ଭାରତକୁ ପୁଣି ଫେରିଲା ଟିକଟକ୍!

Key Points
ଭାରତ-ଚୀନ ମଧ୍ୟରେ ସମ୍ପର୍କ ସୁଧୁରିବାରେ ଲାଗିଛି
ମୋଦିଙ୍କ ଚୀନ୍ ଗସ୍ତ ପୂର୍ବରୁ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗି ୟି ୨ଦିନିଆ ଭାରତ ଗସ୍ତରେ ଆସିଥିଲେ, ଯେଉଁଥିରେ ସୀମା ବିବାଦ ସମ୍ପର୍କରେ ଆଲୋଚନା କରାଯାଇଥିଲା, ଏହାପରେ ଏବେ ସଵୁଠି ଚର୍ଚ୍ଚା ଯେ, ଟିକଟକ, ସିନ୍ ଭଳି କିଛି ଆପ୍ ଲୋକଙ୍କ ଫୋନରେ ଖୋଲିବାରେ ଲାଗିଛି
କିଛିଦିନ ତଳେ ଖବର ଆସିଲା ଯେ, ଚାଇନାର କିଛି ୱେବସାଇଟ୍,ଆପ୍ କିଛି ଲୋକଙ୍କ ସିଷ୍ଟମରେ ଖୋଲିବାରେ ଲାଗିଛି। ତେବେ ଗଲୱାନ ସଂଘର୍ଷ ପରେ ଦେଶରେ ଅନେକ ଚାଇନିଜ୍ ଆପ୍ ଗୁଡ଼ିକୁ ବ୍ୟାନ କରିଦିଆଯାଇଥିଲା। ପ୍ରାୟ ୫୯ଟି ଆପ୍ ଏଥିରେ ସାମିଲ ଥିଲେ। ଏହି ଆପ୍ ଗୁଡ଼ିକ ତଥ୍ୟ ଚୋରି କରୁଥିବା କାରଣ ଦର୍ଶାଇ ବ୍ୟାନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଭାରତ-ଚୀନ ମଧ୍ୟରେ ସମ୍ପର୍କ ସୁଧୁରିବାରେ ଲାଗିଛି। ମୋଦିଙ୍କ ଚୀନ୍ ଗସ୍ତ ପୂର୍ବରୁ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗି ୟି ୨ଦିନିଆ ଭାରତ ଗସ୍ତରେ ଆସିଥିଲେ। ଯେଉଁଥିରେ ସୀମା ବିବାଦ ସମ୍ପର୍କରେ ଆଲୋଚନା କରାଯାଇଥିଲା, ବାଣିଜ୍ୟ କାରବାର ବିଷୟରେ ଆଲୋଚନା ହୋଇଥିଲା। ତେଣୁ ଏହାପରେ ଏବେ ସଵୁଠି ଚର୍ଚ୍ଚା ହେଉଛି କି ଟିକଟକ, ସିନ୍ ଭଳି କିଛି ଆପ୍ ଲୋକଙ୍କ ଫୋନରେ ଖୋଲିବାରେ ଲାଗିଛି। ଅନେକ ନ୍ୟାସନାଲ ଚ୍ୟାନେଲରେ ମଧ୍ୟ ଖବର ଆସିଲା ଯାହାକୁ ନେଇ ବିରୋଧୀ କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କଲା। କଂଗ୍ରେସ ପକ୍ଷରୁ କୁହାଗଲା ଯେ, ଯେଉଁ ଆପ୍ ଗୁଡ଼ିକ ସପରକ୍ଷା ଦୃଷ୍ଟିରୁ ବ୍ୟାନ୍ କରାଯାଇଥିଲା ଏବେ ତାହା ଖୋଲିବା ଆରମ୍ଭ କଲାଣି। ଚୀନ ସହ ସଂଘର୍ଷରେ ୨୦ଜଣ ଯବାନ ସହୀଦ ହୋଇଥିଲେ କିନ୍ତୁ ଏବେ ଚାଇନିଜ୍ ଆପ୍ ଖୋଲିବା ଆରମ୍ଭ କଲାଣ॥
ତେବେ ଏହାକୁ ନେଇ ଆମେ ମଧ୍ୟ ଠିକ୍ କଣ ଭୁଲ କଣ ଜାଣିବାକୁ ଚେଷ୍ଟା କଲୁ ଏବଂ ଜାଣିବାକୁ ପାଇଲୁ ଯେ, ଏ ସଵୁ ଅଭିଯୋଗ ଭିତ୍ତିହୀନ.. କାରଣ ପ୍ଲେ-ଷ୍ଟୋର ବା ଆପ୍ ଷ୍ଟୋରରେ ଆପଣ ଏହାକୁ ବର୍ତ୍ତମାନ ସୁଦ୍ଧା ଦେଖିବାକୁ ପାଇବେନି। ସିନ୍ ଭଳି କିଛି ୱେବସାଇଟର ହୋମ ପେଜ୍ ଓପନ୍ ହେଉଛି କିନ୍ତୁ ଏଥିରୁ ନା ଆପଣ କୌଣସି ସପିଙ୍ଗ୍ କି ସ୍କ୍ରୋଲ୍ କରିପାରିବେ ନାହିଁ। ସେପଟେ ସରକାରଙ୍କ ପକ୍ଷରୁ ବି କୁହାଯାଇଛି ଯେ, ଚାଇନିଜ ଆପ ଗୁଡ଼ିକର ୫ବର୍ଷ ପୂର୍ବରୁ ଯେଉଁ ସ୍ଥିତି ଥିଲା ବର୍ତ୍ତମାନ ବି ସେହି ସମାନ ସ୍ଥିତି ରହିଛି। ଅର୍ଥାତ ଯେଉଁ ଆପ୍ ବ୍ୟାନ ହୋଇଥିଲା ସେଗୁଡ଼ିକର ଆକ୍ସେସ ହୋଇପାରିବ ନାହିଁ।
କିନ୍ତୁ ଟିକଟକ ପାଇଁ ଭାରତ ପ୍ରଥମରୁ ବଡ଼ ମାର୍କେଟ୍ ରହିଆସିଥିଲା.. ଏବେ ଯେତେବେଳେ ଭାରତ-ଚୀନ ସମ୍ପର୍କର ସୁଧାର ଆସିବା କଥା କୁହାଯାଉଛି ତେଣୁ ହୋଇପାରେ ଯେ, ଏହା ଉପରୁ ବ୍ୟାନ ହଟିଯାଇପାରେ କିନ୍ତୁ ଏହାର କୌଣସି ସ୍ପଷ୍ଟିକରଣ ହୋଇନି ସରକାରଙ୍କ ପକ୍ଷରୁ.. ଏହାଛଡ଼ା ଆପଣ ଏହାକୁ ପ୍ଲେ-ଷ୍ଟୋର କିମ୍ବା ଆପଲ-ଷ୍ଟୋରରେ ମଧ୍ୟ ଦେଖିବାକୁ ପାଇବେନି.. ତେଣୁ କୌଣସି ଉଡ଼ା ଖବର ଉପରେ ବିଶ୍ଵାସ କରନ୍ତୁ ନାହିଁ।
📱 Get Argus News App
✨ଆହୁରି ପଢନ୍ତୁ ଦେଶ ବିଦେଶ ଖବର...