Videos
|
National

ସିଆଇଏସଏଫ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ଜାରି ହେଲା ବିଜ୍ଞପ୍ତି

Smruti Parija
Browse all articles by Smruti Parija
·1 year ago·1 min read
ସିଆଇଏସଏଫ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ଜାରି ହେଲା ବିଜ୍ଞପ୍ତି

Key Points

ସିଆଇଏସଏଫ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ଜାରି ହେଲା ବିଜ୍ଞପ୍ତି । ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟନ ଅଧିନସ୍ଥ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବାହିନୀରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।

ଅର୍ଗସ ବ୍ୟୁରୋ: ସିଆଇଏସଏଫ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ ଜାରି ହେଲା ବିଜ୍ଞପ୍ତି । ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟନ ଅଧିନସ୍ଥ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବାହିନୀରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ୧୧୨୪ଟି ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି । ସିଆଇଏସଏଫର ବିଭିନ୍ନ ବିଭାଗରେ ଖାଲିଥିବା ଏହିସବୁ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହି ପଦବୀ ପାଇଁ ଭାରତର ବିଭିନ୍ନ ରାଜ୍ୟରେ ପରୀକ୍ଷା କରାଯିବ । ଏଥିପାଇଁ ଫେବ୍ରୁଆରି ୩ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହୋଇ ଏହା ମାର୍ଚ୍ଚ ୩ ତାରିଖ ଯାଏଁ ଚାଲିବ ।


ସିଆଇଏସଏଫର ୱେବସାଇଟ୍ www.cisfrectt.cisf.gov.in‍ ରେ ଆବେଦନ କରିପାରିବେ ଆଶାୟୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ଓଡିଶା ପୋଲିସ ବିଭାଗ ପକ୍ଷରୁ 933 ସବ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ 609 ଏସଆଇ ପଦବୀ , 253 ଏସଆଇ (ଆର୍ମଡ଼), 47 ଷ୍ଟେସନ ଅଫିସର (ଫାୟାର ସର୍ଭିସ ) ଓ 24(ଆସିଷ୍ଟାଣ୍ଟ ଜେଲର) ପଦବୀରେ ଯୁଗ୍ମ ପୋଲିସ ସେବା ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରୀ 20 ରୁ ଫେବୃଆରୀ 10 ତାରିଖ ରହିଛି ଆବେଦନର ସମୟସୀମା ।

CISF has issued a notification for recruitment in various departments. | Argus News