେ କି ବିଶ୍ଵର ୨ ମହାଶକ୍ତି ?

ସମୟ ଏକାଠି ହେବାର । ଦିଲ୍ଲୀ ଓ ବେଜିଂକୁ ମିଳିତ ଭାବେ କାମ କରିବାର । ଶୁକ୍ରବାର ଏମିତି କହିଛନ୍ତି ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି । ଚୀନ୍ ଉପରେ ଆମେରିକା ୨୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ପରେ ବିଚଳିତ ହୋଇ ପଡ଼ିଛି ଡ୍ରାଗନ । ସୀମାରେ ଭାରତ ସହ ସମ୍ପର୍କ ତିକ୍ତ ରଖିଥିବା ବେଜିଂ ଏବେ ନୂଆ ଦିଲ୍ଲୀକୁ ବନ୍ଧୁତାର ହାତ ବଢ଼ାଇଛି ।


ଚୀନ୍ କହିଛି, ଭାରତ ସହ ଆମେ ଦୁହେଁ ଦୁହିଁଙ୍କର ମୁକାବିଲା ପରିବର୍ତ୍ତେ ଏକାଠି ସାଥିରେ ଆସିବା ତ ଦୁନିଆର ବାଣିଜ୍ୟିକ ସମୀକରଣ ବଦଳି ଯିବ । ଶୁକ୍ରବାର ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ଯି କହିଛନ୍ତି, ଏଥିପାଇଁ ଏହା ସର୍ବୋକୃଷ୍ଟ ସମୟ । ଏବେ ଦିଲ୍ଲୀ ଓ ବେଜିଂ ଏକାଠି ହୋଇ କାମ କରିବା ଉଚିତ୍ ।


ସେ କହିଛନ୍ତି, ଏକଚାଟିଆ ଅଧିକାର ଓ କ୍ଷମତା ରାଜନୀତିର ମୁକାବିଲା ଆମେ ମିଳିତ ଭାବେ କରିବା ଦରକାର । ନ୍ୟାସନାଲ୍ ପିପୁଲ୍ସ କଂଗ୍ରେସ ବୈଠକ ପରେ ୱାଙ୍ଗ କହିଛନ୍ତି, ଡ୍ରାଗନ୍ ଓ ଏଲିଫ୍ୟାଣ୍ଟ ମିଶି କରି ନାଚିବା ଆବଶ୍ୟକ । ବର୍ତ୍ତମାନ ପାଇଁ ଏହା ସବୁଠୁ ଉପାଦେୟ ।


ୱାଙ୍ଗ ଆହୁରି କହିଛନ୍ତି, ଆମେ ଅନ୍ୟ ଜଣଙ୍କ ବିରୋଧରେ ମୁକାବିଲା କରିବା ପରିବର୍ତ୍ତେ ଜଣେ ଅନ୍ୟ ଜଣଙ୍କୁ ମଜଭୁତର ସହ ସହଯୋଗ କରିବା ଉଚିତ୍ । ଏହା ପରସ୍ପରର ଭଲ ପାଇଁ ନିହାତି ଜରୁରୀ । ଯଦି ଏସିଆର ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା ଏକାଠି ହେବ ତ ଗ୍ଲୋବାଲ୍ ସାଉଥର ଭବିଷ୍ୟତ ଉଜ୍ଜ୍ଵଳ ହେବ । ବୈଶ୍ଵିକ ସମ୍ପର୍କରେ ଗଣତାନ୍ତ୍ରିକ ପ୍ରକ୍ରିୟା ବିକଶିତ ହେବା ଜରୁରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଚୀନ ଦେଇଥିବା ମନ୍ତବ୍ୟ ଉପରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ । ଏହା ପୂର୍ବରୁ ଗୁରୁବାର ଭାରତର ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର କହିଥିଲେ, ଭାରତ ସରକାର ଚୀନ ସହ ଉତ୍ତମ ସମ୍ପର୍କ ରଖିବାକୁ କାର୍ଯ୍ୟ କରୁନ୍ତି । ଚୀନର ନିୟନ୍ତ୍ରଣରେ ଆସୁଥିବା ତୀର୍ଥ ସ୍ଥାନକୁ ସିଧାସଳଖ ବିମାନ ଓ ସାମ୍ବାଦିକଙ୍କ ଯିବା ଆସିବା ଲାଗି ଆଲୋଚନା ଚାଲିଛି ।


କାହିଁକି ମନେ ପଡ଼ିଲା ଭାରତ ?


ଭାରତ ସହ ସମ୍ପର୍କ ନେଇ ଗଣମାଧ୍ୟମ ଚୀନ ବିଦେଶ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଯାହାକୁ ନେଇ ୱାଙ୍ଗ କହିଥିଲେ, ଦିଲ୍ଲୀ ସହ ଆମ ସମ୍ପର୍କରେ ସୁଧାର ଆସିଛି । ବିଗତ ବର୍ଷକରେ ସମ୍ପର୍କ ଅନେକ ସୁଧୁରିଛି । ସୀମାରୁ ସେନା ହଟିଛି, ଶାନ୍ତି ଫେରିଛି । ଏହାଛଡ଼ା ଗତ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ସି ଜିନପିଙ୍ଗ ଆଲୋଚନା କରିଥିଲେ । ଆମକୁ ଦେଖିବାକୁ ପଡ଼ିବ ସୀମା ବିବାଦକୁ ନେଇ ଯେମିତି ଦ୍ଵି-ପାକ୍ଷିକ ସମ୍ପର୍କର ନିର୍ଦ୍ଧାରଣ ହେବନି । ତାକୁ ଅନ୍ୟ ଦୃଷ୍ଟିରେ ଦେଖିବା ଦରକାର ।

Sponsored
China Says To India Let's Come Together After Donald Trump Tariff War | Argus News