Cloudburst In Uttarakhand: ପୁଣି ବାଦଲ ଫଟା ବର୍ଷା; ୨ ନିଖୋଜ, ଅନେକ ଘର କ୍ଷତିଗ୍ରସ୍ତ

Key Points
ଅନେକ ଘରେ ମାଟି କାଦୁଅ ପଶି ଯାଇଥିବା ବେଳେ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଜନ ଜୀବନ । ଘର ସହ ଦୋକାନ ଓ ରାସ୍ତା ବି କ୍ଷତିଗ୍ରସ୍ତ ହୋଇଛି ।
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଥରାଲିରେ ଶୁକ୍ରବାର ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା ହୋଇଛି । ଫଳରେ ଥରାଲିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଘରେ ମାଟି କାଦୁଅ ପଶି ଯାଇଥିବା ବେଳେ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଜନ ଜୀବନ । ଘର ସହ ଦୋକାନ ଓ ରାସ୍ତା ବି କ୍ଷତିଗ୍ରସ୍ତ ହୋଇଛି । ପ୍ରଶାସନ ଓ ଏନଡିଆରଏଫ୍ ଟିମ୍ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
#WATCH | Uttarakhand: Due to a cloudburst in Tharali of Chamoli district, debris has entered houses, the market, and the SDM's residence. District Magistrate and relief teams have left for the spot. Two people are reported missing: Uttarakhand Disaster Management Secretary Vinod… pic.twitter.com/V2aesFekFf
— ANI (@ANI) August 23, 2025
ବାଦଲ ଫଟା ବର୍ଷାର ସର୍ବାଧିକ ପ୍ରଭାବ ଥରାଲି ବଜାର, କୋଟଦୀପ ଓ ତହସିଲରେ ଦେଖିବାକୁ ମିଳିଛି । ଏସଡିଏମ୍ଙ୍କ ବାସଭବନ ସହ ଅନେକ ଘରେ ମାଟି କାଦୁଅ ମାଡ଼ି ଯାଇଛି । ତହସିଲ୍ କାର୍ଯ୍ୟାଳୟରେ ଥିବା ଅନେକ ଗାଡ଼ି ମାଟି କାଦୁଅରେ ଦବି ଯାଇଛି । ନିକଟରେ ଥିବା ସାଗୱାଡ଼ା ଗାଁରେ ମାଟି କାଦୁଅରେ ଫସି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ଥିବା ଜଣାପଡ଼ିଛି ।
📱 Get Argus News App
✨
ପ୍ରବଳ ବର୍ଷା ଓ ମାଟି କାଦୁଅ ମାଡ଼ ଯିବାରୁ ଥରାଲି-ଗ୍ଵାଲଦମ ରାସ୍ତାକୁ ମିଙ୍ଗଦେରା ନିକଟରେ ବନ୍ଦ କରି ଦିଆଯାଇଛି । ସେହିଭଳି ଥରାଲି-ସାଗୱାଡ଼ା ରାସ୍ତାରେ ବି ପ୍ରଭାବିତ ହୋଇଛି ଯାତାୟାତ । ୨ଟି ରାସ୍ତା ବନ୍ଦ ହେବା ଫଳରେ ଗମନାଗମନ ଠପ୍ ହୋଇ ପଡ଼ିଛି । ଯାତାୟାତ ସ୍ଵାଭାବିକ କରିବାକୁ ବର୍ଡର ରୋଡ୍ ଅର୍ଗାନାଇଜେନ୍ ଟିମ୍ କାମ କରୁଛି ।
ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଥରାଲି ତହସିଲ୍ ଅନ୍ତର୍ଗତ ସମସ୍ତ ସ୍କୁଲ୍ ଓ ଅଙ୍ଗନୱାଡ଼ିକୁ ଶନିବାର ବନ୍ଦ ରଖା ଯାଇଛି । ଏହା ପୂର୍ବରୁ ଅଗଷ୍ଟ ୫ରେ ଉତ୍ତରକାଶୀର ଧରାଲି ଓ ହର୍ଷିଲ ଅଞ୍ଚଳରେ ବାଦଲ ଫଟା ବର୍ଷା ଏବଂ ଅଚାନକ ବନ୍ୟା ଫଳରେ ଧରାଲି ଓ ହର୍ଷିଲ ଧ୍ଵସ୍ତ ବିଧ୍ଵସ୍ତ ହୋଇ ଯାଇଥିଲା ।