Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Supreme Court / ବିବାଦୀୟ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ମୁଖ୍ୟ ବିଚାରପତି ବି. ଆର ଗୱାଇ

Swoyang prajna Mishra
Browse all articles by Swoyang prajna Mishra
·9 months ago·3 min read
ବିବାଦୀୟ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ମୁଖ୍ୟ ବିଚାରପତି ବି. ଆର ଗୱାଇ

Key Points

'ମୁଁ ସବୁ ଧର୍ମକୁ ସମ୍ମାନ କରେ'
ମୁଁ ଦେଇଥିବା ମନ୍ତବ୍ୟକୁ ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ଭାଇରାଲ କରାଯାଉଛି
ବିବାଦୀୟ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ମୁଖ୍ୟ ବିଚାରପତି

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମୁଖ୍ୟ ବିଚାରପତି ବି. ଆର ଗୱାଇଙ୍କ ମନ୍ତବ୍ୟକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା । ଏହା ଏକ ବିବାଦୀୟ ମନ୍ତବ୍ୟ ଏବଂ ଏପରି ବାକ୍‌ତ୍ରୁଟିକୁ ସେ ଫେରାଇ ନିଅନ୍ତୁ ବୋଲି ଅନ୍ୟ ବିଚାରପତି ତଥା ହିନ୍ଦୁଭକ୍ତମାନେ ତାଙ୍କୁ ଅପିଲ କରିବା ସହ ତାଙ୍କ ମନ୍ତବ୍ୟକୁ ସମାଲୋଚନା କରିଥିଲେ । ଆଉ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ବି. ଆର ଗୱାଇ । ସେ କହିଛନ୍ତି, 'ଗତକାଲି ମତେ ଜଣେ କହିଥିଲେ ମୁଁ ଆବେଦନକାରୀଙ୍କୁ ଦେଇଥିବା ମନ୍ତବ୍ୟ ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୁଁ ସବୁ ଧର୍ମକୁ ସମ୍ମାନ କରେ । ମୁଁ ସେପରି କିଛି କହିନାହିଁ । ଏବେ ସୋସିଆଲ ମିଡିଆକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ । ନେପାଳରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା '।
ତେବେ ଜଭାରୀ ମନ୍ଦିରର ବିଷ୍ଣୁଙ୍କ ଅର୍ଦ୍ଧଭଗ୍ନ ମୂର୍ତ୍ତି ଉପରେ ହୋଇଥିବା ଆବେଦନକୁ ନେଇ ଏପରି ବିବାଦୀୟ ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ମଧ୍ୟପ୍ରଦେଶର ଖଜୁରାହୋ ମନ୍ଦିର ପରିସରସ୍ଥିତ ଜଭାରୀ ମନ୍ଦିରରେ ଏକ ୭ ଫୁଟ ଉଚ୍ଚର ବିଷ୍ଣୁଙ୍କର ପ୍ରତିମା ଅଛି । ଏହି ମୂର୍ତ୍ତି ଭଗ୍ନ ଅବସ୍ଥାରେ ରହିଥିବା ବେଳେ ଏହାର ପୁର୍ନସ୍ଥାପନା ପାଇଁ ରାକେଶ ଦଲାଲ ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ ।
ଆବେଦନରେ ସେ କହିଥିଲେ, ଏହି ମୂର୍ତ୍ତି ମୋଗଲ ଆକ୍ରମଣ ବେଳରୁ ହିଁ କ୍ଷତିଗ୍ରସ୍ତ ହୋଇଥିଲା, ସେବେଠାରୁ ହିଁ ଏହି ଅର୍ଦ୍ଧଭଗ୍ନ ଅବସ୍ଥାରେ ପଡିରହିଛି ମୂର୍ତ୍ତି ।ସେଥିପାଇଁ ଏହି ମୂର୍ତ୍ତିକୁ ପୁନଃସ୍ଥାପିତ କରିବା ସହ ଭଗବାନ ବିଷ୍ଣୁଙ୍କର ପ୍ରାଣପ୍ରତିଷ୍ଠା କରିବା ପାଇଁ ସେ କୋର୍ଟରେ ଆବେଦନ କରିଥିଲେ । ଏଥିସହ ଏହି ଆବେଦନ ପତ୍ରରେ କୁହାଯାଇଥିଲା, ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ରକ୍ଷା କରିବା ସହ ମନ୍ଦିରର ପବିତ୍ରତାକୁ ପୁନର୍ଜୀବିତ କରିବା ପାଇଁ କୋର୍ଟକୁ ଦଖଲ ଦେବାକୁ ପଡିବ ।

ତେବେ ଏହି ମାମଲାର ଶୁଣାଣି କରିବାକୁ ଯାଇ କୋର୍ଟ କହିଛନ୍ତି, ଏହି ମାମଲା କୋର୍ଟର ନୁହେଁ ବରଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI)ର ଅଧିନ ଅଟେ । ମନ୍ଦିରର କୌଣସି ପରିବର୍ତ୍ତନ କରିବା ପାଇଁ ASI ର ଅନୁମତି ଅତ୍ୟନ୍ତ ଜରୁରୀ । ଏଥିପାଇଁ ଏ ସମ୍ପର୍କରେ ASI ସହ ସମ୍ପର୍କ କରିବା ନିହାତି ଆବଶ୍ୟକ ।

ଏହି ଆବେଦନକୁ ଭାରତର ମୁଖ୍ୟ ବିଚାରପତି ବି.ଆର. ଗୱାଇଙ୍କ ଖଣ୍ଡପୀଠ ଖାରଜ କରିଥିଲେ । ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମନ୍ତବ୍ୟ ଅନୁଯାୟୀ, ବି.ଆର. ଗୱାଇ କହିଥିଲେ, "ଏବେ ଆପଣ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ । ଆପଣ କହୁଥିଲେ, ଆପଣ ଭଗବାନ ବିଷ୍ଣୁଙ୍କର ଜଣେ ପରମ ଭକ୍ତ ଅଟନ୍ତି । ସେ ହିଁ ଆପଣଙ୍କର ସହାୟତା କରିପାରିବେ । ଏବେ ଆମକୁ କ୍ଷମା କରନ୍ତୁ । ଏହା ଏକ ପ୍ରତ୍ନତାତ୍ତ୍ଵିକ ସ୍ଥଳ ଅଟେ । ASI ର କାମରେ କୋର୍ଟ ଦଖଲ କରିବ ନାହିଁ ।"

ଏଥିସହ ଏହି ଆବେଦନକୁ ସମ୍ପୁର୍ଣ୍ଣ ଖାରଜ କରିଥିଲେ କୋର୍ଟ । ଏହାପରେ ଆବେଦନକାରୀ କୋର୍ଟଙ୍କର ଏପରି ରାୟକୁ ନେଇ ଅସନ୍ତୁଷ୍ଟ ହୋଇଥିବା ବେଳେ ମୁଖ୍ୟ ବିଚାରପତିଙ୍କର ଏପରି ମନ୍ତବ୍ୟକୁ ନେଇ ମଧ୍ୟ ସମାଲୋଚନା କରିଥିଲେ । ଏହି ମନ୍ତବ୍ୟକୁ ନେଇ ଅନ୍ୟ କୋର୍ଟର ଅନ୍ୟ ଓକିଲମାନେ ମଧ୍ୟ ମୁଖ୍ୟ ବିଚାରପତିଙ୍କୁ କ୍ଷମା ମାଗିବାକୁ ପତ୍ର ଲେଖିଥିଲେ । ଏହା ଆମର ଧାର୍ମିକ ଭାବନାକୁ ଠେସ ପହଞ୍ଚାଉଥିବା ବେଳେ ଭଗବାନଙ୍କୁ ନେଇ ଏପରି ଟିପ୍ପଣୀ ଆଦୌ ଗ୍ରହଣୀୟ ଯୋଗ୍ୟ ନୁହେଁ ବୋଲି ସେମାନେ ମତ ଦେଇଥିଲେ । ଏହାପରେ ବି ଆର ଗୱାଇ ଏହି ମନ୍ତବ୍ୟକୁ ନେଇ ନିଜର ସ୍ପଷ୍ଟ ମତ ଦେଇଥିଲେ । ବର୍ତ୍ତମାନ ASI ଏହି ମାମଲାରେ ହସ୍ତକ୍ଷେପ କରି କେବେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତିର ପୁନଃସ୍ଥାପନା କରୁଛି ତାକୁ ହିଁ ଅପେକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Supreme Court | CJI BR Gavai on controversy over comments in Vishnu idol case | Argus News