Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୧୮ ଲକ୍ଷ ପାଇଲା ପରେ ଫେରାଇଦେଲା ବାଳକ 

Manini Pattanayak
Browse all articles by Manini Pattanayak
·2 years ago·2 min read
୧୮ ଲକ୍ଷ ପାଇଲା ପରେ ଫେରାଇଦେଲା ବାଳକ 

ନୂଆଦିଲ୍ଲୀ: ବାପାଙ୍କ ଦେହ ଅସୁସ୍ଥ। ବିଛଣାରୁ ଉଠିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ।  ମସ୍ତିଷ୍କରୁ ବାପାଙ୍କର ରକ୍ତଶ୍ରାବ ହେଉଛି। ବାପା ଏବେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। କିନ୍ତୁ  ଅର୍ଥଅଭାବରୁ ତାଙ୍କର ଚିକିତ୍ସାରେ ବିଳମ୍ବ ହେଉଛି। ଏପଟେ ପେଟକୁ ଗଣ୍ଡେ ଖାଇବା ଯୋଗାଇବା ମଧ୍ୟ କାଠିକର ପାଠ ହେଇଯାଉଛି। ଟଙ୍କା କେଉଁଠୁ ଆସିବ ବାପାଙ୍କର ଚିକିତ୍ସା ପାଇଁ ଏହି ପରି ଅନେକ ଚିନ୍ତା ଭିତରେ ମା ସହ ଚାଲି ଚାଲି ଯାଉଥାଏ  ୧୩ ବର୍ଷର ବାଳକ ୟାଙ୍ଗ। ହଠାତ୍‌ ୟାଙ୍ଗ ଦେଖିବାକୁ ପାଇଲା  ରାସ୍ତା କଡରେ ଏକ ଧଳା ବ୍ୟାଗଟି   ପଡିଛି।  ୟ୍ୟାଙ୍ଗ ବହୁତ ଆଗ୍ରହର ସହ ସେଠାକୁ  ଯାଇ ବ୍ୟାଗଟି ଖୋଲିଲା । ବ୍ୟାଗ ଭିତରେ ୟ୍ୟାଙ୍ଗ ଯାହା ଦେଖିଲା  ପୁରା ଅତବାକ୍‌ ହୋଇଗଲା। ବ୍ୟାଗ ଭିତରେ ୧୮ ଲକ୍ଷ ଟଙ୍କା ଦେଖି ୟ୍ୟାଙ୍ଗ ପୁରା ବିଚଳିତ ହୋପଡିଲା । ଏପଟ ସେପଟ ଅନେଇଲା କାଳେ ଏ  ଟଙ୍କା ବ୍ୟାଗର ମାଲିକ ଦେଖା ହେଇଯିବେ ଆଉ ତାଙ୍କୁ ଫେରାଇଦେବି।  କିନ୍ତୁ ଆଖପାଖରେ କାହାକୁ ଦେଖିବାକୁ ପାଇଲା ନାହିଁ ୟ୍ୟାଙ୍ଗ। ସାଇକେଲ ଧରି ପୁରା ଅଞ୍ଚଳ ବୁଲିଲା କିନ୍ତୁ ଟଙ୍କା ବ୍ୟାଗ କାହାର ସେ ଲୋକଙ୍କୁ ପାଇଲା ନାହିଁ। ଏପଟେ ଟଙ୍କା ନାହିଁ ବୋଲି ବାପାଙ୍କ ଚକିତ୍ସା ହେଇପାରୁ ନାହିଁ। 

 ଗରିବି ସହ ସଙ୍ଘର୍ଷ କରୁଥିବା ପିଲାଟି କିନ୍ତୁ  ପାଇଥିବା ୧୮ ଲକ୍ଷ ଟଙ୍କା ର ବ୍ୟାଗ ହାତରେ ଧରି ବୁଲୁଛି ଫେରାଇଦେବା ପାଇଁ।   ଟଙ୍କା ବ୍ୟାଗର ମାଲିକକୁ ଖୋଜି ଖୋଜି ପାଇଲା ନାହିଁ  ୟ୍ୟାଙ୍ଗ। ଫେରିଅସିଲା ମା ପାଖକୁ । ଆଉ କହିଲା ମା ପୋଲିସ୍‌ ରେ ଖବର ଦେବା।   କାରଣ ଏ  ଟଙ୍କା ଯାହାର ହେଇଥିବା ସେ ବହୁତ ବ୍ୟସ୍ତ ହୋଇପଡୁଥିବ। ଆଉ ଖୋଜିବାରେ ଲାଗିଥିବ । ହୋଇଥାଇପାରେ ମୋ ବାପାଙ୍କ ପରି ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ମଧ୍ୟ ଏହି ଟଙ୍କାର ଦରକାର ଥିବ। ଏହା କହି ୟ୍ୟାଙ୍ଗ ପୋଲିସ୍‌ ଡାକିଲା। ପୋଲିସ୍‌ ପହଞ୍ଚି  ସମ୍ପୂର୍ଣ ଘଟଣା ଜାଣିବା ପରେ ୟ୍ୟାଙ୍ଗ ସହ ମିସି ଉକ୍ତ ଟଙ୍କାର ଲୋକକୁ ଖୋଜି ବାହାର କଲେ। ଆଉ ବ୍ୟକ୍ତିଙ୍କର ୧୮ ଲକ୍ଷ ଟଙ୍କା ଫେରାଇଦେଲା ୟ୍ୟାଙ୍ଗ।  ଯେତେବେଳେ ୟ୍ୟାଙ୍ଗ ଏ ମହନୀୟତା କାମ ପ୍ରଚାରିତ ହେଲା,   ୟ୍ୟାଙ୍ଗର ସ୍କୁଲରେ ମଧ୍ୟ ଜାଣିଲେ। ଖୁବ୍‌ ପ୍ରଶଂସା କରାଗଲା। ୟ୍ୟାଙ୍ଗକୁ ସମ୍ମନୀତ  କରିବା ପାଇଁ ସ୍କୁଲ ତରଫରୁ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଗଲା। ଯେଉଁଥିରେ ସମସ୍ତ ପୋଲିସ୍‌ ଅଧିକାରୀ ସାମିଲ ହେଲେ ଆଉ ୟ୍ୟାଙ୍ଗଙ୍କ ସଚ୍ଚୋଟତା ପାଇଁ ସାଲ୍ୟୁଟ୍‌  ମାରିଲେ। ସତରେ   ଏ ୧୩ ବର୍ଷର ପିଲାକୁ ଯେତେ  ପ୍ରଶଂସା କଲେ ମଧ୍ୟ କମ୍‌ ହେବ। ବୟସ ସିନା ସାନ କିନ୍ତୁ କାମ ଏପରି କଲା ସମସ୍ତେ ସାଲ୍ୟୁଟ ମାରିଲେ। ତେବେ  ଏ ଘଟଣାଟି ଘଟିଛି ଚାଇନାରେ। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗଛି । 
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chinese Teen Wins Hearts After Returning Lost Bag With Rs 18.45 Lakh Cash | Argus News