Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମଧ୍ୟପ୍ରଦେଶ ଚିତ୍ରକୋଟରେ ଜଳ ପ୍ରଳୟ

Smruti Parija
Browse all articles by Smruti Parija
·1 year ago·1 min read
ମଧ୍ୟପ୍ରଦେଶ ଚିତ୍ରକୋଟରେ ଜଳ ପ୍ରଳୟ

Key Points

ସହରରେ ଚାଲୁଛି ଡଙ୍ଗା
ଘର, ବାହାରେ ପାଣି ହିଁ ପାଣି

ପ୍ରବଳ ବର୍ଷା ଯୋଗୁ ମନ୍ଦାକିନୀ ନଦୀର ଜଳସ୍ତର ବୃଦ୍ଧି

ମଧ୍ୟପ୍ରଦେଶ ଚିତ୍ରକୋଟରେ ଜଳ ପ୍ରଳୟ । ଘର, ବାହାରେ ପାଣି ହିଁ ପାଣି । ପ୍ରବଳ ବର୍ଷା ଯୋଗୁ ମନ୍ଦାକିନୀ ନଦୀର ଜଳସ୍ତର ବଢୁଛି, ଫଳରେ ଏ ସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ଘରେ ପାଣି ପଶିବା ଯୋଗୁ ନାହିଁ ନଥିବା ହୀନସ୍ତା ହେଉଛନ୍ତି । ରାସ୍ତାରେ ଡଙ୍ଗା ଚାଲୁଛି । ଡଙ୍ଗାରେ ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ନିକଟକୁ ପଠାଯାଉଛି । ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।


ଜଳସେଚନ ବିଭାଗର ସୂଚନା ଅନୁଯାୟୀ, ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୦୦ ମିମି ବର୍ଷା ରେକର୍ଡ ହୋଇଛି । ସୀମାନ୍ତ ମଧ୍ୟପ୍ରଦେଶର ସତନା ଜିଲ୍ଲାରୁ ଏହାଠାରୁ ଅଧିକ ବର୍ଷା ହୋଇଛି । ଫଳରେ ମନ୍ଦାକିନୀ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଫଳରେ ଭୟବିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରାମଘାଟରୁ ମଧ୍ୟପ୍ରଦେଶକୁ ଯାଉଥିବା ନିର୍ମୋଗି ଆଖଡ଼ା ରାସ୍ତାରେ ବନ୍ୟା ପାଣି । ଯେଉଁଠି ଡଙ୍ଗାରେ ଯିବା ଆସିବା କରୁଛନ୍ତି ଲୋକେ । ଲୋକମାନେ ଏହି ରାସ୍ତା ଦେଇ କାମଦଗିରିର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ପହଞ୍ଚି ପାରୁନାହାଁନ୍ତି । ସେହିପରି ହନୁମାନଧାରା ବାଇପାସରେ ରାଜୋଲା ପୋଲ ଉପରେ ପାଣି ପ୍ରବାହିତ ହେଉଛି । ଏହି ରାସ୍ତାରୁ ମଧ୍ୟ ଏମପି ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।   

Sponsored
chitrakoot-flood-alert-in-chitrakoot-mandakini-river-overflows-connectivity-disrupted-with-madhya-pradesh | Argus News