Videos
|
National

Luxury Car Gift / ଭଲ ମାର୍କ ରଖିଲେ ବୋଲି ୧୫ ବର୍ଷୀୟ ପୁଅକୁ ୨.୩୦ କୋଟିର BMW ଗିଫ୍ଟ କଲେ ବାପା… ଗାଁରେ ଚର୍ଚ୍ଚା

Ritu Das
Browse all articles by Ritu Das
·2 hours ago·3 min read
ଭଲ ମାର୍କ ରଖିଲେ ବୋଲି ୧୫ ବର୍ଷୀୟ ପୁଅକୁ ୨.୩୦ କୋଟିର BMW ଗିଫ୍ଟ କଲେ ବାପା… ଗାଁରେ ଚର୍ଚ୍ଚା
India

Key Points

ପଶ୍ଚିମବଙ୍ଗର ୧୫ ବର୍ଷୀୟ ନବମ ଶ୍ରେଣୀ ଛାତ୍ରଙ୍କୁ ଭଲ ମାର୍କ ପାଇଁ ବାପା ଉପହାର ଦେଲେ BMW M4 କାର୍
ପିଲାଙ୍କୁ ପାଠ ପଢ଼ିବା ପାଇଁ ବାପାମା’ ନାନା ପ୍ରକାର ପ୍ରଲୋଭନ ଦେଖାଇଥାନ୍ତି ଯେମିତି କି ତୁ ଯଦି ଏଥର ଭଲ ମାର୍କ ରଖିଦେବୁ ତେବେ ତୋ ପାଇଁ ନୂଆ ଡ୍ରେସ, ସାଇକେଲ କିମ୍ବା ଚକୋଲେଟ ଦିଆଯିବ ବୋଲି କହୁଥିଲେ। ତା’ପରେ ପିଲାଟି ପସନ୍ଦର ଜିନିଷ ପାଇବାକୁ ପିଲାଟି ନିଶ୍ଚିତ ପରିଶ୍ରମ କରିଥାଏ। ଆଉ ପରୀକ୍ଷାରେ ଭଲ ନମ୍ବର ଆଣିଥାଏ। କିନ୍ତୁ ଆପଣ କଣ କେବେ ଶୁଣିଛନ୍ତି ଏମିତି ମା’ବାପା ଅଛନ୍ତି ପୁଅ ପରୀକ୍ଷାରେ ପାସ ହେଲା ବୋଲି ଲକଜୁରୀ କାର ଦେଇଛନ୍ତି। ଯାହାର ମୂଲ୍ୟ କୋଟି କୋଟି ଟଙ୍କା। କିନ୍ତୁ ପଶ୍ଚିମବଙ୍ଗର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ତାଙ୍କ ବାପା ଯେଉଁ ଉପହାର ଦେଇଛନ୍ତି, ତାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ତାଙ୍କ ପୁଅଙ୍କୁ ଏତେବଡ ଦାମୀ ଗିଫ୍ଟ ଦେଇଛନ୍ତି ଯାହାର କଳ୍ପନା ନିଜେ ଛାତ୍ର ଜଣକ ବି କେବେ କରିନଥିଲେ ।

ପିଲାଙ୍କୁ ସଫଳତାର ସିଡ଼ିରେ ଚଢ଼ାଇବା ପାଇଁ ବାପା,ମା’ଙ୍କୁ ଅନେକ ପୁରସ୍କାରର ସାହାରା ନେବାକୁ ପଡ଼ିଥାଏ । କିନ୍ତୁ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଜଣେ ବାପା ନିଜ ପୁଅକୁ ଏମିତି ଗିଫ୍ଟ ଦେଇଛନ୍ତି ଯେ ଏବେ ପୂରା ଦେଶରେ ଚର୍ଚ୍ଚା ଚାଲିଛି। ଛାତ୍ର ଜଣକ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାର ୧୫ ବର୍ଷୀୟ ମହମ୍ମଦ ତଲହା । ସେ ବର୍ତ୍ତମାନ ୯ମ ଶ୍ରେଣୀରେ ପଢୁଛନ୍ତି। ତେବେ ଛାତ୍ର ଜଣକ ଅର୍ଦ୍ଧବାର୍ଷିକ ପରୀକ୍ଷାରେ ଭଲ ନମ୍ବର ରଖିଥିବାରୁ ତାଙ୍କ ବାପା ଶାମସୁଦ୍ଦିନ ମିଦ୍ୟା ତାଙ୍କୁ ୨ କୋଟି ୩୦ ଲକ୍ଷ ଟଙ୍କା ମୂଲ୍ୟର ଦାମୀ BMW M4 କାର ଉପହାରରେ ଦେଇଛନ୍ତି ।
ଏ ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସୂଚନାନୁଯାୟୀ, ବର୍ଦ୍ଧମାନ ସହରର ଏକ ପ୍ରତିଷ୍ଠିତ ସ୍କୁଲର ଅର୍ଦ୍ଧବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ଯେଉଁଥିରେ ବ୍ୟବସାୟୀ ଶାମସୁଦ୍ଦିନଙ୍କ ପୁଅ ଭଲ ପ୍ରଦର୍ଶନ କରି ସଫଳତା ହାସଲ କରିଥିଲେ । ପୁଅର ପରିଶ୍ରମ ଏବଂ ସଫଳତାରେ ଖୁସି ହୋଇ ବାପା ତାଙ୍କୁ ଦୁନିଆର ସବୁଠୁ ବଡ଼ ଗିଫ୍ଟ ଦେବେ ବୋଲି ଘୋଷଣା କରିଥିଲେ । ତା’ପରେ ସେ ପୁଅକୁ ନେଇ କାର୍ ସୋ’ରୁମରେ ସବୁଠୁ ମହଙ୍ଗା କାର୍ ବୁକ୍ କରିଥିଲେ । ବାପାଙ୍କ ଦ୍ୱାରା ଦିଆଯାଇଥିବା ଏହି BMW କାରଟି ମଡର୍ଣ୍ଣ ଏବଂ ଏଥିରେ ଅନେକ ସୁବିଧା ରହିଛି। ଭାରତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୨.୩୦ କୋଟି ଟଙ୍କା ଅଟେ।

  • ମୁମ୍ବାଇରୁ ଗାଁକୁ ଏକ ସ୍ୱତନ୍ତ୍ର କଣ୍ଟେନରରେ ଅଣାଗଲା କାର

ଶମସୁଦ୍ଦିନ ମିଦ୍ୟା ଏକ 'BMW M4 କମ୍ପିଟିସନ୍' (BMW M4 Competition) କାର୍ କିଣିବା ପାଇଁ ମୁମ୍ବାଇ ଯାଇଥିଲେ ଏବଂ ସେଠାକାର ଅନ୍ଧେରୀ ଅଞ୍ଚଳରେ ଥିବା ଏକ ଶୋ-ରୁମ୍‌ରୁ ଏହାକୁ କିଣିଥିଲେ। ଏହା ପରେ, ସେହି କାର୍‌କୁ ଏକ ସ୍ୱତନ୍ତ୍ର ବନ୍ଦ କଣ୍ଟେନର ମଧ୍ୟରେ ରଖି ମୁମ୍ବାଇରୁ ପଶ୍ଚିମବଙ୍ଗର ପରାଜ ଗାଁକୁ ଅଣାଯାଇଥିଲା। ଗାଡ଼ିଟି ନଭେମ୍ବର ୬ ତାରିଖ ଶୁକ୍ରବାର ଦିନ ଗାଁରେ ପହଞ୍ଚିଥିଲା। 'BMW M4 କମ୍ପିଟିସନ୍' କାର୍‌ଟି ଗାଁରେ ପହଞ୍ଚିବା ମାତ୍ରେ, ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଯାଇଥିଲା। ପରୀକ୍ଷାରେ ଭଲ ନମ୍ବର ରଖିଥିବାରୁ ଜଣେ ଛାତ୍ରଙ୍କୁ ଏତେ ମୂଲ୍ୟବାନ ଉପହାର ମିଳିବା ଖବରଟି ଖୁବ୍ ଶୀଘ୍ର ଆଲୋଚନାର ବିଷୟ ପାଲଟିଗଲା।

  • ସୋସିଆଲ ମିଡିଆରେ ମିଳୁଛି ମିଶ୍ରିତ ପ୍ରତିକ୍ରିୟା

ଶମସୁଦ୍ଦିନ ମିଦ୍ୟାଙ୍କ ଏଭଳି ପଦକ୍ଷେପ ଦେଖି ଲୋକେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ନିଜ ପୁଅର ଅଦମ୍ୟ ପରିଶ୍ରମକୁ ପ୍ରୋତ୍ସାହିତ କରିବାକୁ ଜଣେ ପିତା ତାଙ୍କର ପ୍ରତିଶ୍ରୁତି ପୂରା କରିଛନ୍ତି ଏହା ପ୍ରଶଂସାର ଯୋଗ୍ୟ। ଯେଉଁଠି ଆଉ କିଛି ଲୋକ ପ୍ରଶ୍ନ କରିଛନ୍ତି କି, ୧୫ବର୍ଷୀୟ ନାବାଳକଙ୍କୁ ଏତେ ମହଙ୍ଗା ଉପହାର ଦେବା କଣ ଦରକାର। ଏହି ସମଗ୍ର ବିଷୟଟି ପୁଣିଥରେ ସେହି ପ୍ରକାରର ପୁରସ୍କାରକୁ ନେଇ ଆଲୋଚନା କରିଛି କି, କଣ ପିତାମାତା ପିଲାଙ୍କ ପାଠ ପଢ଼ା ପାଇଁ ଏଭଳି ଡିମାଣ୍ଡକୁ ପ୍ରୋତ୍ସାହିତ କରିବା କେତେଦୂର ଯୁକ୍ତିଯୁକ୍ତ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: