Videos
|
National

କେରଳରେ ଚାଲିଥିବା ପର୍ବରେ ହାତୀଙ୍କ ମଧ୍ୟରେ ସଂଘର୍ଷ

Ritu Das
Browse all articles by Ritu Das
·2 years ago·1 min read
କେରଳରେ ଚାଲିଥିବା ପର୍ବରେ ହାତୀଙ୍କ ମଧ୍ୟରେ ସଂଘର୍ଷ

ଅର୍ଗସ ବ୍ୟୁରୋ: ନିକଟରେ ସୋସିଆଲ ମିଡିଆରେ ହାତୀ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ବାହାରକୁ ଆସୁଛି ଯେଉଁଥିରେ ଦୁଇ ହାତୀ ପରସ୍ପର ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। କୁହାଯାଉଛି ଯେ କେରଳର ଥ୍ରୀସୁରରେ ଅରାତପୂଜା ପର୍ବ ଚାଲିଛି। ହାତୀଙ୍କ ନୃତ୍ୟକୁ ଦେଖିବାକୁ ଲୋକ ବି ଜମା ହୋଇଥିଲେ। କିନ୍ତୁ ହଠାତ ହାତୀଙ୍କର କଣ ହେଲା କେଜାଣି ପାଗଳଙ୍କ ଭଳି ଲଢ଼େଇ କରିଲେ। ଯାହାକୁ ଦେଖି ଲୋକ ଛାନିଆଁ।

କୁହାଯାଉଛି ଯେ ଏହି ହାତୀମାନଙ୍କୁ ପରମ୍ପରା ଅନୁଯାୟୀ ପର୍ବକୁ ଅଣାଯାଇଥିଲା, କିନ୍ତୁ ହଠାତ୍ ବିଦାୟ ସମାରୋହରେ ହାତୀମାନେ ପରସ୍ପର ଉପରେ ଆକ୍ରମଣ କରିଥିଲେ। ପର୍ବରେ ହାତୀମାନେ ହିଂସ୍ର ହୋଇଥିବାର ଦେଖିବାକୁ ମିଳିଥିଲା। ହାତୀମାନଙ୍କ କ୍ରୋଧରୁ ବଞ୍ଚିବାକୁ ଲୋକେ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ଏଭଳି ଦୌଡ଼ାଦୌଡ଼ିରେ କେତେକ ଲୋକ ସାମାନ୍ୟ ଆହତ ହୋଇଥିଲେ। ହଠାତ୍ ମେଳାରେ ବିଶୃଙ୍ଖଳା ଦେଖାଦେଇଥିଲା।  ହାତୀମାନଙ୍କୁ ନିୟନ୍ତ୍ରଣକୁ ଆଣିବାକୁ ସୁରକ୍ଷାକର୍ମୀଙ୍କୁ ପ୍ରାୟ ୧ ଘଣ୍ଟା ଲାଗିଯାଇଥିଲା। 

ଏହି ମେଳା ପ୍ରାୟତଃ 3000 ବର୍ଷରୁ ଅଧିକ ପୁରୁଣା ପ୍ରାଚୀନ ଅରାଟୁପୁଜା ମନ୍ଦିର କେରଳର ତ୍ରିସୁରର ଅରାତୁପୂଜାରେ ନିଷ୍ଠାରେ ପାଳନ ହୁଏ। ଯେଉଁଠାରେ ପ୍ରତିବର୍ଷ ଦେବ ମେଳା ପର୍ବ ଅନୁଷ୍ଠିତ ହୋଇଥାଏ। ସୂଚନାଥାଉ କି, ଏଠାରେ ହାତୀ ପଛରେ ପୁରାମ କରାଯାଏ। ପ୍ରତ୍ୟେକ ହାତୀ ଏକ ଦେବତାଙ୍କୁ ପ୍ରତିପାଦିତ କରେ। ଥିରୁଟ୍, ଅତା,  ନାଲିକେରାମଡୁକାଲ୍ ଏବଂ କାରିକାଭୀଶକମ ଏହି ପର୍ବର ପ୍ରମୁଖ ପ୍ରସାଦ। ଅରାତୁପୂଜା ମନ୍ଦିର କୋଚିନ୍ ଦେବସ୍ୱମ୍ ବୋର୍ଡ ଅଧୀନରେ ଅଛି। କିନ୍ତୁ ଏଭଳି ହାତୀମାନଙ୍କୁ ଜୋରଜବରଦସ୍ତି ନଚେଇବା କଣ ଠିକ କହିଲେ।

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Clash between | Argus News