Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସିନ୍ଧୁ ଉପତ୍ୟକ ସଭ୍ୟତା ବିଲୁପ୍ତ ହେବା ପଛର କାରଣ ଜଳବାୟୁ

National

ସିନ୍ଧୁ ଉପତ୍ୟକ ସଭ୍ୟତା ବିଲୁପ୍ତ ହେବା ପଛର କାରଣ ଜଳବାୟୁ

Rashmita Mishra
Browse all articles by Rashmita Mishra
·1 year ago·1 min read
ସିନ୍ଧୁ ଉପତ୍ୟକ ସଭ୍ୟତା ବିଲୁପ୍ତ ହେବା ପଛର କାରଣ ଜଳବାୟୁ

ଅର୍ଗସ ବ୍ୟୁରୋ: ବିଶ୍ୱର ବହୁ ପୁରାତନ ସଭ୍ୟତା ଲୋପ ପାଇଯିବା ପଛରେ ଅନେକ କାରଣ ରହିଛି । କିନ୍ତୁ ପ୍ରାୟ ୪୦୦୦ ବର୍ଷ ତଳର ସିନ୍ଧୁ ଉପତ୍ୟକ ସଭ୍ୟତା ବିଲୁପ୍ତ ହେବା ପଛରେ ଜଳବାୟୁ ମୂଖ୍ୟ କାରଣ ଥିଲା ବୋଲି ଗବେଷକମାନେ କହିଛନ୍ତି । ଆଧୁନିକ ସମୟରେ ମୌସୁମୀକୁ ପ୍ରଭାବିତ କରିବା କ୍ଷେତ୍ରରେ ଯେଭଳି ବୈଶିକ ଜଳବାୟୁର ଭୂମିକା ରହିଛି, ଠିକ୍ ସେହିପରି ୪୦୦୦ ବର୍ଷ ତଳେ ସିନ୍ଧୁ ଉପତ୍ୟକା ସଭ୍ୟତା ବିଲୁପ୍ତ ହେବା ପଛରେ ମଧ୍ଯ ଜଳବାୟୁର ପ୍ରଭାବ ହିଁ ମୁଖ୍ୟ କାରଣ ଥିଲା ବୋଲି IITMର ଗବେଷକମାନେ କହିଛନ୍ତି। ବିଶେଷକରି ବିଶ୍ବର ବିଭିନ୍ନ ଭାଗରେ ଜଳବାୟୁ ଭିନ୍ନ ହେବା ଦ୍ଵାରା ବିକିରଣ ହ୍ରାସ ପାଏ ଏଥି ଯୋଗୁଁ ଏହି ସଭ୍ୟତା ଧ୍ୱଂସ ହୋଇଯାଇଛି ।ଦକ୍ଷିଣ ଭାରତର ଗୁପ୍ତେଶ୍ଵର ଏବଂ କଡ଼ାପା ଆଦି ସ୍ଥାନରେ ରହିଥିବା ପ୍ରାଚୀନ ଗୁମ୍ଫାଗୁଡିକର ଗଠନ ଏବଂ ଏଗୁଡିକର ଉତ୍ପତ୍ତି ସମ୍ପର୍କରେ ଅନୁଧ୍ୟାନ କରି ଗବେଷକମାନେ କହିଛନ୍ତି ଯେ ସୌର ବିକିରଣ ହ୍ରାସ ଯୋଗୁଁ ଏହା ହୋଇଥାଏ । ମୌସୁମୀ ବର୍ଷ ବର୍ଷ ଧରି ଦୁର୍ବଳ ରହିବାରୁ ଏହି ସଭ୍ୟତାର ପତନ ଆରମ୍ଭ ହୋଇଥିଲା । ଭାରତରେ ଅନ୍ୟାନ୍ୟ ଭାଗରେ ରହିଥିବା ପ୍ରାୟ ୭୦୦୦ ବର୍ଷ ତଳର ଗୁମ୍ଫାଗୁଡିକର ମଧ୍ୟ ଏଭଳି  ପରିସ୍ଥିତି ହୋଇଛି 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Climate is the reason behind the extinction of the Indus Valley Civilization | Argus News