ଚୀନ-ତାଇୱାନ-ଜାପାନ ତ ଏହି ତାଲିକାରେ ରହିଛି, ହେଲେ ଭାରତ ସ୍ଥାନ କେତେ ?

Key Points
ଆଇକ୍ୟୁ ଦୃଷ୍ଟିରୁ ହଂକଂର ଲୋକମାନେ ଚତୁର୍ଥ ସ୍ଥାନରେ ରହିଛନ୍ତି ।
ଦକ୍ଷିଣ କୋରିଆ ଷଷ୍ଠ ସ୍ଥାନରେ ।
ବେଲାଋଷ ସପ୍ତମ ସ୍ଥାନରେ ।
ଭଗବାନ ତାଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି ମନୁଷ୍ୟକୁ ବୁଦ୍ଧି ଦେଲେ, ଯାହା ତାକୁ ସମସ୍ତଙ୍କ ଠାରୁ ସ୍ଵତନ୍ତ୍ର କରେ । ମଣିଷ ବୁଦ୍ଧି ବଳରେ ଅସମ୍ଭବକୁ ସମ୍ଭବ କରିପାରେ । ବୁଦ୍ଧି ଥିଲେ ବିପଦରେ ପଡ଼ିଥିଲେ ସୁଦ୍ଧା ହଜାରେ ବାଟ ନଜର ଆସେ । ତେବେ ଆପଣ ଜାଣିଛନ୍ତି କି ବିଶ୍ୱରେ କେଉଁ ଦେଶର ଲୋକ ଅଧିକ ବୁଦ୍ଧିମାନ ? ଆଉ ଭାରତ ଏହି ତାଲିକାରେ କେତେ ତମ ସ୍ଥାନରେ ଆସୁଛି । ନିକଟରେ ୱାଲ୍ଡ ଅଫ୍ ଷ୍ଟାଟିସ୍ଟିକସ ପକ୍ଷରୁ ବିଭିନ୍ନ ଦେଶରେ ହାରାହାରି ଆଇକ୍ୟୁ ସଂଖ୍ୟା ପ୍ରକାଶ କରିଛି । ଏହି ପରିସଂଖ୍ୟାନରେ ସର୍ବାଧିକ ଆଇକ୍ୟୁ ଥିବା ଶ୍ରେଷ୍ଠ ୧୦ଟି ଦେଶ ବିଷୟରେ ଉଲ୍ଲେଖ କରାଯାଇଛି ।
ଏଇଠି କହିରଖୁଛୁ, ସବୁଠାରୁ ବୁଦ୍ଧିଆ ଲୋକଙ୍କ ଦେଶ ହେଲା ଜାପାନ । ରିପୋର୍ଟ ଅନୁଯାୟୀ ସେଠାକାର ଲୋକଙ୍କ ହାରାହାରି ଆଇକ୍ୟୁ ହେଉଛି ୧୦୬.୪୮ । ଏହି ତାଲିକାରେ ତାଇୱାନର ନାମ ଦ୍ୱିତୀୟ ସ୍ଥାନରେ ରହିଛି । ସେଠାରେ ଥିବା ଲୋକଙ୍କ ହାରାହାରି ଆଇକ୍ୟୁ ହେଉଛି ୧୦୬.୪୭ । ସିଙ୍ଗାପୁର ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି। ଏଠାରେ ଥିବା ଲୋକଙ୍କ ଆଇକ୍ୟୁ ସ୍ତର ହେଉଛି ୧୦୫.୩୪ ।
ପରିସଂଖ୍ୟାନ ଅନୁଯାୟୀ, ଆଇକ୍ୟୁ ଦୃଷ୍ଟିରୁ ହଂକଂର ଲୋକମାନେ ଚତୁର୍ଥ ସ୍ଥାନରେ ରହିଛନ୍ତି । ଯାହାଙ୍କ ଆଇକ୍ୟୁ ସ୍ତର ହେଉଛି ୧୦୫.୩୪ । ଅନ୍ୟପଟେ ଚୀନର ଲୋକାମାନେ ଏହି ମାମଲାରେ ପଞ୍ଚମ ସ୍ଥାନରେ ଅଛନ୍ତି । ଏଠାରେ ଥିବା ଲୋକଙ୍କ ହାରାହାରି ଆଇକ୍ୟୁ ସ୍ତର ହେଉଛି ୧୦୪.୧ ।
📱 Get Argus News App
✨
ଏହି ତାଲିକାରେ ଦକ୍ଷିଣ କୋରିଆ ଷଷ୍ଠ ସ୍ଥାନରେ, ବେଲାଋଷ ସପ୍ତମ ସ୍ଥାନରେ, ଫିନଲ୍ୟାଣ୍ଡ ଅଷ୍ଟମ ସ୍ଥାନରେ, ଲିକଟେଷ୍ଟାଇନ୍ ନବମ ସ୍ଥାନରେ ଏବଂ ଜର୍ମାନୀ ଦଶମ ସ୍ଥାନରେ ରହିଛି। ତାଲିକାରେ ଆମ ଦେଶ ଭାରତକୁ ୧୪୩ ତମ ସ୍ଥାନରେ ରଖାଯାଇଛି । ଭାରତୀୟଙ୍କ ହାରାହାରି ଆଇକ୍ୟୁ ସ୍ତର ରିପୋର୍ଟରେ ୭୬.୨ ବୋଲି ଦର୍ଶାଯାଇଛି ।