ଦେଶର ୨୫୯ଟି ସ୍ଥାନରେ ସିଭିଲ୍ ଡିଫେନ୍ସ ମକ୍ ଡ୍ରିଲ୍

Key Points
ସମ୍ଭାବ୍ୟ ଯୁଦ୍ଧକୁ ନେଇ ଭାରତର ବଡ଼ ପ୍ରସ୍ତୁତି
ଦେଶର ୨୫୯ଟି ସ୍ଥାନରେ ସିଭିଲ୍ ଡିଫେନ୍ସ ମକ୍ ଡ୍ରିଲ୍
ଅପରେସନ ସିନ୍ଦୁର ପରେ ଦେଶରେ ଅଦ୍ଭୁତପୂର୍ବ ଉତ୍ସାହ
ମକ୍ ଡ୍ରିଲରେ ସାମିଲ୍ CC, NSS କ୍ୟାଡେଟ୍, ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀ ସଂଗଠନ
ଭାରତର ୧୮ଟି ବିମାନବନ୍ଦରରେ ଉଡ଼ାଣ ବନ୍ଦ
ସୁରକ୍ଷିତ ରାଷ୍ଟ୍ର, ଶତ୍ରୁକୁ ମୁହଁତୋଡ ଜବାବ ଦେବାକୁ ସକ୍ଷମ ଭାରତ
ଏକତାର ବଳ...ଦୁନିଆ ଦେଖିଲା ଭାରତର ଶୌର୍ଯ୍ୟ । ସୀମାରେ ଯବାନଙ୍କ ପରାକ୍ରମ, ଦେଶର କୋଣ ଅନୁକୋଣରେ ନାଗରିକଙ୍କ ଅଦ୍ଭୁତପୂର୍ବ ଉତ୍ସାହ । ପ୍ରଥମ ପର୍ଯ୍ୟାୟ ଅପରେସନ ସିନ୍ଦୁରର ସଫଳତାକୁ ନେଇ ସାରା ଦେଶରେ ସେଲିବ୍ରେସନ ସମୟରେ ଦେଶର ସମସ୍ତ ୨୪୪ ଜିଲ୍ଲାରେ ହୋଇଛି ସମ୍ଭାବ୍ୟ ଯୁଦ୍ଧ ମୁକାବିଲା ପାଇଁ ରହର୍ସାଲ । ଦେଶରେ ୧୯୭୧ ପରେ ପ୍ରଥମ ଥର ଭାରତର ସମର ପ୍ରସ୍ତୁତିରେ ସାମିଲ ହୋଇଛନ୍ତି ସାଧାରଣ ଜନତା, ଆପଦା ମିତ୍ର, ଛାତ୍ରଛାତ୍ରୀଙ୍କ ସମେତ CC, NSS କ୍ୟାଡେଟ୍ ।
ରାଜ୍ୟର ୧୨ଟି ସ୍ଥାନରେ ଆତ୍ମରକ୍ଷା କୌଶଳର ତାଲିମ ଦେଇଛନ୍ତି ବିଶେଷଜ୍ଞ । ଭୁବନେଶ୍ବର, କଟକ ସମେତ ସମ୍ବଲପୁର, ପୁରୀ, ବାଲେଶ୍ବର, ବ୍ରହ୍ମପୁର, କୋରାପୁଟରେ ବାଜିଛି ଯୁଦ୍ଧ ସାଇରନ । ଭୁବନେଶ୍ବର ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବଢାଯିବା ସହ BMC କଣ୍ଟ୍ରୋଲ ରୁମ୍ ରୁ ପରିଚାଳିତ ହୋଇଛି ମକ୍ ଡ୍ରିଲ ।
ଅପରାହ୍ନ ୪ଟାରେ ଗର୍ଜିଲା ସାଇରନ୍ । ଦେଶର ୨୫୯ଟି ସ୍ଥାନରେ ସିଭିଲ୍ ଡିଫେନ୍ସ ମକ୍ ଡ୍ରିଲ୍ ଉଡାଇଲା ପାକିସ୍ତାନର ହୋସ୍ । ଏୟାର ଷ୍ଟ୍ରାଇକ୍ ସମୟରେ ନାଗରିକ ନିଜ ସୁରକ୍ଷା ସହ ଜରୁରୀ ସାମଗ୍ରୀର ସ୍ଥାନାନ୍ତର, ଆହତଙ୍କ ଚିକିତ୍ସା, ଅଗ୍ନିକାଣ୍ଡ ନିୟନ୍ତ୍ରଣର ତାଲିମ ନେଇଛନ୍ତି । ରାଜଧାନୀ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଲକ୍ଷ୍ନୌ, ଅମୃତସର, ଆଜମେର ସମେତ ସବୁ ସହରରେ ମକ ଡ୍ରିଲରେ ସାମିଲ ହେବାକୁ ନାଗରହକଙ୍କ ମଧ୍ୟରେ ଦେଖିବାକୁ ଉତ୍ସାହ । ସୀମାବର୍ତ୍ତୀ ରାଜ୍ୟ ଗୁଡ଼ିକର ବିଭିନ୍ନ ସହରରେ ଗତ ୩ ଦିନ ଧରି ମକ୍ ଡ୍ରିଲ ହୋଇଛି । ସୋମବାର ପ୍ରଧାନମନ୍ତ୍ରୀ ମୋଦି ଏନଏସଏ ଅଜିତ ଡୋଭାଲ ଓ ଡିଫେନସ୍ ସେକ୍ରେଟାରୀଙ୍କ ସହ ବୈଠକ ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦେଶର ସବୁ ରାଜ୍ୟକୁ ଜାରି ହୋଇଥିଲା ମକ୍ ଡ୍ରିଲ ନିର୍ଦ୍ଦେଶ । ପହଲଗାମ ହାମଲାର ପ୍ରତିଶୋଧ ପାଇଁ ଯୋଜନାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବାବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ପରାକ୍ରମର ପ୍ରମାଣ ଦେଇଛନ୍ତି ଭାରତୀୟ ଯବାନ । ଅପରେସନ ସିନ୍ଦୁର ଦେଶବାସୀଙ୍କ ମଧ୍ୟରେ ମୋଦି ସରକାରଙ୍କ ପ୍ରତି ବିଶ୍ବାସ ବଢ଼ାଇବା ସହ ଦେଶର ସୁରକ୍ଷାକୁ ନିଶ୍ଚିତ କରିଛି ।
ଦେଶର ୧୮ଟି ବିମାନବନ୍ଦରରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଉଡ଼ାଣ ବନ୍ଦ ରହିଛି । ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼, ରାଜକୋଟ ବିମାନବନ୍ଦରର ଉଡ଼ାଣ ଉପରେ ଲାଗିଛି ପ୍ରତିବନ୍ଧକ । ପାକିସ୍ତାନରେ ଆତଙ୍କବାଦୀଙ୍କ ୯ଟି ଠିକଣା ଉପରେ ଭାରତୀୟ ସଶସ୍ତ୍ର ବାହିନୀର କ୍ଷେପଣାସ୍ତ୍ର ଆକ୍ରମଣ ପରେ ବିମାନବନ୍ଦରରେ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅପରେସେନ ସିନ୍ଦୁର ପରେ ମୁହଁ ଲୁଚାଇ କାନ୍ଦୁଛି ଆତଙ୍କୀହ୍କ ଆକ୍କା ପାକିସ୍ତାନ । ପହଲଗାମ ହାମଲାର ପ୍ରତିଶୋଧ ନେଇଛି ଭାରତ । ଆଗକୁ ବି ଜାରି ରହିବ ଭାରତର ଆତଙ୍କୀ ସଫେଇ ଅଭିଯାନ । ସାରା ଦେଶରେ ମକ୍ ଡ୍ରିଲର ଦୃଶ୍ୟ ଦେଖି ଥରହର ପାକିସ୍ତାନ ...ରକ୍ତାକ୍ତ ଆତଙ୍କୀ ଶିବିର ।