Videos
|
National

ଚୀନ୍‌ର ବିସ୍ତାରବାଦୀ ନୀତି ଭାରତ ପାଇଁ ବଡ଼ ବିପଦ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଚୀନ୍‌ର ବିସ୍ତାରବାଦୀ ନୀତି ଭାରତ ପାଇଁ ବଡ଼ ବିପଦ

Key Points

ଭାରତ ପାଇଁ ବଡ଼ ବିପଦ ଚୀନ୍‌
ଚୀନ୍‌ର ବିସ୍ତାରବାଦୀ ନୀତି ଭାରତ ପାଇଁ ବଡ଼ ବିପଦ
ଆମେରିକାର ଗୁଇନ୍ଦା ରିପୋର୍ଟରେ ପୁଣି ଚିନ୍ତା ପ୍ରକଟ

ଭାରତ ପାଇଁ ବଡ଼ ବିପଦ ଚୀନ୍‌। ଚୀନ୍‌ର ବିସ୍ତାରବାଦୀ ନୀତି ଏବଂ ଭାରତ ପ୍ରତି ରଣନୈତିକ ଚ୍ୟାଲେଞ୍ଜକୁ ନେଇ ଆମେରିକାର ଗୁଇନ୍ଦା ରିପୋର୍ଟ ପୁଣି ଥରେ ଚିନ୍ତା ପ୍ରକଟ କରିଛି। ଆମେରିକା ଗୁଇନ୍ଦା ସଂସ୍ଥାର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିରକ୍ଷା ନୀତି ଭାରତର ବୈଶ୍ବିକ ନେତୃତ୍ୱକୁ ସୁଦୃଢ଼ କରିବା, ଚୀନ୍‌ର ମୁକାବିଲା କରିବା ଏବଂ ଭାରତର ସାମରିକ ସାମର୍ଥ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛି। ଭାରତ ଚୀନ୍‌କୁ ନିଜର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରୁଥିବା ବେଳେ ଚୀନ୍‌ର ବିସ୍ତାରବାଦୀତ ନୀତି ଭାରତ ପାଇଁ ଏକ ବିଶାଳ ଚ୍ୟାଲେଞ୍ଜ ପାଲଟିଛି।


ମିଆଁମାର, ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି ଦେଶରେ ଚୀନ୍ ନିଜର ପିପୁଲ୍ସ ଲିବରେସନ୍ ଆର୍ମିର ସାମରିକ ଘାଟି ସ୍ଥାପନ କରିବାକୁ ଯୋଜନା ଉପରେ ବିଚାର କରୁଛି। ଯଦି ଏପରି ହୁଏ ତେବେ ଏହା ଭାରତ ପାଇଁ ଏକ ଗମ୍ଭୀର ରଣନୈତିକ ବିପଦ ହୋଇପାରେ କାରଣ ଏହି ଦେଶଗୁଡ଼ିକ ଭାରତର ପ୍ରତ୍ୟକ୍ଷ ସମୁଦ୍ର ଏବଂ ସ୍ଥଳ ସୀମା ନିକଟରେ ଅଛନ୍ତି। ଚୀନ୍ ଭାରତ ମହାସାଗରରେ ନିଜର ପ୍ରଭାବ ବଢ଼ାଇବାକୁ ଚାହୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
China's expansionist policy is a big threat to India | Argus News