Videos
|
National

ବିଶ୍ୱରେ ପ୍ରଥମ ଥର ରୋବୋର୍ଟ ଜନ୍ମ ଦେବ ମଣିଷ ଛୁଆ

Smruti Parija
Browse all articles by Smruti Parija
·11 months ago·2 min read
ବିଶ୍ୱରେ ପ୍ରଥମ ଥର ରୋବୋର୍ଟ ଜନ୍ମ ଦେବ ମଣିଷ ଛୁଆ

Key Points

ଏଣିକି ମାଆ ହେବ ରୋବୋର୍ଟ

10 ମାସ 10 ଦିନ ଗର୍ଭରେ ରଖି ଜନ୍ମ କରିବ ସନ୍ତାନ

ବିଶ୍ୱରେ ପ୍ରଥମ ଥର ରୋବୋର୍ଟ ଜନ୍ମ ଦେବ ମଣିଷ ଛୁଆ

ଆଜି ପର୍ଯ୍ୟନ୍ତ ବିଜ୍ଞାନ ଓ ଟେକନୋଲୋଜି ସହାୟତାରେ ଆମେ ରୋବୋର୍ଟ ତିଆରି କରିପାରିଛେ । ଯାହା ମଣିଷମାନଙ୍କର ବିଭିନ୍ନ ପ୍ରକାର କାର୍ଯ୍ୟରେ ସହାୟତା କରିପାରିବ । ମଣିଷମାନଙ୍କ ବୋଝ ହାଲୁକା କରିବ । କିନ୍ତୁ ପ୍ରଥମ ଥର ପାଇଁ ଏହା ଶୁଣୁଥିବେ ଯେ ରୋବୋର୍ଟ ସନ୍ତାନ ଜନ୍ମ କରିବ । ଏମିତି ଏକ ପ୍ରେଗନାନ୍ସି ରୋବୋର୍ଟର ବିକାଶ କରୁଛି ଚୀନର କାଇୱା ଟେକନୋଲୋଜି । ଯାହା ମହିଳାଙ୍କ ଭଳି ଗର୍ଭଧାରଣ କରିପାରିବ ।



ତେବେ ଏହା କେମିତି ସମ୍ଭବ ? ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିବାବେଳେ କମ୍ପାନୀ ଦାବି କରିଛି ଯେ ଏହି ରୋବୋର୍ଟରେ ଏକ କୃତ୍ରିମ ଗର୍ଭାଶୟ ସ୍ଥାପନ କରାଯିବ । ଯେଉଁଥିରେ ଭ୍ରୁଣ ବିକଶିତ ହେବ । ଏକ ଟ୍ୟୁବ୍ ମାଧ୍ୟମରେ ଭ୍ରୁଣକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇ ଦିଆଯିବ । ଏହି ଟେକନିକ୍ ପାରମ୍ପରିକ ଆଇଭିଏଫ୍ କିମ୍ବା ସରୋଗେସୀଠାରୁ ସମ୍ପୂର୍ଣ୍ଣ ଭିନ୍ନ । ବିଶ୍ୱରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ମା' ହେବା ପାଇଁ ତ ଚାହାଁନ୍ତି କିନ୍ତୁ ଗର୍ଭଧାରଣ ପ୍ରକ୍ରିୟା ଦେଇ ଯିବାକୁ ଚାହାଁନ୍ତି ନାହିଁ । ସେହିମାନଙ୍କ କ୍ଷେତ୍ରରେ ଏହି ରୋବୋର୍ଟ ଖୁବ ସହାୟତା ହେବ । ସେହିପରି ନିଃସନ୍ତାନ ଦମ୍ପତିଙ୍କ ପାଇଁ ଏହା ବରଦାନ କହିଲେ ଭୂଲ୍ ହେବନି । ଆସନ୍ତାବର୍ଷ ଏହି ରୋବୋର ପ୍ରୋଟୋଟାଇପ୍ ଲଞ୍ଚ୍ ହେବ । ଯାହାର ବଜାର ମୂଲ୍ୟ ଭାରତୀୟ ମୁଦ୍ରାରେ 12 ଲକ୍ଷ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଠିକ୍ ସେମିତି ଆଜିକାଲି ଜନସଂଖ୍ୟା ବୃଦ୍ଧି ଏକ ବଡ ସମସ୍ୟା । ଏହାକୁ ହ୍ରାସ କରିବା ଦିଗରେ ମଧ୍ୟ ଏହି ରୋବୋର୍ଟ ସହାୟତା କରିପାରିବ । ତେବେ ଯେବେଠୁ ଏନେଇ ଖବର ପ୍ରକାଶ ପାଇଛି ଏହାକୁ ନେଇ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା । ପ୍ରଯୁକ୍ତିବିଦ୍ୟାର ଏହା ଏକ ଚମତ୍କାର ବୋଲି କହୁଛନ୍ତି ଲୋକେ ।


ହେଲେ ଅପରପକ୍ଷରେ ଏହି ରୋବୋର୍ଟିକ୍ ପ୍ରକ୍ରିୟା ଦେଇ ଜନ୍ମ ହେବାକୁ ଥିବା ସନ୍ତାନମାନଙ୍କର ସ୍ୱାସ୍ଥ୍ୟ ଓ ମାନସିକ ବିକାଶ ନେଇ ମଧ୍ୟ ଅନେକ ଚିନ୍ତା ପ୍ରକଟ କରିଛନ୍ତି । ସେପଟେ ଏହି କାଇୱା ଟେକନୋଲୋଜି ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନ କରିପାରୁଥିବା ରୋବୋର୍ଟ ବନାଇ ସଫଳତା ପାଇବା ପରେ, ଯଦି ଏହି ପ୍ରେଗନାଣ୍ଟ ରୋବୋ ସଫଳ ହୁଏ ତେବେ ପ୍ରଯୁକ୍ତବିଦ୍ୟାରେ ଏହା ଏକ ନୂଆ ମାଇଲ ଷ୍ଟୋନ୍ କହିଲେ ଭୂଲ ହେବ ନାହିଁ ।

chinas-kaiwa-technology-develops-pregnancy-humanoid-robot-argus-news | Argus News