Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Jammu Kashmir Cloud Brust: ବାଦଲ ଫଟା ବର୍ଷା, ଏବେ ବି ମାଟି ତଳୁ ଖୋଜା ଚାଲିଛି ମଣିଷ ଦେହ

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Jammu Kashmir Cloud Brust: ବାଦଲ ଫଟା ବର୍ଷା, ଏବେ ବି ମାଟି ତଳୁ ଖୋଜା ଚାଲିଛି ମଣିଷ ଦେହ

Key Points

ଭାରତୀୟ ସେନା, NDRF, SDRF, Police ଏବଂ ସ୍ଥାନୀୟ ପ୍ରଶାସନ ଲାଗିଛନ୍ତି ଉଦ୍ଧାର କାର୍ଯ୍ୟରେ ।

ଚିସୁତି ଗାଁ ପାହାଡ଼ ଶିଖର ମଚଳି ମାତା ମନ୍ଦିର ଯାତ୍ରା ଡ୍ୟୁଟିରେ ଥିବାବେଳେ ବାଦଲ ଫଟା ବର୍ଷା ପରେ ଭୂ-ସ୍ଖଳନ ହୋଇଥିଲା ।


ଜାମ୍ମୁ କାଶ୍ମୀରରେ ପ୍ରକୃତିର ତାଣ୍ଡବ ଜାରି । କିସ୍ତଓ୍ୱାଡ଼ା ପରେ କଠୁଆ ଜିଲ୍ଲାରେ ବାଦଲ ଫଟା ବର୍ଷା ହୋଇ ୭ ଜଣଙ୍କ ମୃତ୍ୟୁ ହୋଇଛି । ୬ ଜଣ ଆହତ ହୋଇଛନ୍ତି । ବଗର୍ଡ ଏବଂ ଛଙ୍ଗଡା ଗାଁରେ ବାଦଲ ଫଟା ବର୍ଷାରେ ମାଟି ଧସିଛି । ବାଦଲ ଫଟା ବର୍ଷା ରାଜବାଗର ଜୋଡ ଘାଟି ଗାଁ ଉପରେ ପ୍ରଭାବ ପକାଇଛି । ପୋଲିସ ଏବଂ SDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କାଠୁଆ SSPଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ।

ସେପଟେ ପ୍ରଳୟର ୪ ଦିନ ପରେ କିସ୍ତଓ୍ବାଡାରେ ଜୋରଦାର ଚାଲିଛି ରେସ୍କ୍ୟୁ ଅପରେସନ । ମାଟି, ପଥର ତଳୁ ଚାଲିଛି ଜୀବନ ଖୋଜା । ଏଯାଏ ୬୦ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଶତାଧିକ ନିଖୋଜ ଅଛନ୍ତି । ଭାରତୀୟ ସେନା, NDRF, SDRF, Police ଏବଂ ସ୍ଥାନୀୟ ପ୍ରଶାସନ ଲାଗିଛନ୍ତି ଉଦ୍ଧାର କାର୍ଯ୍ୟରେ ।

କିସ୍ତୱାଡ଼ାରେ ବାଦଲ ଫଟା ବର୍ଷାରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମାଣିକମରା ଗାଁର ମନୋଜ ବିଶ୍ବାଳ । ଓଡ଼ିଶାରେ ସହିଦ ଓଡ଼ିଆ CISF ଯବାନ ମନୋଜ ବିଶ୍ବାଳଙ୍କ ମରଶରୀର ପହଞ୍ଚିବା ପରେ ଭୁବନେଶ୍ବର ଏୟାରପୋର୍ଟରେ ଗାର୍ଡ ଅଫ୍ ଅନର୍ ଦିଆଯାଇଛି । ଚିସୁତି ଗାଁ ପାହାଡ଼ ଶିଖର ମଚଳି ମାତା ମନ୍ଦିର ଯାତ୍ରା ଡ୍ୟୁଟିରେ ଥିବାବେଳେ ବାଦଲ ଫଟା ବର୍ଷା ପରେ ଭୂ-ସ୍ଖଳନ ହୋଇଥିଲା ।

ସେବେଠୁ କିସ୍ତୱାଡ଼ାରେ ୨୦୦ରୁ ଅଧିକ ନିଖୋଜ ଥିବା ବେଳେ ଶନିବାର ଓଡ଼ିଆ ଯବାନ ମନୋଜଙ୍କ ମୃତଦେହ ମିଳିଥିଲା । ମନୋଜଙ୍କ ଦେହାନ୍ତ ଖବର ପାଇ ମାଣିକମରା ଗାଁରେ ଶୋକର ଛାୟା ଖେଳି ଯାଇଛି । ମନୋଜଙ୍କ ସ୍ତ୍ରୀ ଓ ଦୁଇ ଝିଅ ଅଛନ୍ତି । ମନୋଜ ତାଳଚେର ଟିଟିପିଏସ୍‌ରେ ନିଯୁକ୍ତ ଥିବାରୁ ସେଠାରେ ଘରଭଡ଼ା ନେଇ ପତ୍ନୀ ଓ ୨ ଝିଅଙ୍କ ସହ ରହୁଥିଲେ । ମନୋଜଙ୍କ ସାନ ଭାଇ ମଧ୍ୟ CISFରେ କାର୍ଯ୍ୟରତ ।

ମନୋଜ ନିୟୋଜିତ ଥିବା ଚିସୁତି ଗାଁ ପାହାଡ଼ ମନ୍ଦିରରେ ଯାତ୍ରା ଜୁଲାଇ ୨୫ରୁ ଆରମ୍ଭ ହୋଇଥିଲା । ଏହା କିସ୍ତୱାର ଜିଲ୍ଲା ଠାରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ । ଏହି ଯାତ୍ରା ସେପ୍ଟେମ୍ବର ୫ରେ ସରିବାର ଥିଲା । ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ପରେ ଏହି ଯାତ୍ରାକୁ ବନ୍ଦ କରିଦିଆ ଯାଇଛି । ଭୂସ୍ଖଳନରେ ଏବେ ସୁଦ୍ଧା ୭୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଏବେ ବି ୨୦୦ରୁ ଅଧିକ ନିଖୋଜ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cloudbursts, landslip hit Jammu and Kashmir’s Kathua; at least seven dead | Argus News