Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାହିଁକି ଜମ୍ମୁ-କାଶ୍ମୀରରେ ଦାଉ ସାଧୁଚି ପ୍ରକୃତି

Smruti Parija
Browse all articles by Smruti Parija
·10 months ago·3 min read
କାହିଁକି ଜମ୍ମୁ-କାଶ୍ମୀରରେ ଦାଉ ସାଧୁଚି ପ୍ରକୃତି

Key Points

ଅପରୂପ ଶୋଭାରେ ପରିମୂର୍ଣ୍ଣ କାଶ୍ମୀର

ହେଲେ ବାରମ୍ବାର ହେଉଛି ବାଦଲ ଫଟା ବର୍ଷା
କାହିଁକି ଜମ୍ମୁ-କାଶ୍ମୀରରେ ଦାଉ ସାଧୁଚି ପ୍ରକୃତି

ଅପରୂପ ଶୋଭାରେ ପରିମୂର୍ଣ୍ଣ କାଶ୍ମୀର । ଡାଲ ଲେକ୍ , ବୈଷ୍ମୋଦେବୀ ମନ୍ଦିର, ଟୁଲିପ୍ ଗାର୍ଡେନ, ବୈଶରନ ଭ୍ୟାଲି, ସୋନମାର୍ଗ ହିଲ୍ ଷ୍ଟେସନ, ଆରୁ ଭ୍ୟାଲି ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣେ । ଏଠାକାର ପାହାଡ, ଡେଙ୍ଗା ଡେଙ୍ଗା ପାଇନ ଗଛ ପ୍ରକୃତି ପ୍ରେମୀଙ୍କ ମନ କିଣିନିଏ । ପୁଣି କେତେବେଳେ ବରଫ ଆଚ୍ଛାଦିତ ଏ ସହର କୌଣସି ସ୍ୱର୍ଗଠୁ କମ୍ ନୁହେଁ । ସେଥିପାଇଁ ତ କୁହନ୍ତି ଜୀବନ କାଳରେ ଯେଦି କାଶ୍ମୀର ଦେଖିନ ତେବେ କଣ ଦେଖିଛ । ହେଲେ ଏଠି ବାରମ୍ବାର ତାଣ୍ଡବ ରଚୁଛି ପ୍ରକୃତି । ବାଦଲ ଫଟା ବର୍ଷା, ଭୂସ୍ଖଳନ ଏହାର ସୌନ୍ଦର୍ଯ୍ୟତାକୁ ଲଗାତାର କ୍ଷତି ପହଞ୍ଚାଇ ଚାଲିଛି । ହେଲେ କାହିଁକି ଏଠାରେ ବାରମ୍ବାର ହେଉଛି ବାଦଲ ଫଟା ବର୍ଷା ।




ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ମଧ୍ୟ ବାରମ୍ବାର ବାଦଲ ଫଟା ବର୍ଷା ହେଉଛି । ହେଲେ ଏହି ପାହାଡିଆ ସ୍ଥାନ ଗୁଡିକରେ କାହିଁକି ହେଉଛି ବର୍ଷା । ଖାସ୍ କରି ମୌସୁମୀ ଋତୁରେ....ଗତ କିଛି ବର୍ଷ ଧରି ଏହି ଭଳି ଘଟଣା ସାମନାକୁ ଆସୁଛି ।


କାହିଁକି ହୁଏ ବାଦଲଫଟା ବର୍ଷା ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯେତେବେଳେ କୌଣସି ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅତ୍ୟଧିକ ବର୍ଷା ହୁଏ, ସେତେବେଳେ କୁହାଯାଏ ଯେ ବାଦଲ ଫଟା ବର୍ଷା ହେଉଛି । IMD ଅନୁଯାୟୀ, ଯଦି 20 ରୁ 30 ବର୍ଗ କିଲୋମିଟର ଅଞ୍ଚଳରେ ଗୋଟିଏ ଘଣ୍ଟାରେ 100 ମିମି ବର୍ଷା ହୁଏ, ତେବେ ଏହାକୁ ବାଦଲ ଫଟା ବର୍ଷା ବୋଲି କୁହାଯାଏ । କିଛି କିଛି ସମୟରେ ପ୍ରବଳ ବର୍ଷା ସହିତ ବରଫ ବର୍ଷା ମଧ୍ୟ ହୁଏ ।
କାହିଁକି ଏବଂ କେବେ ହୁଏ ବାଦଲ ଫଟା ବର୍ଷା ?


ତାପମାତ୍ରାରେ ପରିବର୍ତ୍ତନ ଯୋଗୁଁ ଗରମ ପବନ ଉଠିଲେ, ସେମାନେ ନିଜ ସହିତ ଆର୍ଦ୍ରତା ମଧ୍ୟ ବହନ କରନ୍ତି । ଶୀର୍ଷରେ ପହଞ୍ଚିବା ପରେ, ଏହି ଗରମ ପବନ ଥଣ୍ଡା ହୁଏ । ଫଳରେ ବାୟୁରେ ଆର୍ଦ୍ରତା ଜଳ ବିନ୍ଦୁରେ ପରିଣତ ହୁଏ । ଏହି ବିନ୍ଦୁଗୁଡ଼ିକ ଅନ୍ୟ ବିନ୍ଦୁ ସହିତ ମିଶି ଘନତା ବୃଦ୍ଧି ପାଏ ଏବଂ ହଠାତ୍ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରବଳ ବର୍ଷା ହୁଏ । ସରଳ ଶବ୍ଦରେ କହିବାକୁ ଗଲେ ହିମାଚଳ ଏବଂ ଉତ୍ତରାଖଣ୍ଡରେ ଆଞ୍ଚଳିକ ଜଳଚକ୍ରରେ ଦ୍ରୁତ ପରିବର୍ତ୍ତନ ଘଟେ । ଯେଉଁଥିପାଇଁ ଗରମ ପବନ ଥଣ୍ଡା ପବନ ସହିତ ମିଶିଥାଏ ଏବଂ ଏଥିରେ ଥିବା ଆର୍ଦ୍ରତା ବଡ଼ ବଡ ବାଦଲ ଖଣ୍ଡ ଗଠନ କରି ପ୍ରବଳ ବର୍ଷା କରିଥାଏ ।
କେବଳ ପାହାଡ଼ରେ କାହିଁକି ବାଦଲ ଫଟା ବର୍ଷା ହୁଏ ?


ପାଣିପାଗ ବିଜ୍ଞାନୀଙ୍କ କହିବାନୁଯାୟୀ, ଆର୍ଦ୍ରତା ସହିତ ଗରମ ପବନ ସିଧାସଳଖ ପାହାଡ଼ିଆ ଅଞ୍ଚଳ ଆଡକୁ ଗତି କରେ ଏବଂ ତା’ପରେ ସେମାନେ ଉପରକୁ ଉଠିବାର ପ୍ରକ୍ରିୟା ଆରମ୍ଭ କରନ୍ତି । କିନ୍ତୁ ଏଠାରେ ପବନ ବନ୍ଦ ହେବାର ଏକ ସିଧାସଳଖ କାରଣ ହେଉଛି ଉଚ୍ଚ ପର୍ବତ । ଯାହା ପବନକୁ ଆଗକୁ ବଢ଼ିବାରେ ବାଧା ଦିଏ । ଫଳରେ ଅନେକ ମେଘ ଏକାଠି ହୋଇଥାନ୍ତି । ଆଉ ସେହିଠାରେ ହିଁ ବାଦଲ ଫଟା ବର୍ଷା ହୋଇଥାଏ । ତଥାପି ଗତ କିଛି ବର୍ଷ ଧରି ଜମ୍ମୁକାଶ୍ମୀର, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ହେଉଛି । ବୈଜ୍ଞାନିକଙ୍କ କହିବା କଥା ଏଠାରେ ଦ୍ରୁତ ଜଳବାୟୁ ପରିବର୍ତ୍ତନ ମଧ୍ୟ ଏକ ବଡ଼ କାରଣ । ଏହା ଛଡା ଅଧିକ ଯାନବାହାନ, ଜଙ୍ଗଲରେ ନିଆଁ ଲାଗିବା ଏବଂ ଗଛ କାଟିବା ଆଦି ହେଉଛି ମଧ୍ୟ ପ୍ରାକୃତି ବିପର୍ଯ୍ୟୟ ପାଇଁ ଗୋଟିଏ ଗୋଟିଏ କାରଣ ।
ଗତ 4 ଦିନରେ ଜମ୍ମୁ-କାଶ୍ମୀରରେ ଲଗାତାର ଦୁଇ ଦୁଇ ଥର ବାଦଲ ଫଟା ବର୍ଷା ହେଲାଣି । ଗତ 14 ତାରିଖରେ ଜମ୍ମୁ-କାଶ୍ମୀର କିସ୍ତୱାଡର ଚଶୋଟିରେ ବାଦଲଫଟା ବର୍ଷା ପ୍ରଳୟ ରଚିଥିଲା । ଏଥିରେ ମୃତ୍ୟୁ ସଂଖ୍ୟା 65କୁ ବୃଦ୍ଧି ପାଇଥିବାବେଳେ ପାଖାପାଖି 200 ଜଣ ନିଖୋଜ ଥିବା କୁହାଯାଉଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ଷା, ଭୂସ୍ଖଳନ ରାସ୍ତା ଘାଟ, ଘର ଦ୍ୱାର ନଷ୍ଟ ଭ୍ରଷ୍ଟ କରି ପକାଇଛି । 17 ତାରିଖରେ ପୁଣି କାଠୁଆ ଜିଲ୍ଲାରେ ସୀମାକୁ ଲାଗିଥିବା 3ଟି ସ୍ଥାନରେ ବାଲଫଟା ବର୍ଷା ହୋଇଥିଲା । ଫଳରେ 7 ଜଣଙ୍କର ମୃତ୍ୟୁ ହୋଇଛି । ବାଦଲ ଫଟା ବର୍ଷା ଓ ଅଚାନକ ବନ୍ୟାରେ 2 ସିଆଇଏସଫ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଜଣ ନିଖୋଜ ଅଛନ୍ତି ।

Sponsored
cloudburst-hit-chasoti-village-search-operation-continues-argus-news | Argus News