Videos
|
National

ସଂସଦ ସୁରକ୍ଷା ବ୍ୟବସ୍ଥା ନେଇ ବଡ଼ ନିଷ୍ପତି, ସୁରକ୍ଷା ଦାୟୀତ୍ୱ ନେବେ ସିଆଇଏସ୍ଏଫ୍

Banajyotshna Ray
Browse all articles by Banajyotshna Ray
·2 years ago
ସଂସଦ ସୁରକ୍ଷା ବ୍ୟବସ୍ଥା ନେଇ ବଡ଼ ନିଷ୍ପତି, ସୁରକ୍ଷା ଦାୟୀତ୍ୱ ନେବେ ସିଆଇଏସ୍ଏଫ୍

ଅର୍ଗସ ବ୍ୟୁରୋ:  ସଂସଦ ସୁରକ୍ଷା ବ୍ୟବସ୍ଥା ନେଇ ବଡ଼ ନିଷ୍ପତି । ଏଣିକି ସୁରକ୍ଷା ଦାୟୀତ୍ୱ ନେବ ସିଆଇଏସ୍ଏଫ୍ । ଏନେଇ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି ।ସଂସଦ ଭବନ ବୁଲିବାକୁ ଯାଉଥିବା ବ୍ୟକ୍ତିଙ୍କ ପାଇଁ ଏକ୍ସ-ରେ ସ୍କାନିଂ, ମେଟାଲ ଡିଟେକ୍ଟର ଲଗାଯିବ । ଜୋତା, ମୋଟା ଜାକେଟ, ବେଲ୍ଟର ମଧ୍ୟ ସ୍କାନିଂ କରାଯିବ । ସୁରକ୍ଷା ଦାୟୀତ୍ୱ ଦିଲ୍ଲୀ ପୁଲିସ ହାତରୁ କାଢିନିଆଯାଇ ସିଆଇଏସଏଫକୁ ଦିଆଯାଇଛି । ବିମାନବନ୍ଦର ପ୍ରୋଟକଲ ଭଳି ସୁରକ୍ଷା ଯାଂଚ ହେବ । ସଂସଦ ଭବନରେ ବେଆଇନ ଅନୁପ୍ରବେଶ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ନୂଆ ସଂସଦ ଭବନ, ପୁରୁଣା ସଂସଦ ଭବନ ସହଯୋଗୀ ବିଲ୍ଡିଂଗୁଡିକର ମଧ୍ୟ ସୁରକ୍ଷା ଦାୟୀତ୍ୱ ସିଆଇଏସଏଫକୁ ଦିଆଯାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର: 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
CISF may handle Parliament security instead of Delhi Police | Argus News